କରୋନା ପରିଚାଳନାରେ ଅବ୍ୟବସ୍ଥା ନେଇ ବର୍ଷିଲେ ବିରୋଧୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) କରୋନା ପରିଚାଳନାରେ ଅବ୍ୟବସ୍ଥା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ । ଏହି ପ୍ରସଙ୍ଗରେ ଆଜି ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଘେରିବାକୁ ଚେଷ୍ଟା କରିଥିଲେ ବିଜେପି ଓ କଂଗ୍ରେସ୍ । ଅଧିବେଶନ ଆରମ୍ଭରୁ କୋଭିଡ୍ ପରିଚାଳନା ନେଇ କଂଗ୍ରେସ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ମୁଲତବୀ ଆଲୋଚନା ବେଳେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କେନ୍ଦ୍ର ଭେଣ୍ଟିଲେଟର ପ୍ରଦାନ କରିଥିଲେ ମଧ୍ୟ ରାଜ୍ୟ ବ୍ୟବହାର ନକରିବା ନେଇ ପ୍ରଶ୍ନ ଉଠାଇଥିଲେ। […]

6nmb

6nmb

Tapas Behera
  • Published: Wednesday, 30 September 2020
  • Updated: 30 September 2020, 08:14 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) କରୋନା ପରିଚାଳନାରେ ଅବ୍ୟବସ୍ଥା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ । ଏହି ପ୍ରସଙ୍ଗରେ ଆଜି ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଘେରିବାକୁ ଚେଷ୍ଟା କରିଥିଲେ ବିଜେପି ଓ କଂଗ୍ରେସ୍ । ଅଧିବେଶନ ଆରମ୍ଭରୁ କୋଭିଡ୍ ପରିଚାଳନା ନେଇ କଂଗ୍ରେସ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ମୁଲତବୀ ଆଲୋଚନା ବେଳେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କେନ୍ଦ୍ର ଭେଣ୍ଟିଲେଟର ପ୍ରଦାନ କରିଥିଲେ ମଧ୍ୟ ରାଜ୍ୟ ବ୍ୟବହାର ନକରିବା ନେଇ ପ୍ରଶ୍ନ ଉଠାଇଥିଲେ। ତାସହିତ ଅଣକୋଭିଡ୍ ରୋଗୀଙ୍କ ଠିକ୍ ଭାବରେ ଚିକିତ୍ସା ହେଉନଥିବା ନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା।

ମେଡିକାଲରେ ବେଡ୍ ମିଳୁନି । ହନ୍ତସନ୍ତ ହେଉଛନ୍ତି ନନକୋଭିଡ୍‌ ରୋଗୀ । ବିଳମ୍ବରେ ମିଳୁଛି କରୋନା ଟେଷ୍ଟ ରିପୋର୍ଟ । କୋଭିଡ୍ ପରିଚାଳନାରେ ଏଭଳି ପୁଳାପୁଳା ଅବ୍ୟବସ୍ଥା ନେଇ ବିଧାନସଭାରେ ହୋଇଛି ସରଗରମ ଆଲୋଚନା । ଗୃହକାର୍ଯ୍ୟ ଆରମ୍ଭରୁ ହିଁ ସରକାରଙ୍କୁ ଟାର୍ଗେଟ୍ କରିଥିଲେ ବିରୋଧୀ । ମୁଲତବୀ ଆଲୋଚନା ବେଳେ ବିରାଧୀଙ୍କ ସ୍ୱର ଆହୁରି ଶାଣିତ ହୋଇଥିଲା । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଅଭିଯୋଗ କରିଥିଲେ ଯେ, କୋଭିଡ୍ ପରିଚାଳନାରେ ରାଜ୍ୟ ସରକାର ସଂପୂର୍ଣ୍ଣ ଫେଲ୍ ମାରିଛନ୍ତି । ପ୍ରବାସୀ ଓଡ଼ିଆଙ୍କୁ ଆଣିବାରେ ସ୍ୱାର୍ଥପର ଭାବେ କାମ କରିଥିବା କହି ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଥିଲେ ।

