କରୋନା କର୍ମଶାଳା: ବିରୋଧୀ ବର୍ଷିଲେ, ଫେଲ୍ ମାରିଲା ରଣନୀତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ଅଣାୟତ୍ତ ହେଉଥିବାରୁ ଦୁଇ ପ୍ରମୁଖ ବିରୋଧୀ ଦଳକୁ ମନାଇ କରୋନା ପରିଚାଳନାଗତ ତ୍ରୁଟିକୁ ଲୁଚାଇବାକୁ ରାଜ୍ୟ ସରକାର କରିଥିବା ତାଳିପକା ଉଦ୍ୟମ ଓ ରଣନୀତି ଆଜି ଫେଲ୍ ମାରିଛି। କରୋନା ମୁକାବିଲା କାର୍ଯ୍ୟରୁ ଦୀର୍ଘ ସାଢ଼େ ୪ମାସ ଧରି ବିଧାୟକ ଓ ସାଂସଦମାନଙ୍କୁ ଦୂରେଇ ରଖିଥିବା ରାଜ୍ୟ ସରକାର ଏବେ ସେହି ବିଧାୟକମାନେ ବ୍ୟକ୍ତିଗତ ଭାବେ ନିଜର ଯତ୍ନ ନେବା ସହ ନିଜ ନିଜ ଅଂଚଳରେ ପ୍ରେରଣାଦାୟୀ […]

Naveen Patnaik

Naveen Patnaik

Tapas Behera
  • Published: Wednesday, 29 July 2020
  • Updated: 29 July 2020, 08:59 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ଅଣାୟତ୍ତ ହେଉଥିବାରୁ ଦୁଇ ପ୍ରମୁଖ ବିରୋଧୀ ଦଳକୁ ମନାଇ କରୋନା ପରିଚାଳନାଗତ ତ୍ରୁଟିକୁ ଲୁଚାଇବାକୁ ରାଜ୍ୟ ସରକାର କରିଥିବା ତାଳିପକା ଉଦ୍ୟମ ଓ ରଣନୀତି ଆଜି ଫେଲ୍ ମାରିଛି। କରୋନା ମୁକାବିଲା କାର୍ଯ୍ୟରୁ ଦୀର୍ଘ ସାଢ଼େ ୪ମାସ ଧରି ବିଧାୟକ ଓ ସାଂସଦମାନଙ୍କୁ ଦୂରେଇ ରଖିଥିବା ରାଜ୍ୟ ସରକାର ଏବେ ସେହି ବିଧାୟକମାନେ ବ୍ୟକ୍ତିଗତ ଭାବେ ନିଜର ଯତ୍ନ ନେବା ସହ ନିଜ ନିଜ ଅଂଚଳରେ ପ୍ରେରଣାଦାୟୀ ନେତୃତ୍ୱ ନିଅନ୍ତୁ ବୋଲି ଆହ୍ୱାନ କରିଛନ୍ତି।

ଆଜିର ଏହି କୋଭିଡ୍ ସଚେତନତା କର୍ମଶାଳା ଆଳରେ କରୋନା ମୁକାବିଲା ପାଇଁ ଏପର୍ଯ୍ୟନ୍ତ ନେଇଥିବା ସମସ୍ତ ପଦକ୍ଷେପକୁ ବିରୋଧୀ ଦଳଗୁଡ଼ିକଠୁ କ୍ଲିନଚିଟ୍ ନେବାକୁ ରାଜ୍ୟ ସରକାରଙ୍କ ଉଦ୍ୟମ ମଧ୍ୟ ଫେଲ୍ ମାରିଛି। ଉଭୟ ବିଜେପି ଓ କଂଗ୍ରେସ ଆଜି କରୋନା ପରିଚାଳନାରେ ସରକାରଙ୍କୁ ସେମାନେ ପ୍ରଥମରୁ ଦେଇଥିବା ନିଃସର୍ତ୍ତ  ସମର୍ଥନ ସମ୍ପର୍କରେ ମନେପକାଇ ଦେବା ସହ ସରକାରଙ୍କ ତ୍ରୁଟି ଯୋଗୁ କିଭଳି କରୋନା ସ୍ଥିତି ଭୟାବହ ହେଉଛି ତାହା ଚେତାଇ ଦେଇଛନ୍ତି।
ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଜି ହୋଇଥିବା ଏହି ‘କୋଭିଡ୍‌-୧୯ ସଚେତନତା କର୍ମଶାଳା’ ସମ୍ପର୍କରେ ବିଧାୟକମାନଙ୍କୁ ମାତ୍ର ୪୮ଘଣ୍ଟା ପୂର୍ବରୁ ଅବଗତ କରାଯାଇଥିଲା। ଏହି କର୍ମଶାଳାକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତେ ଏକାଠି ହୋଇ ଏହି ମହାମାରୀ ବିରୁଦ୍ଧରେ ଲଢ଼େଇ କରିବା ପ୍ରତ୍ୟେକଙ୍କର ବ୍ୟକ୍ତିଗତ ଦାୟିତ୍ୱ ବୋଲି କହିବା ସହ ସମସ୍ତଙ୍କ ସହଯୋଗ ମଧ୍ୟ ଲୋଡ଼ିଛନ୍ତି। ବିଧାୟକମାନେ ନିଜ ଅଂଚଳରେ କୋଭିଡ୍ ଯୋଦ୍ଧାମାନଙ୍କର ଯତ୍ନ ନେବା ସହ ପ୍ଲାଜମା ଦାନକୁ ଉତ୍ସାହିତ କରିବା, ସାମାଜିକ ଦୂରତ୍ୱ, ମାସ୍କ ବ୍ୟବହାର ଓ ହାତ ଧୋଇବା ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ। ଅନ୍ୟ ରାଜ୍ୟର ଡାକ୍ତରଖାନାଗୁଡ଼ିକରେ କୋଭିଡ୍ ଚିକିତ୍ସା ପାଇଁ ଲକ୍ଷ ଲକ୍ଷ ଟଙ୍କା ଦାବି କରୁଥିବାବେଳେ ଓଡ଼ିଶାରେ କରୋନା ରୋଗୀଙ୍କୁ ମାଗଣାରେ ସବୁପ୍ରକାର ସେବା ସରକାର ଯୋଗାଇ ଦେଉଛନ୍ତି।

