ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ଓଡ଼ିଶା ଫେରିବା ପୂର୍ବରୁ ପ୍ରବାସୀଙ୍କ କରୋନା ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଆଜି ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟକୁ ଫେରିବା ପୂର୍ବରୁ ପ୍ରଥମେ ଟେଷ୍ଟ କରିବା ପାଇଁ କହିଛନ୍ତି ଉଚ୍ଚ ନ୍ୟାୟାଳୟ । ସଂପୃକ୍ତ ରାଜ୍ୟରେ ପ୍ରଥମେ RT-PCR ଟେଷ୍ଟ କରିବାକୁ ପଡ଼ିବ। ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଲେ ହିଁ ପ୍ରବେଶ ଅନୁମତି ମିଳି ପାରିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।
ସୂଚନାଯୋଗ୍ୟ, ଓଡ଼ିଶାରେ କରୋନା ନିୟନ୍ତ୍ରଣରେ ଥିବାବେଳେ ପଶ୍ଚିମବଙ୍ଗ ଫେରନ୍ତା ଏବଂ ପରେ ସୁରତ୍ ଫେରନ୍ତାଙ୍କ ଯୋଗୁ ଏହି ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଆହୁରି ଲକ୍ଷାଧିକ ପ୍ରବାସୀ ରାଜ୍ୟକୁ ଫେରିବାକୁ ଥିବାରୁ ସେମାନଙ୍କୁ ନିୟନ୍ତ୍ରଣ କରିବା ସହ ସଂକ୍ରମଣ ରୋକିବା ସରକାରଙ୍କ ସମ୍ମୁଖରେ ଏକ ବଡ଼ ଚାଲେଞ୍ଜ ଭାବେ ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ହାଇକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଲୁଟ୍ରେ ଯାଇଥିଲା ମହିଳାଙ୍କ ଜୀବନ; ୧୨ ଦିନ ପରେ ଝାରଖଣ୍ଡରୁ ଧରାପଡ଼ିଲା ଲୁଟେରା
ଏୟାଫିଲ୍ଡ ଥାନା ଲବଣଗିରି ଛକରେ ରାସ୍ତା ଶୂନ୍ଶାନ ଦେଖି ୟୁ.ବିଷ୍ଣୁ ପାତ୍ରଙ୍କ ବେକରେ ପଡ଼ିଥିବା ସୁନା ଚେନ୍ ଝାମ୍ପି ନେବାକୁ ଉଦ୍ୟମ କରିଥିଲେ ରାଜା। ହେଲେ ୟୁ.ବିଷ୍ଣୁ ପାତ୍ର ବାଇକ୍ରୁ ପଡ଼ି ଯାଇଥିଲେ।
Crime
ଶ୍ୱଶୁର ଘର ଆଗରେ ଯୌତୁକ ସାମଗ୍ରୀ ପୋଡ଼ିଦେଲେ ଜ୍ୱାଇଁ
ଯୌତୁକରେ ଆପାଚି ଗାଡ଼ି ଓ ନଗଦ ଟଙ୍କା ଦାବି କରିଥିଲେ ବିଜୟ। ହେଲେ ଏଥିରେ ମମତା ରାଜି ନହେବାରୁ ଆରମ୍ଭ ହୋଇଥିଲା ନାନା ନିର୍ଯାତନ। ଅଭିଯୋଗ ଅନୁସାରେ ମମତାଙ୍କୁ ତାଙ୍କ ସ୍ୱାମୀ ବିଜୟ ଓ ଶାଶୁ ମାଡ଼ ମାରୁଥିଲେ। ଯୌତୁକ ଆଣିବା ପାଇଁ ବାଧ୍ୟ କରୁଥିଲେ।
Accident
ଗଛରେ ପିଟିହେଲା ପିକ୍ଅପ୍; ୨ ଜଣଙ୍କ ମୃତ୍ୟୁ
ଆଜି ଅପରାହ୍ନ ପ୍ରାୟ ସାଢ଼େ୨ଟା ହେବ। ପାଟଣାଗଡ଼ରୁ ପଦ୍ମପୁର ଅଭିମୁଖେ ଯାଉଥିବା ଏକ ଦ୍ରୁତଗାମୀ ପିକ୍ଅପ୍ ଭ୍ୟାନ୍ଟି ପଢେଲ ଗାଁ ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଗଛରେ ପିଟି ହୋଇଯାଇଥିଲା।
Guest Column
ଓଡ଼ିଶା ସନ୍ଥ ଓ ବିଦ୍ୱାନଙ୍କ ଭୂମି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ବନ୍ଧୁଗଣ! ଓଡ଼ିଶାର ସନ୍ଥ କବି ଭୀମ ଭୋଇ କହିଥିଲେ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ। ଏହାର ଭାବାର୍ଥ ହେଉଛି ଯେ ମୋତେ ଯେତେ ଯନ୍ତ୍ରଣା ସହିବାକୁ ପଡ଼ୁ ପଛେ...କିନ୍ତୁ ଦୁନିଆକୁ ରକ୍ଷା କରାଯାଉ। ଏହା ମଧ୍ୟ ଓଡ଼ିଶାର ସଂସ୍କୃତି। ଓଡ଼ିଶା ସମଗ୍ର ଦେଶ ତଥା ସମଗ୍ର ମାନବ ସମାଜର ସେବା କରୁଛି।