ସେ ଆହୁରି ମଧ୍ୟ କହିଥିଲେ TMCରୁ ୭ ଦିନ ଭିତରେ ପ୍ରବାସୀଙ୍କୁ ଛାଡ଼ିଦେବା ଦ୍ୱାରା ସଂକ୍ରମଣ ବ୍ୟାପିଥିଲା । ଏହାବ୍ୟତୀତ ନନକୋଭିଡ୍ ରୋଗୀ ଠିକ୍‌ରେ ଚିକିତ୍ସା ପାଉନଥିବା ସେ ଅଭିଯୋ କରିଥିଲେ । କେନ୍ଦ୍ର ପଠାଇଥିବା ସବୁ ଭେଣ୍ଟିଲେଟର୍ ବ୍ୟବହାର ହୋଇନପାରିବା ଓ ରୋଗୀ ପିଛା କେତେ ଖର୍ଚ୍ଚ ହେଉଛି ତାର ହିସାବ ମାଗିଥିଲେ ପ୍ରଦୀପ୍ତ। ସେହିପରି କେବଳ କୋଭିଡ୍ ନୁହେଁ ରାଜ୍ୟରେ ସ୍ୱାସ୍ଥ୍ୟାବସ୍ଥା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ, ମନ୍ତ୍ରୀଙ୍କ ଉତ୍ତର ତଥ୍ୟଠୁ ବହୁତ ଦୂରରେ ବୋଲି କହି ବର୍ଷିଥିଲେ ବିଧାୟକ ଜୟନାରାୟଣ ମିଶ୍ର । ସେପଟେ କଂଗ୍ରେସ୍ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, କୋଭିଡର ତଥ୍ୟ ଓ ବାସ୍ତବତା ଭିନ୍ନ କୋଭିଡ୍ ପରିଚାଳନାରେ ପୁରା ସିଷ୍ଟମ୍ ଫେଲ୍ ମାରିଛି । ଆବଶ୍ୟକ ଟେଷ୍ଟ ହେଉନି, ଯେଉଁଠି ହେଉଛି ୪ଦିନ ପରେ ତାର ରିପୋର୍ଟ ଆସୁଛି ବୋଲି ନରସିଂହ କହିଥିଲେ। କଂଗ୍ରେସ୍ ବିଧାୟକ ସନ୍ତୋଷ ସିଂ ସାଲୁଜା ଅଭିଯୋଗ କରିଥିଲେ, କରୋନା ପ୍ରସଙ୍ଗରେ ସରକାର ତଥ୍ୟ ଲୁଚାଉଛନ୍ତି।

ଜବାବରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ କହିଥିଲେ, ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ କୋଭିଡ୍ ସ୍ଥିତି ନିୟନ୍ତ୍ରଣରେ ରହିଛି । ରାଜ୍ୟରେ ମୋଟ୍ ସକ୍ରିୟ କେଶ୍ ୩୬ ହଜାରରୁ ଅଧିକ ରହିଛି।  କେବଳ ୭ ହଜାର ୩୪୮ ଜଣ ରୋଗୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଦେଶରେ କୋଭିଡ୍ ମୃତ୍ୟୁ ହାର ୧.୬ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ଏହା ୦.୩୮ ପ୍ରତିଶତ ବୋଲି ମନ୍ତ୍ରୀ କହିଛନ୍ତି । କୋଭିଡ୍ କିଟ୍ କିଣାରେ ହୋଇଥିବା ଦୁର୍ନୀତି ଅଭିଯୋଗ ଏବେ ଲୋକାୟୁକ୍ତଙ୍କ ନିକଟରେ ବିଚାରାଧୀନ ରହିଛି । ଯିଏ ଦୋଷୀ ହେବ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story