ଓଡ଼ିଶାରେ କନ୍ଦାଉଛି, ଦିଲ୍ଲୀରେ ହସାଉଛି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟରେ ପିଆଜ ଦର ଦିନକୁଦିନ ହୁହୁ ହୋଇ ବଢିଚାଲିଥିବା ବେଳେ ରାଜ୍ୟ ସରକାରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି।ଗଲା କିଛି ଦିନ ଧରି ଅହେତୁକ ଭାବେ ବଢୁଥିବା ପିଆଜ କିଲୋ ପ୍ରତି ଦର ଏବେ ୫୦ ଟଙ୍କା ଟପିଛି। କଟକ, ଭୁବନେଶ୍ୱର, ବାଲେଶ୍ୱର ସହ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଚଢ଼ା ଦରରେ ପିଆଜ କିଣୁଛନ୍ତି ଗ୍ରାହକ। ବିଶେଷକରି ନାସିକ୍ ଓ ଆନ୍ଧ୍ରରୁ ଆମଦାନୀ କମୁଥିବାରୁ ଦର ବୃଦ୍ଧି ଘଟୁଥିବା ବ୍ୟବସାୟୀ କହିଛନ୍ତି। ସେପଟେ ପିଆଜ କିଲୋ ୫୦ […]

357

357

Tapas Behera
  • Published: Tuesday, 24 September 2019
  • Updated: 24 September 2019, 03:40 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟରେ ପିଆଜ ଦର ଦିନକୁଦିନ ହୁହୁ ହୋଇ ବଢିଚାଲିଥିବା ବେଳେ ରାଜ୍ୟ ସରକାରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି।ଗଲା କିଛି ଦିନ ଧରି ଅହେତୁକ ଭାବେ ବଢୁଥିବା ପିଆଜ କିଲୋ ପ୍ରତି ଦର ଏବେ ୫୦ ଟଙ୍କା ଟପିଛି।

କଟକ, ଭୁବନେଶ୍ୱର, ବାଲେଶ୍ୱର ସହ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଚଢ଼ା ଦରରେ ପିଆଜ କିଣୁଛନ୍ତି ଗ୍ରାହକ। ବିଶେଷକରି ନାସିକ୍ ଓ ଆନ୍ଧ୍ରରୁ ଆମଦାନୀ କମୁଥିବାରୁ ଦର ବୃଦ୍ଧି ଘଟୁଥିବା ବ୍ୟବସାୟୀ କହିଛନ୍ତି।

ସେପଟେ ପିଆଜ କିଲୋ ୫୦ ଟଙ୍କା ପାର ହୋଇଥିବାରୁ ଏହା ସିଧାସଳଖ ଗରିବର ପଖାଳ କଂସାକୁ ମାଡ଼ କରିଛି। କେବଳ ଗରିବ ନୁହଁନ୍ତି, ସବୁ ବର୍ଗର ଗ୍ରାହକ ପ୍ରଭାବିତ ହୋଇଛନ୍ତି। ଆଗକୁ ପିଆଜ ଦର ଆହୁରି ବଢ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି। ସେପଟେ ଦିଲ୍ଲୀରେ ପିଆଜ ଦର କମିଛି।

ଦେଶରେ ବଢ଼ିଥିବା ପିଆଜ ଦରକୁ ଦୃଷ୍ଟିରେ କେଜ୍ରିୱାଲଙ୍କ ସରକାର ପକ୍ଷକ୍ଷେପ ନେଇଛନ୍ତି। ଦିଲ୍ଲୀରେ କିଲୋ ପ୍ରତି ୨୨ ଟଙ୍କାରେ ବିକ୍ରି ହୋଇଛି ପିଆଜ। ଜାତୀୟ ଖାଉଟି ସମବାୟ ଫେଡେରେସନ୍-ଏନ୍ସିସିଏଫ୍  ପକ୍ଷରୁ ଦିଲ୍ଲୀର ବିଭିନ୍ନ ସ୍ଥାନରେ ୨୨ ଟଙ୍କା କିଲୋରେ ପିଆଜ ବିକ୍ରି ହୋଇଛି । ସ୍ୱତନ୍ତ୍ର ଭାବେ ଗାଡ଼ିରେ ଜଣେ ବ୍ୟକ୍ତିଙ୍କୁ ଗୋଟିଏ କିଲୋ ପିଆଜ ଦିଆଯାଉଛି। ଲୋକେ ଶସ୍ତାରେ ପିଆଜ ପାଇ ଖୁସି ଅନୁଭବ କରୁଥିବା ବେଳେ ଦର ନିୟନ୍ତ୍ରଣ ଲାଗି ଦାବି କରିଛନ୍ତି।

ତେବେ ଲୋକଙ୍କ ସମସ୍ୟାକୁ ଆଖି ଆଗରେ ରଖି ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଏହି ସମାଧାନର ବାଟ ଖୋଜିଛନ୍ତି । ସରକାର ଏବେ ପିଆଜ କିଣୁଥିବା ବେଳେ ଏହାର ବିକ୍ରି ଆରମ୍ଭ ହେବ ବୋଲି କେଜ୍ରିଓ୍ଵାଲ ଘୋଷଣା କରିଥିଲେ। ମୋବାଇଲ୍‌ ଭ୍ୟାନ୍‌ ଦ୍ୱାରା ସରକାର ପିଆଜର ବିକ୍ରି ଆରମ୍ଭ କରିବା ନେଇ ଘୋଷଣା ହୋଇଥିଲା। ମୁଖ୍ୟତଃ ଏବେ ଦିଲ୍ଲୀ ସମେତ ଆଖପାଖ ଅଞ୍ଚଳରେ ପିଆଜ କିଲୋ ୮୦ ଟଙ୍କା ପାର କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos