ଆଜି ୧୩୫ ଜଣ ସୁସ୍ଥ ହେଲେ
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ୧୩୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଗଞ୍ଜାମର ୪୯, ଖୋର୍ଦ୍ଧାର ୧୯, କଳାହାଣ୍ଡିରୁ ୧୬ ଜଣ, ଜଗତସିଂହପୁରର ୧୪ ଜଣ,ବାଲେଶ୍ୱରରୁ ୭ ଜଣ ଏବଂ କଟକର ୬ ଜଣ ଏବଂ ଅନୁଗୁଳ, ଯାଜପୁରର ଏବଂ ପୁରୀରୁ ୪ ଜଣ ଲେଖାଏଁ ଏବଂ ସୁନ୍ଦରଗଡ଼ରୁ ଜଣ ଭଲ ହୋଇଛି।
ସେପଟେ ଗତକାଲି ଦିନକରେ ରାଜ୍ୟରେ ୧୭ ଜିଲ୍ଲା ସମେତ ପଶ୍ଚିମବଙ୍ଗ ଫେରନ୍ତା NDRF ଟିମ୍ରୁ ଚିହ୍ନଟ ହୋଇଛନ୍ତି ୨୮୨ କରୋନା ଆକ୍ରାନ୍ତ । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହାସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୭୫୨ରେ ପହଞ୍ଚି ଯାଇଛି। ୨୮୨ ଆକ୍ରାନ୍ତଙ୍କ ମଧ୍ୟରୁ ୨୫୬ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିବା ବେଳେ ୨୬ ଟି ଲୋକାଲ କେସ୍ ବୋଲି ଜଣାପଡ଼ିଛି।
Another 135 Covid patients have recovered and are being discharged on 24.6.2020
49 from Ganjam
19 from Khurdha
16 from Kalahandi
14 from Jagatsinghpur
7 from Balasore
6 from Cuttack
4 each from Angul, Jajpur & Puri
3 from Sundargarh
(1/2)— H & FW Dept Odisha (@HFWOdisha) June 24, 2020
୨୮୨ ଆକ୍ରାନ୍ତଙ୍କ ମଧ୍ୟରୁ ଗଜପତି ଜିଲ୍ଲାରୁ ସର୍ବାଧିକ ୭୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ୭୫, ଖୋର୍ଦ୍ଧାରୁ ୨୬, ଝାରସୁଗୁଡ଼ା-୨୩ ଓ କନ୍ଧମାଳ ଜିଲ୍ଲାରୁ ୧୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ସମ୍ବଲପୁର ଜିଲ୍ଲାରୁ ୧୩, ଜଗତସିଂହପୁରରୁ୧୧ ପୁରୀରୁ ୯, ଯାଜପୁର, ମୟୂରଭଞ୍ଜରୁ ୬ ଜଣ ଲେଖା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକରୁ ୪, ବାଲେଶ୍ୱର ୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳ଼, ସୁନ୍ଦରଗଡ଼, ବଲାଙ୍ଗିର,କୋରାପୁଟ ଓ ନୟାଗଡ଼ରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।