ବିଧାନସଭାରେ ବିରୋଧୀ ଦୁଇ ଫାଳ: ଗୃହ ଦିନସାରା ଅଚଳ, ସନ୍ଧ୍ୟାରେ ହେଲା ସ୍ୱାଭାବିକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିରୋଧୀଙ୍କ ହଟ୍ଟଗୋଳ ଓ ଦୁଇ ବିରୋଧୀ ଦଳ ମଧ୍ୟରେ ତାଳମେଳ ଅଭାବରୁ ଆଜି କ୍ରମାଗତ ତୃତୀୟ ଦିନ ପାଇଁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। କେବଳ ପ୍ରଥମ ଦିନରେ ମରୁଡ଼ି ପ୍ରସଙ୍ଗରେ ମୁଲତବୀ ଆଲୋଚନା ସମ୍ଭବପର ହୋଇପାରିଥିବାବେଳେ ଅନ୍ୟ ସବୁ ସମୟରେ ଗୃହ ସୁରୁଖୁରୁରେ ଚାଲି ପାରିନାହିଁ। ତେବେ ଅପରାହ୍ନରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସର୍ବଦଳୀୟ ବୈଠକ ଡାକିବା ପରେ ଗୃହରେ ସ୍ୱାଭାବିକ ଅବସ୍ଥା ଫେରିଛି। ଆଜି ପୂର୍ବାହ୍ନ ସାଢ଼େ ୧୦ଟାରେ ଗୃହ କାର୍ଯ୍ୟ […]

Mohan-and-Tara

Mohan-and-Tara

Ordigital Desk
  • Published: Friday, 03 September 2021
  • Updated: 03 September 2021, 10:22 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିରୋଧୀଙ୍କ ହଟ୍ଟଗୋଳ ଓ ଦୁଇ ବିରୋଧୀ ଦଳ ମଧ୍ୟରେ ତାଳମେଳ ଅଭାବରୁ ଆଜି କ୍ରମାଗତ ତୃତୀୟ ଦିନ ପାଇଁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। କେବଳ ପ୍ରଥମ ଦିନରେ ମରୁଡ଼ି ପ୍ରସଙ୍ଗରେ ମୁଲତବୀ ଆଲୋଚନା ସମ୍ଭବପର ହୋଇପାରିଥିବାବେଳେ ଅନ୍ୟ ସବୁ ସମୟରେ ଗୃହ ସୁରୁଖୁରୁରେ ଚାଲି ପାରିନାହିଁ। ତେବେ ଅପରାହ୍ନରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସର୍ବଦଳୀୟ ବୈଠକ ଡାକିବା ପରେ ଗୃହରେ ସ୍ୱାଭାବିକ ଅବସ୍ଥା ଫେରିଛି।

ଆଜି ପୂର୍ବାହ୍ନ ସାଢ଼େ ୧୦ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ କଂଗ୍ରେସ ବିଧାୟକମାନେ ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନରେ ଦୁର୍ନୀତି ପ୍ରସଙ୍ଗ ଉଠାଇ ହୋହାଲ୍ଲା କରିବାରୁ ବାଚସ୍ପତି ସଙ୍ଗେସଙ୍ଗେ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ବିଜେପି ପକ୍ଷରୁ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଦିଆଯାଇଥିବାବେଳେ କଂଗ୍ରେସର ହୋ-ହାଲ୍ଲା ଯୋଗୁ ଗୃହ ଚାଲି ପାରିନଥିଲା ଓ ଏଥିପାଇଁ ବିଜେପି ପକ୍ଷରୁ ଉଭୟ ବିଜେଡି ଓ କଂଗ୍ରେସକୁ ଦାୟୀ କରି କଡ଼ା ସମାଲୋଚନା କରିଛି।

ବିଜେପି ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ଯେ, ବିଜେଡି ଓ କଂଗ୍ରେସ ମଧ୍ୟରେ ମ୍ୟାଚ ଫିକ୍ସିଂ ହୋଇଛି। ଉଭୟ ଦଳ ମଧ୍ୟରେ ଡିଲ୍ ତଥା ଭିତରି ବୁଝାମଣା ଯୋଗୁ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ଆଲୋଚନା ହୋଇପାରିଲା ନାହିଁ ବୋଲି ବିଜେପି ଅଭିଯୋଗ କରିଛି। ଆଇନଶୃଙ୍ଖଳା ପରିସ୍ଥିତି ଉପରେ ଆଲୋଚନା ହୋଇଥିଲେ ମାହାଙ୍ଗା ଡବଲ ମର୍ଡର ଓ ମାନସ ଦାସ ଗିରଫ ପ୍ରସଙ୍ଗ ଉଠିଥାନ୍ତା। ସରକାର ଅଡ଼ୁଆରେ ପଡ଼ିଥାନ୍ତେ। ତେଣୁ ଷ୍ଟାଫ ସିଲେକ୍ସନ ଦୁର୍ନୀତି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘଣ୍ଟ ଘୋଡ଼ାଇବାକୁ କଂଗ୍ରେସ ଉଦ୍ୟମ କରୁଛି। ବାଚସ୍ପତି ମଧ୍ୟ ପକ୍ଷପାତିତା କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।

ତେବେ କଂଗ୍ରେସ ମଧ୍ୟ ପାଲଟା ଅଭିଯୋଗ କରି ବିଜେପିକୁ କଡ଼ା ସମାଲୋଚନା କରିଛି । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ଯେ, ବିଜେପି ଓ ବିଜେଡି ମଧ୍ୟରେ ଡିଲ୍ ହୋଇଛି ଓ ସେମାନେ ଭାଇଭାଇ। କଂଗ୍ରେସ କାହା ସହ ନାହିଁ । ବିଜେପି ଦଳର ମତିଭ୍ରମ ହୋଇଛି। ତାଙ୍କ ମୁଣ୍ଡ କାମ କରୁନି। ଗତକାଲି ବିଜେପି ହିଁ ଷ୍ଟାଫ ସିଲେକ୍ସନ ଦୁର୍ନୀତି ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆଣିଥିଲା। ଆଜି ଆଇନଶୃଙ୍ଖଳା ପରିସ୍ଥିତି ଉପରେ ମୁଲତବୀ ଆଣିଚନ୍ତି। ନିୟମ ଅନୁସାରେ ଗତକାଲି ଆଲୋଚନା ହୋଇନଥିବା ପ୍ରସଙ୍ଗ ଆଜି ଆଲୋଚନା ହେବା କଥା। କଂଗ୍ରେସ ତ ସେହି ଗତକାଲିର ପ୍ରସଙ୍ଗକୁ ଆଲୋଚନା କରିବାକୁ ଚାହୁଁଥିଲାବେଳେ ବିଜେପି ପୁଣି କାହିଁକି ଆଇନଶୃଙ୍ଖଳା ପ୍ରସଙ୍ଗ ଆଣିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ବିଜେପି ବିଧାୟକମାନେ ତ ଗତକାଲି ମନ୍ତ୍ରୀ ପ୍ରତାପ ଜେନା ପ୍ରସଙ୍ଗ ଉଠାଇ ପ୍ଲାକାର୍ଡ ଧରି ଗୃହରେ ପ୍ରଦର୍ଶନ କରୁଥିଲେ, ଆଜି କାହିଁକି ଚୁପ୍ ବସିଲେ। ତେଣୁ ବିଜେପି ଓ ବିଜେଡି ମଧ୍ୟରେ ଥିବା ଡିଲ୍ ଜଳଜଳ ହୋଇ ଦିଶୁଛି ବୋଲି ସେ କହିଛନ୍ତି।

ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ଆଜି ପ୍ରଶ୍ନକାଳ ଆରମ୍ଭରୁ ଷ୍ଟାଫ ସିଲେକ୍ସନ ଦୁର୍ନୀତି ଉପରେ ଆଲୋଚନା କରିବା ପାଇଁ କଂଗ୍ରେସ ଦାବି କରିଥିଲା। କିନ୍ତୁ ବାଚସ୍ପତି କିଛି ନଶୁଣି ଗୋଟିଏ ମିନିଟରେ ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ଅଚାନକ ଗୃହକୁ ମୁଲତବୀ କରିବା ଦୁର୍ଭାଗ୍ୟଜନକ। ବାଚସ୍ପତି ସମସ୍ତଙ୍କୁ ଡାକି ଆଲୋଚନା କରିବା କଥା କି ସମସ୍ୟାର ସମାଧାନ କରିବା କଥା । ସରକାରୀ ଦଳ ଚାହୁଁନି ଆଲୋଚନା, ତେଣୁ ବାଚସ୍ପତି ଗୋଟିଏ ମିନିଟରେ ଗୃହକୁ ବନ୍ଦ କରିଦେଉଛନ୍ତି । ଏହା ଗଣତନ୍ତ୍ର ପାଇଁ ବିପଦ ବୋଲି ଶ୍ରୀ ମିଶ୍ର କହିଛନ୍ତି ।

ତେବେ ଦ୍ୱିତୀୟାର୍ଦ୍ଧରେ ଗୃହ ଅପରାହ୍ନ ୪ଟାରେ ଆରମ୍ଭ ହେବାମାତ୍ରେ ଅଚଳାବାସ୍ଥା ଜାରି ରହିବାରୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ । ଯେଉଁଥିପାଇଁ ଗୃହକୁ ବାରମ୍ବାର ମୁଲତବୀ ହୋଇଥିଲା । ମାତ୍ର ବୈଠକ ପରେ ଗୃହ ସ୍ୱାଭାବିକ ଅବସ୍ଥାକୁ ଫେରିଥିଲା । ଆଜି ପ୍ରାଇଭେଟ୍ ମେମ୍ବର୍ସ ଡେ’ ଥିବାରୁ ସନ୍ଧ୍ୟାରେ କେବଳ କିଛି ରିପୋର୍ଟ ଗୃହରେ ଉପସ୍ଥାପିତ ହୋଇଥିଲା ।

ସୂଚନାଯୋଗ୍ୟ, ୧ତାରିଖରୁ ଆରମ୍ଭ ହୋଇଥିବା ୮ଦିନିଆ ମୌସୁମୀ ଅଧିବେଶନରେ କେବଳ ପ୍ରଥମ ଦିନ ମରୁଡ଼ି ଉପରେ ମୁଲତବୀ ଆଲୋଚନା ସୁରୁଖୁରୁରେ ହୋଇଥିବାବେଳେ ୩ଦିନ ଧରି ପ୍ରଶ୍ନକାଳ, ଶୂନ୍ୟକାଳ ଓ ଅନ୍ୟାନ୍ୟ ଗୃହ କାର୍ଯ୍ୟରେ ଅଚଳାବସ୍ଥା ଲାଗି ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story