ଭୋଜି ଖାଇ ଫେରୁଥିବା ବେଳେ ଓଲଟି ପଡ଼ିଲା ବରଯାତ୍ରୀ ଗାଡ଼ି

ସୋନପୁର(ରବୀନ୍ଦ୍ର ହୋତା): ସୁବର୍ଣ୍ଣପୁର ଜିଲ୍ଲାରେ ଏକ ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ମୃତକ ହେଲେ ବୈଦ୍ୟନାଥ ଗାଁର ରବି ଥାନାପତି।

car1ସମସ୍ତ ଆହତଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରିଯାଇଛି।

ଏମାନେ ସମସ୍ତେ ବାହାଘର ଭୋଜି ଖାଇ ଫେରୁଥିବା ବେଳେ ଶିବତୁଲା-ଲୁକାପଡ଼ା ରାସ୍ତାର ରଙ୍ଗପୁର ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଓଲଟି ପଡ଼ିଥିଲା।