ଟ୍ରକ୍ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ, ୨ ଗୁରୁତର

କଳାହାଣ୍ଡି(ଇଙ୍ଗିତ ପଣ୍ଡା):କଳାହାଣ୍ଡିର କାଉଡଳା ଗ୍ରାମରେ ଆଜି ଏକ ଦୁର୍ଘଟଣା ଘଟି ଜଣେ ବାଇକ୍‌ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି। ଭବାନୀପାଟଣା-ଜୟପୁର ଏନ୍‌ଏଚ୍‌-୨୬ରେ କାଉଡଳା ଗ୍ରାମରେ ଗୋଟିଏ ଟ୍ରକ୍‌ ସହ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ବାଇକ୍‌ରେ ୩ଜଣ ଥିଲେ।  ତେବେ ଘଟଣାସ୍ଥଳରେ କୋକସରା ଥାନା ଅନ୍ତର୍ଗତ ଖଲିଗଡ଼ ଗ୍ରାମର ଯୁବରାଜ ମାଝୀଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୨ ଜଣଙ୍କୁ କୋକସରା ମେଡିକାଲରେ ଚିକିତ୍ସା କରାଯାଉଛି। କୋକସରା ପୁଲିସ ଟ୍ରକ୍‌ଟିକୁ ଅଟକ ରଖି […]

lo

Tapas Behera
  • Published: Tuesday, 12 February 2019
  • , Updated: 12 February 2019, 06:04 PM IST

କଳାହାଣ୍ଡି(ଇଙ୍ଗିତ ପଣ୍ଡା):କଳାହାଣ୍ଡିର କାଉଡଳା ଗ୍ରାମରେ ଆଜି ଏକ ଦୁର୍ଘଟଣା ଘଟି ଜଣେ ବାଇକ୍‌ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି। ଭବାନୀପାଟଣା-ଜୟପୁର ଏନ୍‌ଏଚ୍‌-୨୬ରେ କାଉଡଳା ଗ୍ରାମରେ ଗୋଟିଏ ଟ୍ରକ୍‌ ସହ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା।

ବାଇକ୍‌ରେ ୩ଜଣ ଥିଲେ।  ତେବେ ଘଟଣାସ୍ଥଳରେ କୋକସରା ଥାନା ଅନ୍ତର୍ଗତ ଖଲିଗଡ଼ ଗ୍ରାମର ଯୁବରାଜ ମାଝୀଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୨ ଜଣଙ୍କୁ କୋକସରା ମେଡିକାଲରେ ଚିକିତ୍ସା କରାଯାଉଛି। କୋକସରା ପୁଲିସ ଟ୍ରକ୍‌ଟିକୁ ଅଟକ ରଖି ତଦନ୍ତ କରୁଛି ।

Related story