ପିଆଜ ବଜାରରେ ନିଆଁ, କିଲୋ ଏବେ ୧୨୦

କଟକ( ଓଡ଼ିଶା ରିପୋର୍ଟର):  ପିଆଜ ବଜାରରେ ଲାଗିଥିବା ନିଆଁ ଲିଭିବା ନାଁ ଧରୁନି। ପିଆଜ କିଣିବା ଏବେ ସାଧାରଣ ଲୋକଙ୍କ ପାଇଁ ସ୍ୱପ୍ନ ପାଲଟିଗଲା। ପିଆଜ କିଲୋ ପୂର୍ବରୁ ୧୦୦ ଅତିକ୍ରମ କରି ସାରିଥିବା ବେଳେ ଆଜି ତାହା ୧୨୦ ଛୁଇଁଛି। ଏଭଳି ରେଟ୍ ଆଗରୁ କେବେ ହୋଇନଥିବାରୁ ଏବେ ପିଆଜ ଖାଇବା ଛାଡ଼ିଦେବେ ବୋଲି କହିଛନ୍ତି ସାଧାରଣ ଖାଉଟି । ପିଆଜ କିଲୋ ଆଜି କଟକ ଛତ୍ରବଜାରରେ ୧୨୦ଟଙ୍କାରେ ପହଞ୍ଚିଛି । ସେହିଭଳି ରାଜ୍ୟର ଅନ୍ୟ […]

onion

onion

Niharika Rout
  • Published: Wednesday, 04 December 2019
  • Updated: 04 December 2019, 01:21 PM IST

Sports

Latest News

କଟକ( ଓଡ଼ିଶା ରିପୋର୍ଟର):  ପିଆଜ ବଜାରରେ ଲାଗିଥିବା ନିଆଁ ଲିଭିବା ନାଁ ଧରୁନି। ପିଆଜ କିଣିବା ଏବେ ସାଧାରଣ ଲୋକଙ୍କ ପାଇଁ ସ୍ୱପ୍ନ ପାଲଟିଗଲା। ପିଆଜ କିଲୋ ପୂର୍ବରୁ ୧୦୦ ଅତିକ୍ରମ କରି ସାରିଥିବା ବେଳେ ଆଜି ତାହା ୧୨୦ ଛୁଇଁଛି। ଏଭଳି ରେଟ୍ ଆଗରୁ କେବେ ହୋଇନଥିବାରୁ ଏବେ ପିଆଜ ଖାଇବା ଛାଡ଼ିଦେବେ ବୋଲି କହିଛନ୍ତି ସାଧାରଣ ଖାଉଟି ।

ପିଆଜ କିଲୋ ଆଜି କଟକ ଛତ୍ରବଜାରରେ ୧୨୦ଟଙ୍କାରେ ପହଞ୍ଚିଛି । ସେହିଭଳି ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ପିଆଜ କିଲୋ ପିଛା ୧୦୦ ଟଙ୍କାରୁ ୧୨୦ ଟଙ୍କା ମଧ୍ୟରେ ରହିଛି । ରୋଷେଇ ଘରେ ଆଉ ପିଆଜ ଦେଖିବାକୁ ମିଳୁ ନ ଥିବା ବେଳେ ହୋଟେଲରେ ପିଆଜ ଜାଗାରେ ମୂଳା , କାକୁଡ଼ି ଦେଇ କାମ ଚଳାଯାଉଛି।

ନାସିକ୍ ଓ ଆନ୍ଧ୍ର ପ୍ରଦେଶରୁ ନୂଆ ପିଆଜ  ଆସି ପହଞ୍ଚିଥିଲେ ମଧ୍ୟ ଦର ଉଚ୍ଚା ରହିଛି। ଫଳରେ ଅତ୍ୟଧିକ ଦାମ୍‌କୁ ନେଇ ଗ୍ରାହକ ଛାନିଆ ହୋଇଯାଇଛନ୍ତି । ସେପଟେ ବ୍ୟବସାୟୀମାନେ ଆକଳନ କରିଛନ୍ତି, ପିଆଜର ଏ ଦର ବୃଦ୍ଧି ଆଗକୁ ବି ଜାରି ରହିଛି । ମାର୍କେଟକୁ ନୂଆ ପିଆଜ ଆମଦାନୀ  ସ୍ୱାଭାବିକ ହେବା ଯାଏଁ ଦର ବୃଦ୍ଧିର ପ୍ରଭାବ ରହିବ ବୋଲି ବ୍ୟବସାୟୀ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos