ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ଶୋ’ ବେଳେ ଦୁର୍ଘଟଣା

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋଡ୍ ଶୋ’ ବେଳେ ଘଟିଛି ଦୁର୍ଘଟଣା। ଏଥିରେ ବିଜେଡିର ଜଣେ କର୍ମୀ ଆହତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଖୋର୍ଦ୍ଧା ଜିଲ୍ଲାର ବେଗୁନିଆରୁ ଭୁବନେଶ୍ୱର ପର୍ଯ୍ୟନ୍ତ ରୋଡ୍ ଶୋ’ କରିଥିଲେ। ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ବେଗୁନିଆରେ ପହଞ୍ଚିବା ପରେ ରୋଡ୍ ଶୋ’ରେ ବାହାରିଥିଲେ। ସେ ଖୋର୍ଦ୍ଧା ଓ ଜଟଣୀ ହୋଇ ଭୁବନେଶ୍ୱର ଯାଇଥିଲେ ଓ ସ୍ଥାନୀୟ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ […]

bjd1

Jitendra Garnayak
  • Published: Thursday, 18 April 2019
  • , Updated: 18 April 2019, 07:13 PM IST

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୋଡ୍ ଶୋ’ ବେଳେ ଘଟିଛି ଦୁର୍ଘଟଣା। ଏଥିରେ ବିଜେଡିର ଜଣେ କର୍ମୀ ଆହତ ହୋଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଖୋର୍ଦ୍ଧା ଜିଲ୍ଲାର ବେଗୁନିଆରୁ ଭୁବନେଶ୍ୱର ପର୍ଯ୍ୟନ୍ତ ରୋଡ୍ ଶୋ’ କରିଥିଲେ। ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ବେଗୁନିଆରେ ପହଞ୍ଚିବା ପରେ ରୋଡ୍ ଶୋ’ରେ ବାହାରିଥିଲେ। ସେ ଖୋର୍ଦ୍ଧା ଓ ଜଟଣୀ ହୋଇ ଭୁବନେଶ୍ୱର ଯାଇଥିଲେ ଓ ସ୍ଥାନୀୟ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ମାଗିଥିଲେ।

ତେବେ ନବୀନଙ୍କର ଏହି ରୋଡ୍ ଶୋ’ ଚାଲିଥିବା ବେଳେ ହଠାତ୍ ଜଣେ ବିଜେଡି କର୍ମୀ ଏକ ଖୋଲା ଜିପ୍‌ରୁ ତଳକୁ ଖସି ପଡ଼ିଥିଲେ। ଠିକ୍ ଖୋର୍ଦ୍ଧା ଡାକ୍ତରଖାନା ସମ୍ମୁଖରେ ହିଁ ଏହି ଅଘଟଣ ଘଟିଥିଲା। ତଳକୁ ଖସି ପଡ଼ିବାରୁ କର୍ମୀ ଜଣକ ଆହତ ହୋଇଥିଲେ।

ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ଶୋ’ରେ ବେଗୁନିଆ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ସାହୁ, ଖୋର୍ଦ୍ଧା ପ୍ରାର୍ଥୀ ଜିତୁ ମିତ୍ର, ଜଟଣୀ ପ୍ରାର୍ଥୀ ବିଭୂତି ବଳବନ୍ତରାୟ, ପ୍ରସନ୍ନ ପାଟ୍ଟଶାଣୀ, ଅରୂପ ପଟ୍ଟନାୟକ ଓ ଦିବ୍ୟଶଙ୍କର ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ।

Related story