ସାରା ବିଶ୍ୱର ଯେକୌଣସି ଅଂଚଳରେ କୋଭିଡ୍ ରୋଗ ପାଇଁ ଶ୍ରେଷ୍ଠ ଚିକିତ୍ସା ଯାହା ମିଳୁଛି, ତାକୁ ଓଡ଼ିଶାରେ କାର୍ଯ୍ୟକାରୀ କରାଯାଉଛି। ପ୍ଲାଜମା ପଦ୍ଧତିରେ ଚିକିତ୍ସାକୁ ଉତ୍ସାହଜନକ ସଫଳତା ମିଳିଥିବା ମୁଖ୍ୟମନ୍ତ୍ରୀ କହିବା ସହ ଲୋକଙ୍କ ଜୀବନ ରକ୍ଷା ପାଇଁ ସମ୍ବଳର ଅଭାବ ରହିବନି ବୋଲି କହିଛନ୍ତି। ୧୫୦ଦିନ ହେଲା କୋଭିଡ୍ ଯୋଦ୍ଧାମାନେ ଯେଭଳି ସେବା ଦେଉଛନ୍ତି ତା’ର ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୋଭିଡ୍ ଯୋଦ୍ଧାମାନେ ଏବେ ଦରମା ପାଇଁ ମିଶନ ଭଳି ସେବା କରୁଛନ୍ତି। ତେବେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଏହି କର୍ମଶାଳାରେ କରୋନା ମୁକାବିଲା ଆଳରେ ପଶ୍ଚିମ ଓଡ଼ିଶାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ଏବଂ ବିଜେପିର ଦୁଇ ବିଧାୟକଙ୍କ ପ୍ରତି ସମ୍ବଲପୁର ଜିଲ୍ଲା ପ୍ରଶାସନର ଦୁର୍ବ୍ୟବହାର ପ୍ରସଙ୍ଗ ସହ ସରକାରଙ୍କ ତ୍ରୁଟିବିଚ୍ୟୁତି ସମ୍ପର୍କରେ ରେଖାଙ୍କିତ କରିଥିଲେ ବି ମୁଖ୍ୟମନ୍ତ୍ରୀ ନିରବ ରହିଥିଲେ। ଉଭୟ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବିରୋଧୀ ଦଳ ନେତା ଶ୍ରୀ ନାଏକ ଦେଇଥିବା ମତକୁ ଶୁଣିଥିଲେ ବି ସେସବୁ ତ୍ରୁଟିକୁ ସୁଧାରିବା ପାଇଁ ସରକାରଙ୍କ ପକ୍ଷରୁ କୌଣସି ପ୍ରତିଶ୍ରୁତି ମିଳିନଥିଲା।

କର୍ମଶାଳାରେ ବିରୋଧୀ ଦଳ ନେତା ଶ୍ରୀ ନାଏକ କହିଥିଲେ ଯେ, କ୍ରମାଗତ ଭାବେ ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ଯାଜପୁର, ମାଲକାନଗିରି, କୋରାପୁଟ, ସୁନ୍ଦରଗଡ଼ ଓ ବାଲେଶ୍ୱରରେ କରୋନା ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ଗଞ୍ଜାମ ଜିଲ୍ଲା ଉପରେ ରାଜ୍ୟ ସରକାର ସର୍ବାଧିକ ଫୋକସ ଦେଉଛନ୍ତି। ବାଚସ୍ପତି ଓ ମୁଖ୍ୟମନ୍ତ୍ରୀଙ୍କ ଗୃହ ଜିଲ୍ଲା ପାଇଁ ଅଧିକ ପ୍ୟାକେଜ ଓ ମାନବ ସମ୍ବଳ ଯୋଗାଇ ଦିଆଯାଇଥିଲେ ମଧ୍ୟ ସେଠାରେ ପରିଚାଳନା ଫଳପ୍ରଦ ହେଲାଭଳି ଲାଗୁନାହିଁ । ସମୟ ଗଡ଼ିବା ସହ କୋଭିଡ୍ ପରିଚାଳନାରେ ଅନେକ ତ୍ରୁଟିବିଚ୍ୟୁତି ସାମ୍ନାକୁ ଆସିଲା। ଓଡ଼ିଶାର କିଛି ସ୍ଥାନରେ ଏହି ମହାମାରୀ ଏବେ ସରକାରଙ୍କ ନିୟନ୍ତ୍ରଣ ବାହାରକୁ ଚାଲି ଯାଉନି ତ ବୋଲି ମନରେ ଭୟ ଓ ଆଶଙ୍କା ଆସିଲାଣି। ଏହି ସଙ୍କଟ ସମୟରେ ଦଳମତ ନିର୍ବିଶେଷରେ ସମସ୍ତେ ସରକାରଙ୍କ ସହ କାମ କରିବାକୁ ବିଜେପି ସହମତି ଦେଇଥିଲା। କିନ୍ତୁ ଏବେ ସରକାରଙ୍କ ଅନେକ ତ୍ରୁଟିବିଚ୍ୟୁତ ସାମ୍ନାକୁ ଆସୁଛି । ସେ ପଶ୍ଚିମ ଓଡ଼ିଶାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ପ୍ରସଙ୍ଗ ଉଠାଇବା ସହ ଗରିବ ଲୋକମାନଙ୍କୁ ସରକାରୀ ସୁବିଧା ଯୋଗାଇବାକୁ ମଧ୍ୟ  ପରାମର୍ଶ ଦେଇଛନ୍ତି। ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଓ ନାଉରୀ ନାଏକଙ୍କ ନାଁରେ ସମ୍ବଲପୁର ଜିଲ୍ଲା ପ୍ରଶାସନ କରିଥିବା ମାମଲା ସମ୍ପର୍କରେ ସେ ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କ ହସ୍ତକ୍ଷେପ ବି ଲୋଡ଼ିଥିଲେ।

ସେହିପରି କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର କୋଭିଡ୍ ସ୍ଥିତିର ଅନୁଧ୍ୟାନ ପାଇଁ ଏକ ହାଉସ୍ କମିଟି ଗଠନ କରିବା ନିମନ୍ତେ ସରକାରଙ୍କୁ ପରାମର୍ଶ ଦେବା ସହ ପଶ୍ଚିମଓଡ଼ିଶାରେ କରୋନା ମୁକାବିଲା ସ୍ଥିତି ସମ୍ପର୍କରେ ବି ମତ ରଖିଥିବା ଜଣାପଡ଼ିଛି।
ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିର ପ୍ରଶଂସା କରିବା ସହ ସରକାରଙ୍କ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଅନୁପାଳନ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି।
ତେବେ, ରାଜ୍ୟ ସରକାର ଦୀର୍ଘ ସାଢ଼େ ୪ମାସର କରୋନା ପରିଚାଳନାଗତ  ବିଫଳତା ଲୁଚାଇବା ଓ କରୋନା ଅଣାୟତ୍ତ ସ୍ଥିତିର ମୁକାବିଲା ଦିଗରେ ବିରୋଧୀ ଦଳ ଓ ନିଜ ଦଳର ବିଧାୟକମାନଙ୍କୁ ଆଗକୁ ଆଣିବା ନିମନ୍ତେ ଯେଉଁଁ ଉଦ୍ୟମ କରିଥିଲେ ତାହା ଆଜିର କାର୍ଯ୍ୟକ୍ରମରେ ବିରୋଧୀ ଦଳଗୁଡ଼ିକର ଆଭିମୁଖ୍ୟକୁ ଦେଖିଲେ ଫେଲ୍ ମାରିଥିବା ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story