୧୦ତାରିଖ ସୁଦ୍ଧା ହେବ ଦୈନିକ ୧୦୦୦ ରୋଗୀଙ୍କ ନମୂନା ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କରୋନା’ ସଂକ୍ରମଣକୁ ରୋକିବା ପାଇଁ ସରକାରୀସ୍ତରରେ ବ୍ୟାପକ ପଦକ୍ଷେପ ନିଆଯାଇଥିବାବେଳେ ରାଜ୍ୟ ସରକାର ଏବେ ଭିତ୍ତିଭୂମି ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ଏବେ ଦିନକୁ ହାରାହାରି ୩୦୦ ରୋଗୀଙ୍କ କୋଭିଡ୍‌-୧୯ ନମୂନା ପରୀକ୍ଷା ହେଉଥିବାବେଳେ ଚଳିତମାସ ୧୦ତାରିଖ ସୁଦ୍ଧା ଦିନକୁ ୧ହଜାର ରୋଗୀଙ୍କ ନମୂନା ପରୀକ୍ଷା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଆଜିସୁଦ୍ଧା ରାଜ୍ୟରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ୭ଟି ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲରେ ୧୫୪୭ଟି ବେଡ୍ କାର୍ଯ୍ୟକ୍ଷମ […]

Corona-4-1-1

Corona-4-1-1

Tapas Behera
  • Published: Monday, 06 April 2020
  • Updated: 06 April 2020, 07:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କରୋନା’ ସଂକ୍ରମଣକୁ ରୋକିବା ପାଇଁ ସରକାରୀସ୍ତରରେ ବ୍ୟାପକ ପଦକ୍ଷେପ ନିଆଯାଇଥିବାବେଳେ ରାଜ୍ୟ ସରକାର ଏବେ ଭିତ୍ତିଭୂମି ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ଏବେ ଦିନକୁ ହାରାହାରି ୩୦୦ ରୋଗୀଙ୍କ କୋଭିଡ୍‌-୧୯ ନମୂନା ପରୀକ୍ଷା ହେଉଥିବାବେଳେ ଚଳିତମାସ ୧୦ତାରିଖ ସୁଦ୍ଧା ଦିନକୁ ୧ହଜାର ରୋଗୀଙ୍କ ନମୂନା ପରୀକ୍ଷା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଆଜିସୁଦ୍ଧା ରାଜ୍ୟରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ୭ଟି ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲରେ ୧୫୪୭ଟି ବେଡ୍ କାର୍ଯ୍ୟକ୍ଷମ ହୋଇଥିବାବେଳେ ଏପ୍ରିଲ ୧୫ତାରିଖ ସୁଦ୍ଧା ଏହି ବେଡ୍ ସଂଖ୍ୟା ୩ହଜାରକୁ ବୃଦ୍ଧି ପାଇଁ ପଦକ୍ଷେପ ନିଆଯାଉଛି।

ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏବେ କଟକର ଅଶ୍ୱିନୀ ହସ୍ପିଟାଲ, ଯାଜପୁରର ଡୁବୁରୀଠାରେ ଟାଟା ହସ୍ପିଟାଲ, କେନ୍ଦୁଝରର ଯୋଡ଼ାଠାରେ ଟାଟା ହସ୍ପିଟାଲ, ଭୁବନେଶ୍ୱରର କିମସ ଓ ସମ୍ ହସ୍ପିଟାଲ, ପୁରୀର ଆଇଡି ହସ୍ପିଟାଲ ଓ ରାଉରକେଲାର ହାଇଟେକ୍ ମେଡିକାଲ କଲେଜରେ ଏହି ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି। ସମ ହସ୍ପିଟାଲରେ ହୋଇଥିବା ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲରେ ୫୦୦ ବେଡ୍ ଓ ୨୫ଟି ଆଇସିୟୁ ରହିଛି।
ସେହିପରି ରୋଗୀଙ୍କ ନମୂନା ପରୀକ୍ଷା ପରିମାଣକୁ ବୃଦ୍ଧି ନିମନ୍ତେ ବୁର୍ଲାସ୍ଥିତ ଭୀମସାର, ବ୍ରହ୍ମପୁରର ଏମକେସିଜିରେ ଆସନ୍ତା ୫ଦିନ ମଧ୍ୟରେ ଏହି ପରୀକ୍ଷା ନିମନ୍ତେ ଆବଶ୍ୟକ ଭିତ୍ତିଭୂମି ଉପଲବ୍ଧ ହେବ। ଫଳରେ ୧୦ତାରିଖ ସୁଦ୍ଧା ୧ହଜାର ରୋଗୀଙ୍କ ନମୂନା ପରୀକ୍ଷା ସମ୍ଭବପର ହୋଇପାରିବ। ଏହି ହସ୍ପିଟାଲ ଦୁଇଟିକୁ କୋଭିଡ୍‌-୧୯ ପରୀକ୍ଷା ନିମନ୍ତେ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଜାରି ରହିଛି।
ସେହିପରି ନୂତନ ଭାବେ ଖୋଲାଯାଇଥିବା ହସ୍ପିଟାଲରେ ଚିକିତ୍ସା ସେବା ଯୋଗାଇବା ନିମନ୍ତେ ଡାକ୍ତର, ଡାକ୍ତରୀ ଛାତ୍ର, ସ୍ୱାସ୍ଥ୍ୟ ବିଭାଗ ପଦାଧିକାରୀ, ଜିଲ୍ଲା ଓ ବ୍ଲକସ୍ତରୀୟ ମାଷ୍ଟର ଟ୍ରେନରମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ଏହାକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଏବେସୁଦ୍ଧା କଟକ ଏସସିବି ମେଡିକାଲ କଲେଜର ୮୯୧ଜଣ ଛାତ୍ରଛାତ୍ରୀ, ବ୍ରହ୍ମପୁରର ଏମକେସିଜିର ୩୨୫ଜଣ ଛାତ୍ରଛାତ୍ରୀ, ବୁର୍ଲା ଭୀମସାରର ୩୦୦ଛାତ୍ରଛାତ୍ରୀ, ବ୍ରହ୍ମପୁର ଏମକେସିଜିର ୨୪୭ଜଣ ଅଧ୍ୟାପକ ଓ ସ୍ନାତକ ଛାତ୍ରଙ୍କୁ ମିଶାଇଲେ ପ୍ରାୟ ୧୫୦୦ ଡାକ୍ତରୀ ଛାତ୍ରଛାତ୍ରୀ ଓ ସ୍ୱାସ୍ଥ୍ୟ ଅଧିକାରୀ ପ୍ରଶିକ୍ଷଣ ନେଇଛନ୍ତି। ସେହିପରି ଜିଲ୍ଲାସ୍ତରରେ ୩୬୦ଜଣ ମାଷ୍ଟର ଟ୍ରେନର, ୨୨୬୪ଜଣ ବ୍ଲକସ୍ତରୀୟ ମାଷ୍ଟର ଟ୍ରେନରଙ୍କୁ ତାଲିମ ପ୍ରଦାନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos