ବିଦେଶରୁ ଆମଦାନୀ ହେବ ପିଆଜ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦେଶର ବିଭିନ୍ନ ସହରରେ ପିଆଜ ଦର ୧୦୦ ଟପିଲାଣି। ଏହାର ଭରଣା ପାଇଁ ବିଦେଶରୁ ପିଆଜ ଆମଦାନୀ କରାଯିବ। ସେଥିପାଇଁ ଆଫଗାନିସ୍ତାନ, ଇଜିପ୍ଟ, ତୁର୍କୀ ଓ ଇରାନରେ ଥିବା ଭାରତୀୟ ମିଶନକୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ସ୍ଥିତି ସମୀକ୍ଷା ପାଇଁ ବସିଥିବା ବୈଠକରେ ପରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ରାମବିଳାସ ପାଶ୍ୱାନ। ଶ୍ରୀ ପାଶ୍ୱାନ୍‌ କହିଛନ୍ତି-“ଦେଶରେ ବର୍ତ୍ତମାନ ୫୬,୭୦୦ ଟନ୍‌ ପିଆଜ ମହଜୁଦ ରହିଛି। […]

onion

Manoranjan Sial
  • Published: Wednesday, 06 November 2019
  • , Updated: 06 November 2019, 10:02 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦେଶର ବିଭିନ୍ନ ସହରରେ ପିଆଜ ଦର ୧୦୦ ଟପିଲାଣି। ଏହାର ଭରଣା ପାଇଁ ବିଦେଶରୁ ପିଆଜ ଆମଦାନୀ କରାଯିବ। ସେଥିପାଇଁ ଆଫଗାନିସ୍ତାନ, ଇଜିପ୍ଟ, ତୁର୍କୀ ଓ ଇରାନରେ ଥିବା ଭାରତୀୟ ମିଶନକୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ସ୍ଥିତି ସମୀକ୍ଷା ପାଇଁ ବସିଥିବା ବୈଠକରେ ପରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ରାମବିଳାସ ପାଶ୍ୱାନ।

ଶ୍ରୀ ପାଶ୍ୱାନ୍‌ କହିଛନ୍ତି-“ଦେଶରେ ବର୍ତ୍ତମାନ ୫୬,୭୦୦ ଟନ୍‌ ପିଆଜ ମହଜୁଦ ରହିଛି। ଏଥିମଧ୍ୟରୁ ୧୫୨୫ ଟନ୍‌ ନାଫେଡ୍‌ ନିକଟରେ ରହିଛି। ବଜାରରେ ଯଥେଷ୍ଟ ପରିମାଣରେ ପିଆଜ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ରପ୍ତାନି ଉପରେ ଅଙ୍କୁଶ ଜାରି କରାଯାଇଛି। ଖୁଚୁରା ବ୍ୟବସାୟୀଙ୍କ ପାଇଁ ପିଆଜ ମହଜୁଦ କରି ରଖିବାର ସୀମା ୧୦ ମେଟ୍ରିନ୍‌ ଟନ୍‌ ରଖାଯାଇଥିବା ବେଳେ ପାଇକାରୀ ବ୍ୟବସାୟୀଙ୍କ ପାଇଁ ଏହି ସୀମା ୫୦ ମେଟ୍ରିକ୍‌ ଟନ୍‌ ରଖାଯାଇଛି।”

ପିଆଜ ଦର ବୃଦ୍ଧିର କାରଣ ସମ୍ପର୍କରେ ସୂଚନା ଦେଇ ଶ୍ରୀ ପାଶ୍ୱାନ କହିଛନ୍ତି-“ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି। ମାତ୍ର ବର୍ଷା କାରଣରୁ ପିଆଜ ଉତ୍ପାଦନ ୩୦ରୁ ୪୦% ପ୍ରତିଶତ ହ୍ରାସ୍‌ ପାଇଛି। ପିଆଜ ଯୋଗାଣ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଦିଲ୍ଲୀ ମଣ୍ଡିରେ ମଧ୍ୟ ୨୫% ପିଆଜ କମ ପହଞ୍ଚିଛି। କେନ୍ଦ୍ର ସରକାର ପିଆଜ ଆମଦାନୀ ପାଇଁ ଆବଶ୍ୟକ ସୁବିଧା ଯୋଗାଇ ଦେଇଛନ୍ତି। କୃଷିମନ୍ତ୍ରଣାଳୟ ପକ୍ଷରୁ ରପ୍ତାନି ପାଇଁ ରହିଥିବା ନିୟମ ଓ ସର୍ତ୍ତାବଳୀ ଭିତରୁ କେତେକ ସର୍ତ୍ତ  ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ କୋହଳ କରାଯାଇଛି। ଏହାଦ୍ୱାରା ଗୁଣବତ୍ତା ଓ ନିରାପତ୍ତା ସହ ସାଲିସ କରାନଯାଇ ପିଆଜର ଶୀଘ୍ର ଆମଦାନୀ ସୁନିଶ୍ଚିତ ହୋଇପାରିବ। ଆଫଗାନିସ୍ତାନ, ଇଜିପ୍ଟ, ତୁର୍କୀ ଓ ଇରାନରୁ ପିଆଜ ଆମଦାନୀ ପାଇଁ ସେଠାରେ ଥିବା ଭାରତୀୟ ମିଶନକୁ କୁହାଯାଇଛି।”

ମଦର ଡାଏରୀ, ସଫଲ ଷ୍ଟୋର ମାଧ୍ୟମରେ ଖୁଚୁରା ବଜାରରେ ସୁଲଭ ଦରରେ ଯଥେଷ୍ଟ ପରିମାଣରେ ପିଆଜ ଯୋଗାଇ ଦେବାକୁ ନାଫେଡକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ନାଫେଡର ଅତିରିକ୍ତ ଏମ୍‌ଡିଙ୍କ ନେତୃତ୍ୱରେ ଏକ ଟିମ୍‌ ମହାରାଷ୍ଟ୍ର ଗସ୍ତ କରି ପିଆଜ ଯୋଗାଣର ସ୍ଥିତି ଅନୁଧ୍ୟାନ କରିବ ବୋଲି ମନ୍ତ୍ରୀ କହିଛନ୍ତି।

Related story