'ଅଙ୍ଗତସ୍କରିକୁ ଲୁଚାଇବା ପାଇଁ SITର ମନଗଢ଼ା କାହାଣୀ'

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପରୀ ହତ୍ୟା ଓ ଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀକୁ ଗିରଫଦାରୀକୁ ନେଇ ବିବାଦ ଦେଖା ଦେଇଛି। ୫ ମାସ ତଳେ ହୋଇଥିବା ଏହି ରହସ୍ୟମୟ ହତ୍ୟାର SIT ଯେଉଁ ମହାଖୁଲାସା କରିଛି, ତାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଲୋକେ। ଏପରିକି SITର ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। କୁନିଝିଅ ପରୀ ମାମଲାରେ ସରୋଜ ସେଠୀକୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇଥିବା ଏସଆଇଟି ମଙ୍ଗଳବାର ମର୍ଡର ପ୍ଲଟର ତମାମ ଦିଗର […]

pradipta

pradipta

Ranjit Kumar Jena
  • Published: Wednesday, 23 December 2020
  • Updated: 23 December 2020, 07:59 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପରୀ ହତ୍ୟା ଓ ଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀକୁ ଗିରଫଦାରୀକୁ ନେଇ ବିବାଦ ଦେଖା ଦେଇଛି। ୫ ମାସ ତଳେ ହୋଇଥିବା ଏହି ରହସ୍ୟମୟ ହତ୍ୟାର SIT ଯେଉଁ ମହାଖୁଲାସା କରିଛି, ତାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଲୋକେ। ଏପରିକି SITର ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ।

କୁନିଝିଅ ପରୀ ମାମଲାରେ ସରୋଜ ସେଠୀକୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇଥିବା ଏସଆଇଟି ମଙ୍ଗଳବାର ମର୍ଡର ପ୍ଲଟର ତମାମ ଦିଗର ଖୁଲାସା କରିଥିଲା। ଏହିଦିନ ସଂଧ୍ୟାରେ ଯଦୁପୁର ପୋଖରୀରୁ ପ୍ରମାଣ ଅପେକ୍ଷାରେ ଥିବା SITକୁ ଏକ ଲେଗିଙ୍ଗ୍ସ ମିଳିଥିଲା। ଏସବୁ ପରେ ବି SIT ତଦନ୍ତ ଓ ମର୍ଡର ଥିଓରୀକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଅନେକେ। ଏପରିକି ଖୋଦ୍ SIT ମୁଖ୍ୟ ଅରୁଣ ବୋଥ୍ରାଙ୍କ ପଲିଗ୍ରାଫ୍ ଟେଷ୍ଟ ଦାବିରେ ଭାରତୀୟ ବିକାଶ ପରିଷଦ ହାଇକୋର୍ଟରେ ମାମଲା ଦାଏର କରିଛି। ସେହିଭଳି ମାମଲାର ସିବିଆଇ ତଦନ୍ତ ସହ ଡାକ୍ତରୀ ମାଇନା କରିଥିବା ୨ ଡାକ୍ତରଙ୍କ ପଲିଗ୍ରାଫ ଟେଷ୍ଟ ଦାବି କରିଛି ସଂଗଠନ।

ପରୀ ହତ୍ୟା ମାମଲାରେ ତା ପରିବାରକୁ ନ୍ୟାୟ ପାଇଁ ରାସ୍ତାକୁ ଓହ୍ଲାଇଥିବା ବିରୋଧୀଙ୍କୁ ସନ୍ତୁଷ୍ଟ କରିପାରିନି SITର ମର୍ଡର ମିଷ୍ଟ୍ରି ଖୁଲାସା। ବିଜେପି କହିଛି ଯେ ଅଙ୍ଗତସ୍କରିକୁ ଲୁଚାଇବା ପାଇଁ ଏସଆଇଟିର ଏହା ଏକ ମନଗଢ଼ା କାହାଣୀ। ଏମିତିକି ତଦନ୍ତ ଗତି କୁଆଡ଼େ ଯିବ, ସେ ନେଇ ଯେଉଁ ସନ୍ଦେହ କରାଯାଉଥିଲା ତାହା ସତ ହୋଇଥିବା ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି।

DNA ଟେଷ୍ଟର ରିପୋର୍ଟ ମିଳିନଥିବା ବେଳେ ପଲିଗ୍ରାଫ ଟେଷ୍ଟ ବି ନିର୍ବିବାଦୀୟ ନୁହେଁ ଦଳ କହିଛି। ସେପଟେ ପରୀ ପରିବାର ଉପରକୁ ଅଙ୍ଗୁଳି ଉଠାଉଥିବା ବାବୁଲି ନାୟକର ପଲିଗ୍ରାଫ ଟେଷ୍ଟ କାହିଁକି ହୋଇନି, ସେ ପ୍ରଶ୍ନ ସହ ତଦନ୍ତର ଆଉ କିଛି ଆଇନଗତ ଦିଗ ସଂପର୍କରେ ଆଙ୍ଗୁଠି ଉଠାଇ ଘଟଣାର ସିବିଆଇ ତଦନ୍ତ ଦାବି କରିଛି ଦଳ। ସେହିଭଳି ସମାନ ଢଙ୍ଗରେ ଏସଆଇଟିର ତଦନ୍ତକୁ ସନ୍ଦେହଜନକ ଦୃଷ୍ଟିରେ ଦେଖିଛି କଂଗ୍ରେସ। ତେବେ ଏହି ମାମଲାରେ ବିବାଦ ଘେରକୁ ଆସିଥିବା ମନ୍ତ୍ରୀ ଅରୁଣ ସାହୁ ବୋଲି ଆଜି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି କହିଛନ୍ତି, ସତ୍ୟ ଉନ୍ମୋଚନ ହେଉ ଏବଂ ପୀଡ଼ିତା ନ୍ୟାୟ ପାଉ।

ସୂଚନାଯୋଗ୍ୟ, ମଙ୍ଗଳବାର ଯଦୁପୁର ପୋଖରୀରୁ ପରୀର ଲେଗିଙ୍ଗ୍ସ ମିଳିବା ପରେ ଆଜି ଦ୍ୱିତୀୟ ଦିନ ପାଇଁ ପୋଖରୀରୁ ଆଉ କିଛି ପ୍ରମାଣ ଆଶାରେ ଖୋଜାଖୋଜି କରିଛନ୍ତି ଓଡ୍ରାଫ୍ ଟିମ୍ ଓ ସ୍କୁବା ଡାଇଭର। ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ବି ଯଦୁପୁର ଯାଇ ତଦନ୍ତର ତଦାରଖ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story