ବାରହା ଶିକାର ପାଇଁ ବିଛାଯାଇଥିଲା ଫାଶ, ପଡ଼ିଗଲା ହାତୀ

ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ବାରହା ଶିକାର ପାଇଁ ବିଦ୍ୟୁତ ଚାର୍ଜିତ ଫାଶ ବିଛାଇଥିଲା ଶିକାରୀ। ଜାଲରେ ପଡ଼ିଲା ବାରହା ଓ ଏହାସହ ଖାଦ୍ୟ ଅନ୍ୱେଷଣରେ ଆସିଥିବା ଦନ୍ତାବି ସେଥିରେ ଫସିଗଲା। ବହୁ ସଂଘର୍ଷ ସତ୍ତ୍ୱେ ଫାଶରୁ ବାହାରି ନ ପାରି ଶେଷରେ ଆଖି ବୁଜିଲା। ଘଟଣାଟି ଘଟିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ବାଘଘରିଆ ଗାଁ ନିକଟସ୍ଥ ଜଙ୍ଗଲରେ। ମୃତ ମାଈ ହାତୀର ବୟସ ୧୦ ବର୍ଷ  ହେବ। ବାଘଘରିଆ ଗାଁ ନିକଟସ୍ଥ ଜଙ୍ଗଲରେ ଶିକାରୀଟି […]

elephant

  • Published: Saturday, 03 September 2022
  • , Updated: 03 September 2022, 01:17 PM IST

ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ବାରହା ଶିକାର ପାଇଁ ବିଦ୍ୟୁତ ଚାର୍ଜିତ ଫାଶ ବିଛାଇଥିଲା ଶିକାରୀ। ଜାଲରେ ପଡ଼ିଲା ବାରହା ଓ ଏହାସହ ଖାଦ୍ୟ ଅନ୍ୱେଷଣରେ ଆସିଥିବା ଦନ୍ତାବି ସେଥିରେ ଫସିଗଲା। ବହୁ ସଂଘର୍ଷ ସତ୍ତ୍ୱେ ଫାଶରୁ ବାହାରି ନ ପାରି ଶେଷରେ ଆଖି ବୁଜିଲା। ଘଟଣାଟି ଘଟିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ବାଘଘରିଆ ଗାଁ ନିକଟସ୍ଥ ଜଙ୍ଗଲରେ। ମୃତ ମାଈ ହାତୀର ବୟସ ୧୦ ବର୍ଷ  ହେବ।

ବାଘଘରିଆ ଗାଁ ନିକଟସ୍ଥ ଜଙ୍ଗଲରେ ଶିକାରୀଟି ବାରହା ଶିକାର କରିବା ପାଇଁ ବିଦ୍ୟୁତ ଚାର୍ଜିତ ଫାଶ ବସାଇଥିଲା। ସେହି ଜାଲରେ ବାରହା ପଡ଼ିଥିଲା। ଏହାସହ ଖାଦ୍ୟ ଅନ୍ୱେଷଣରେ ଆସିଥିବା ହାତୀଟି ମଧ୍ୟ ସେହି ବିଦ୍ୟୁତ ଚାର୍ଜିତ ଫାଶରେ ଫସି ଯାଇଥିଲା। ଘଟଣାସ୍ଥଳରେ ତାର ମୃତ୍ୟୁ  ଘଟିଥିଲା।।

ଆଜି ସକାଳେ ସ୍ଥାନୀୟ ଲୋକ ହାତୀ ଓ ବାରହା ମରି ପଡ଼ିଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ। ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି  ବିଦ୍ୟୁତ୍ କାଟି ହାତୀଓ ବାରହାକୁ ଉଦ୍ଧାର କରିଥିଲେ।

ସୂଚନାଯୋଗ୍ୟ, କିଛି ତଳେ ଅନୁଗୋଳ ଜିଲ୍ଲା ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ରେଞ୍ଜର ଜଗନ୍ନାଥପୁର ଆମ୍ବବଗିଚାରେ ବାରହା ଶିକାର କରିବା ପାଇଁ ବିଛାଯାଇଥିବା ଫାଶରେ ଏକ ଦନ୍ତା ହାତୀ ପଡ଼ି ପ୍ରାଣ ହରାଇଥିଲା।

Related story