ନୂଆପଡ଼ାରେ ‘ଅପରେସନ କଲରାପତରିଆ’

ନୂଆପଡ଼ା(ମାୟାଧର ସରାଫ୍): ନୂଆପଡ଼ା ଜିଲ୍ଲା କୁକୁଡ଼ାତାଲ ଓ ଆମାନାର ଗାଁ ନିକଟ ମୁସରଙ୍ଗି ସଂରକ୍ଷିତ ଜଙ୍ଗଲରେ ୨ ଦିନ ହେଲା ୨ଟି କଲରାପତରିଆ ବାଘ ବୁଲୁଛନ୍ତି । ସେମାନେ ପାହାଡ଼ରେ ଶୋଇବା ସହ ନିକଟରେ ବିଚରଣ କରୁଥିଲେ ମଧ୍ୟ ଗାଁ ମୁହାଁ ହୋଇ ନାହାନ୍ତି। ହେଲେ ଏହି କଥା ପ୍ରଚାରିତ ହେବା ପରଠୁ ନିକଟସ୍ଥ ଗାଁ ଲୋକଙ୍କ ନିଦ ହଜି ଗଲାଣି। ବାହାରକୁ ବାହାରିବାକୁ ସେମାନେ ଡରୁଥିବା ବେଳେ ସନ୍ଧ୍ୟା ହେଲେ ଘରେ ଘରେ ତାଟି କବାଟ […]

tiger1

tiger1

Jyoshna Pradhan
  • Published: Friday, 09 August 2019
  • Updated: 09 August 2019, 02:10 PM IST

ନୂଆପଡ଼ା(ମାୟାଧର ସରାଫ୍): ନୂଆପଡ଼ା ଜିଲ୍ଲା କୁକୁଡ଼ାତାଲ ଓ ଆମାନାର ଗାଁ ନିକଟ ମୁସରଙ୍ଗି ସଂରକ୍ଷିତ ଜଙ୍ଗଲରେ ୨ ଦିନ ହେଲା ୨ଟି କଲରାପତରିଆ ବାଘ ବୁଲୁଛନ୍ତି । ସେମାନେ ପାହାଡ଼ରେ ଶୋଇବା ସହ ନିକଟରେ ବିଚରଣ କରୁଥିଲେ ମଧ୍ୟ ଗାଁ ମୁହାଁ ହୋଇ ନାହାନ୍ତି। ହେଲେ ଏହି କଥା ପ୍ରଚାରିତ ହେବା ପରଠୁ ନିକଟସ୍ଥ ଗାଁ ଲୋକଙ୍କ ନିଦ ହଜି ଗଲାଣି। ବାହାରକୁ ବାହାରିବାକୁ ସେମାନେ ଡରୁଥିବା ବେଳେ ସନ୍ଧ୍ୟା ହେଲେ ଘରେ ଘରେ ତାଟି କବାଟ ପଡ଼ି ଯାଉଛି।

ଏବେ ଏହି ଦୁଇ କଲରାପତରିଆ ବାଘଙ୍କୁ କାବୁ କରିବାକୁ ବନ ବିଭାଗ ଆରମ୍ଭ କରିଛି କସରତ। ଏଥିଲାଗି ଆରମ୍ଭ ହୋଇଛି ‘ଅପରେସନ କଲରାପତରିଆ’।  ବନବିଭାଗ ପକ୍ଷରୁ ଦୁଇଟି ଟିମ୍‌ କରାଯାଇ ଜୋରସୋର ଉଦ୍ୟମ ଆରମ୍ଭ ହୋଇଛି।

କିଛି ଦିନ ହେଲା ସ୍ଥାନୀୟ ଅଞ୍ଚଳରେ ବାଘ ବୁଲୁଥିବା ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ଗତକାଲି ମଧ୍ୟ ବାଘ ଦୁଇଟିକୁ ଗାଁ ଲୋକେ ଦେଖିବାକୁ ପାଇଥିଲେ। ସନ୍ଧ୍ୟା ପୂର୍ବରୁ ଘରକୁ ଫେରିବା ପାଇଁ ସମସ୍ତଙ୍କୁ ବନ ବିଭାଗ ପରାମର୍ଶ ଦେଇଛି। ରାତିରେ ଘରୁ ଏକା ନ ବାହାରିବା ପାଇଁ ମଧ୍ୟ କୁହାଯାଇଛି।  ଏବେ ସନ୍ଧ୍ୟା ପୂର୍ବରୁ ଗାଁ ଦାଣ୍ଡ ଶୂନଶାନ୍‌ ହୋଇ ପଡୁଛି।

ସୂଚନାଯୋଗ୍ୟ, ୨୦୧୭ ମସିହାରେ ହଳଦୀ ଗାଁରେ ଘର ଭିତରେ ପଶି ମାଆ ପାଖରୁ ତା’ ଛୁଆକୁ ବାଘ ଝାମ୍ପି ନେଇଯାଇଥିଲା। ତା’ପର ଦିନ ଛୁଆ ପିନ୍ଧିଥିବା ବସ୍ତ୍ର ପାହାଡ଼ ଉପରୁ ମିଳିଥିଲା। ସେ ସମୟରେ ଏହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଶେଷରେ ବନ ବିଭାଗ ବାଘକୁ କାବୁ କରିବା ପାଇଁ ଯନ୍ତା ବସାଇ ଧରିବାରେ ସଫଳ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos