କଟକ(ଓଡ଼ିଶା ରିପୋର୍ଟର): ପାଣିରେ ବୁଡ଼ି ପ୍ରାଣ ହରାଇଥିବା ଦୁଇ ଶିଶୁଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ। ୪ ସପ୍ତାହ ଭିତରେ କ୍ଷତିପୂରଣ ଦେବାକୁ କୋର୍ଟ ଅନୁଗୋଳ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ନଭେମ୍ୱର ୧ ତାରିଖ ସୁଦ୍ଧା କମ୍ପ୍ଲାଏନ୍ସ ରିପୋର୍ଟ ଦାଖଲ କରିବାକୁ କୋର୍ଟ କହିଛନ୍ତି।
ବଅଁରପାଳ ୟୁପି ସ୍କୁଲ୍ ପରିସରରେ ଚାଲିଥିଲା ଅଙ୍ଗନବାଡ଼ି କେନ୍ଦ୍ର। ୨୦୧୨ ସେପ୍ଟେମ୍ୱର ୭ ତାରିଖରେ ସ୍କୁଲ କ୍ୟାମ୍ପସ୍ ପରିସରରେ ନୂଆ ଘର ନିର୍ମାଣ ପାଇଁ ଖୋଳା ଯାଇଥିବା ନିଅଁରେ ଥିବା ପାଣିରେ ବୁଡ଼ି ଦୁଇ ଜଣ ଛୋଟ ପିଲାଙ୍କ ମୃତ୍ୟୁ ଘଟିଥିଲା। ଏହି ଖବର ପ୍ରକାଶ ପାଇବା ପରେ ସମଗ୍ର ରାଜ୍ୟରେ ଉଦ୍ବେଗ ପ୍ରକାଶ ପାଇଥିଲା। ଛୋଟ ଛୋଟ ପିଲାମାନଙ୍କୁ ଅତି ଦୟନୀୟ ଭାବେ ମୃତ୍ୟୁ ମୁଖରେ ଛାଡ଼ି ଦିଆଯାଉଛି ବୋଲି ଅଭିଯୋଗ ହୋଇଥିଲା। ଏହି ଘଟଣାରେ ରାଜ୍ୟ ସରକାରଙ୍କ ଖାମ୍ଖିଆଲ୍ ନୀତିକୁ ଦାୟୀ କରି ଦୁଇ ଶିଶୁଙ୍କ ବାପା-ମାଆ କ୍ଷତିପୂରଣ ଦାବିରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ଆଜି ଏହି ମାମଲାରେ ରାୟ ପ୍ରକାଶ ପାଇଛି। ହାଇକୋର୍ଟ ମାମଲାକୁ ବିଚାର କରି ଉପରୋକ୍ତ ରାୟ ଶୁଣାଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।