ଗାଧୋଉଥିବା ବେଳେ ଲୁଚି ଲୁଚି ଆସି ନାବାଳିକାଙ୍କ ପାଖରେ ହାଜର

<p>ଅନୁଗୋଳ(ଓଡ଼ିଶା ରିପୋର୍ଟର): ନାବାଳିକାଙ୍କୁ ଅସାଦାଚରଣ କରି ଜଣେ ଯୁବକ ନିର୍ଧୁମ ଛେଚା ଖାଇଛନ୍ତି। ଆଉ ତାପରେ ପୋଲିସ ଆସି ଯୁବକଙ୍କୁ ଗିରଫ କରିଛି। ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଞ୍ଚଳରେ।</p> <p>ଗତ ସୋମବାର ଦିନ ଛେଣ୍ଡିପଦା ଥାନା ଅନ୍ତର୍ଗତ ଛେଣ୍ଡିପଦା ବେହେରା ସାହିର ଜଣେ ନାବାଳିକା ପଡ଼ିଶା ଘରର ବାଡ଼ି ପଛ ପଟେ ଥିବା କୂଅ ପାଖରେ ଗାଧୋଉଥିଲେ। ସେହି ସମୟରେ ଜଣେ ଯୁବକ ଆସି ତାଙ୍କୁ ଟଣାଓଟରା କରିଥିଲେ। ଏ ସବୁ ଦେଖି ପାଖରେ ଥିବା ୨ ଜଣ ଯୁବତୀ ଜୋର୍&zwnj;ରେ ପାଟି କରିଥିଲେ। ତାଙ୍କ ପାଟି ଶୁଣି ଲୋକମାନେ ଆସିବା ପୂର୍ବରୁ ଯୁବକ ଜଣକ ସେଠାରୁ ଫେରାର୍ ହୋଇଯାଇଥିଲେ। ଏହାପରେ ଗତକାଲି ପୁଣିଥରେ ଯୁବକ ଜଣକ ଗାଁ ଦାଣ୍ଡରେ ନାବାଳିକାକୁ ଉଠାଇନେବାକୁ ଧମକ ଦେବା ସହ ଜୀବନରୁ ମାରିଦେବାକୁ ଗୋଡ଼ାଇଥିଲା। ଏହା ଦେଖି ଗ୍ରାମବାସୀ ଯୁବକ ଜଣଙ୍କୁ କାବୁ କରିଥିଲେ ଓ ନିର୍ଧୁମ ମାଡ଼ ମାରି ବାନ୍ଧିଦେଇଥିଲେ।&nbsp; ପରେ ଗ୍ରାମବାସୀ ଥାନାରେ ଅଭିଯୋଗ କରିବାରୁ ପୋଲିସ ଯୁବକଙ୍କୁ ଗିରଫ କରି ଏହାର ତଦନ୍ତ କରିଥିଲା।&nbsp; ଯୁବକ ଜଣକ କଇଥ ସାହିର ବିରଞ୍ଚି ଦେହୁରୀ ବୋଲି ଜଣାପଡ଼ିଛି। ତଦନ୍ତରେ ଘଟଣାରେ ସତ୍ୟତା ଥିବା ଜଣାପଡ଼ିବାରୁ ଆଜି ଅପରାହ୍ନରେ ବିରଞ୍ଚିଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ୍&zwnj; ସୂଚନା ଦେଇଛି।</p>

Ordigital Desk
  • Published: Thursday, 17 May 2018
  • Updated: 17 May 2018, 03:34 PM IST
<p>ଅନୁଗୋଳ(ଓଡ଼ିଶା ରିପୋର୍ଟର): ନାବାଳିକାଙ୍କୁ ଅସାଦାଚରଣ କରି ଜଣେ ଯୁବକ ନିର୍ଧୁମ ଛେଚା ଖାଇଛନ୍ତି। ଆଉ ତାପରେ ପୋଲିସ ଆସି ଯୁବକଙ୍କୁ ଗିରଫ କରିଛି। ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଞ୍ଚଳରେ।</p><p>ଗତ ସୋମବାର ଦିନ ଛେଣ୍ଡିପଦା ଥାନା ଅନ୍ତର୍ଗତ ଛେଣ୍ଡିପଦା ବେହେରା ସାହିର ଜଣେ ନାବାଳିକା ପଡ଼ିଶା ଘରର ବାଡ଼ି ପଛ ପଟେ ଥିବା କୂଅ ପାଖରେ ଗାଧୋଉଥିଲେ। ସେହି ସମୟରେ ଜଣେ ଯୁବକ ଆସି ତାଙ୍କୁ ଟଣାଓଟରା କରିଥିଲେ। ଏ ସବୁ ଦେଖି ପାଖରେ ଥିବା ୨ ଜଣ ଯୁବତୀ ଜୋର୍&zwnj;ରେ ପାଟି କରିଥିଲେ। ତାଙ୍କ ପାଟି ଶୁଣି ଲୋକମାନେ ଆସିବା ପୂର୍ବରୁ ଯୁବକ ଜଣକ ସେଠାରୁ ଫେରାର୍ ହୋଇଯାଇଥିଲେ। ଏହାପରେ ଗତକାଲି ପୁଣିଥରେ ଯୁବକ ଜଣକ ଗାଁ ଦାଣ୍ଡରେ ନାବାଳିକାକୁ ଉଠାଇନେବାକୁ ଧମକ ଦେବା ସହ ଜୀବନରୁ ମାରିଦେବାକୁ ଗୋଡ଼ାଇଥିଲା। ଏହା ଦେଖି ଗ୍ରାମବାସୀ ଯୁବକ ଜଣଙ୍କୁ କାବୁ କରିଥିଲେ ଓ ନିର୍ଧୁମ ମାଡ଼ ମାରି ବାନ୍ଧିଦେଇଥିଲେ।&nbsp; ପରେ ଗ୍ରାମବାସୀ ଥାନାରେ ଅଭିଯୋଗ କରିବାରୁ ପୋଲିସ ଯୁବକଙ୍କୁ ଗିରଫ କରି ଏହାର ତଦନ୍ତ କରିଥିଲା।&nbsp; ଯୁବକ ଜଣକ କଇଥ ସାହିର ବିରଞ୍ଚି ଦେହୁରୀ ବୋଲି ଜଣାପଡ଼ିଛି। ତଦନ୍ତରେ ଘଟଣାରେ ସତ୍ୟତା ଥିବା ଜଣାପଡ଼ିବାରୁ ଆଜି ଅପରାହ୍ନରେ ବିରଞ୍ଚିଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ୍&zwnj; ସୂଚନା ଦେଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos