ଆନ୍ଦୋଳନ ବେଳେ ସମ୍ପତ୍ତି ନଷ୍ଟ କଲେ ଫାଇନ ଦେବାକୁ ପଡ଼ିବ
- Published: Friday, 08 December 2017
- , Updated: 08 December 2017, 07:50 AM IST
<p>ଭୁବନେଶ୍ୱର: ଏଣିକି ରାଜଧାନୀରେ ଆନ୍ଦୋଳନ ବେଳେ ସରକାରୀ କି ବେସରକାରୀ ସଂପତ୍ତି ନଷ୍ଟ କଲେ ଫାଇନ୍ ଆଦାୟ କରିବ କମିଶନରେଟ୍ ପୋଲିସ। ସେହିପରି ଧାରଣା ଓ ଶୋଭାଯାତ୍ରା ବେଳେ ଶୃଙ୍ଖଳା ରକ୍ଷା ଲାଗି ସଂପୃକ୍ତ ଅନୁଷ୍ଠାନ ବା ବ୍ୟକ୍ତି ବିଶେଷଙ୍କୁ ବଣ୍ଡ ସାଇନ୍ କରିବାକୁ ମଧ୍ୟ ପଡ଼ିବ। ଏଥିରେ ବ୍ୟତିକ୍ରମ ଘଟିଲେ କିମ୍ବା ହିଂସାକାଣ୍ଡରୁ ସଂପତ୍ତି ନଷ୍ଟ ହେଲେ ସଂପୃକ୍ତ ଅନୁଷ୍ଠାନଠାରୁ କ୍ଷତିପୂରଣ ବାବଦକୁ ଜରିମାନା ଆଦାୟ କରାଯିବ। ଏନେଇ ପୋଲିସ କମିଶନରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଆସନ୍ତା ଜାନୁଆରୀ ପହିଲାରୁ ଏହା କାର୍ଯ୍ୟକାରୀ ହେବ।</p>
<p>ସୂଚନାଯୋଗ୍ୟ, ଦୁଇଦିନ ତଳେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଧାରଣା କି ଧର୍ମଘଟ ପାଇଁ ବିଭିନ୍ନ ଦେୟ ଧାର୍ଯ୍ୟ କରିଥିଲା ବିଏମସି। ଧାରଣା ପାଇଁ ସର୍ବନିମ୍ନ ଦୈନିକ ଦେୟ ୫୦୦ ଟଙ୍କା ଆଦାୟ ପାଇଁ ନିଷ୍ପତ୍ତି ହୋଇଛି। ସେହିପରି ୧୦୦ ରୁ ୫୦୦ ଲୋକଙ୍କ ପାଇଁ ଦୈନିକ ହଜାରେ ଓ ୫ ଶହରୁ ଅଧିକ ପ୍ରତ୍ୟେକ ବ୍ୟକ୍ତି ପିଛା ୫ ଟଙ୍କା ଲେଖାଏଁ ଅତିରିକ୍ତ ଦେବାକୁ ହେବ। ଏହା ପ୍ରଶାସନିକ ଓ ପରିମଳ ଦେୟ ଆକାରରେ ଦେବାକୁ ହେବ ବୋଲି ବିଏମସି ପକ୍ଷରୁ ନିଷ୍ପତ୍ତି ହୋଇଥିଲା।</p>
<p>ଏନେଇ ଗତକାଲି ପରିମଳ ଦେୟ ନାଁରେ ବିଏମସିର ନୂଆ ଟ୍ୟାକ୍ସ ଆଦାୟ ନିଷ୍ପତ୍ତିକୁ ବିଭିନ୍ନ ସଂଗଠନ ପକ୍ଷରୁ ବିରୋଧ କରାଯାଇ ରାଜଧାନୀର ଲୋୟର ପିଏମଜିରେ ବିଭିନ୍ନ ସଂଗଠନ ପକ୍ଷରୁ ପ୍ରତିବାଦ କରାଯାଇଥିଲା।</p>