ପ୍ରେସ୍‌ ଦିବସ ପାଳନ ପୂର୍ବରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ

ନୟାଗଡ଼ (ଓଡ଼ିଶା ରିପୋର୍ଟର): ଆଜି ଅର୍ଥାତ ନଭେମ୍ବର ୧୬ ହେଉଛି ଜାତୀୟ ପ୍ରେସ୍‌ ଦିବସ। ସଭା ଆୟୋଜନ ହେବ ଏବଂ ସାମ୍ୱାଦିକଙ୍କ ଅଧିକାର ଓ ସ୍ୱାଧୀନତାକୁ ନେଇ ଭାଷଣବାଜି ହେବ। କିନ୍ତୁ ଏହା ପୂର୍ବରୁ ଅର୍ଥାତ ଗୁରୁବାର ଜଣେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ହୋଇଛି। ଜଣେ ସରପଞ୍ଚଙ୍କ ପୁଅ ଓଟିଭିର ନୟାଗଡ଼ ଜିଲ୍ଲା ପ୍ରତିନିଧି ସତ୍ୟନାରାୟଣ ସୁରଜଗଦ୍ଦେବଙ୍କୁ ଆକ୍ରମଣ କରିଛନ୍ତି। ଏନେଇ ସେ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ […]

tt

tt

Jitendra Garnayak
  • Published: Friday, 16 November 2018
  • Updated: 16 November 2018, 08:30 AM IST

Sports

Latest News

ନୟାଗଡ଼ (ଓଡ଼ିଶା ରିପୋର୍ଟର): ଆଜି ଅର୍ଥାତ ନଭେମ୍ବର ୧୬ ହେଉଛି ଜାତୀୟ ପ୍ରେସ୍‌ ଦିବସ। ସଭା ଆୟୋଜନ ହେବ ଏବଂ ସାମ୍ୱାଦିକଙ୍କ ଅଧିକାର ଓ ସ୍ୱାଧୀନତାକୁ ନେଇ ଭାଷଣବାଜି ହେବ। କିନ୍ତୁ ଏହା ପୂର୍ବରୁ ଅର୍ଥାତ ଗୁରୁବାର ଜଣେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ହୋଇଛି। ଜଣେ ସରପଞ୍ଚଙ୍କ ପୁଅ ଓଟିଭିର ନୟାଗଡ଼ ଜିଲ୍ଲା ପ୍ରତିନିଧି ସତ୍ୟନାରାୟଣ ସୁରଜଗଦ୍ଦେବଙ୍କୁ ଆକ୍ରମଣ କରିଛନ୍ତି। ଏନେଇ ସେ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ରଣପୁର ଥାନା ବଳଭଦ୍ରପୁର ପଞ୍ଚାୟତରେ କିଛି ସମସ୍ୟା ସମ୍ପର୍କିତ ଖବର ସଂଗ୍ରହ କରିବା ପାଇଁ ଓଟିଭି ସାମ୍ବାଦିକ ସତ୍ୟନାରାୟଣ ସୁରଜଗଦ୍ଦେବ ଯାଇଥିଲେ। ଖବର ସଂଗ୍ରହ କରି ଫେରୁଥିବା ବେଳେ ଲାଖପଡ଼ା ଗାଁ ନିକଟରେ ସତ୍ୟନାରାୟଣଙ୍କୁ ସ୍ଥାନୀୟ ସରପଞ୍ଚ ନୀଳମଣି ପଣ୍ଡାଙ୍କ ପୁଅ ଦୀନବନ୍ଧୁ ଓ ତାଙ୍କ ସାଙ୍ଗ ସଞ୍ଜୟ କୁମାର ଦାସ ଅଟକାଇ ଥିଲେ। ସଂଗ୍ରହ କରିଥିବା ସମସ୍ୟା ସମ୍ପର୍କିତ ଖବରର ଭିଜୁଆଲ୍‌କୁ କ୍ୟାମେରାରୁ ଡିଲିଟ୍‌ କରିବାକୁ ସେମାନେ କହିଥିଲେ। ଏଥିରେ ସତ୍ୟନାରାୟଣ ରାଜି ନହେବାରୁ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଭବିଷ୍ୟତରେ କେବେ ମୋ ପଞ୍ଚାୟତକୁ ଖବର ସଂଗ୍ରହ କରିବାକୁ ଆସିବୁ ନାହିଁ ବୋଲି ମଧ୍ୟ ଦୀନବନ୍ଧୁ ଧମକାଇଥିଲେ। ଗାଁ ନିକଟରେ ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ କଙ୍ଗାରୁ କୋର୍ଟରେ ନିର୍ଯାତନା ଦେଲା ଭଳି କାର୍ଯ୍ୟ କରାଯାଉଥିଲେ ମଧ୍ୟ କେହି ପ୍ରତିବାଦ କରିନଥିଲେ। ସମସ୍ତେ ଘଟଣା ଦେଖି ନିରବଦ୍ରଷ୍ଟା ସାଜିଥିଲେ।

ସତ୍ୟାନାରାୟଣଙ୍କ କ୍ୟାମେରା ଓ ଓଟିଭି ବୁମ୍‌ ତାଙ୍କଠାରୁ ଛଡ଼ାଇ ନେଇ ଅଶ୍ଲୀଳ ଭାଷାରେ ଗାଳି ଦେଇଥିଲେ ଦୀନବନ୍ଧୁ ଓ ତାଙ୍କ ସାଙ୍ଗ। ଏହାଛଡ଼ା ସତ୍ୟନାରାୟଣଙ୍କ ସହଯୋଗୀ ବିଶ୍ୱଜିତ ନାୟକ ମଧ୍ୟ ଆକ୍ରମଣରେ ଶିକାର ହୋଇଥିଲେ। ଗଣ୍ଡଗୋଳ କେବଳ ଏତିକିରେ ସୀମିତ ନଥିଲା। ପୁଲିସରେ ଅଭିଯୋଗ ନକରିବା ଓ ଆକ୍ରମଣ ସମ୍ପର୍କରେ ପ୍ରଘଟ ନକରିବା ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କଠାରୁ ସାଦା କାଗଜରେ ଜବରଦସ୍ତ ଦସ୍ତଖତ ନେଇଥିବା ଏଫ୍‌ଆଇଆର୍‌ରେ ଉଲ୍ଲେଖ ରହିଛି।

ଗତ କିଛି ଦିନ ତଳେ ନୟାଗଡ଼ ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଜିଲ୍ଲାପାଳ ଦୁର୍ବ୍ୟବହାର କରିଥିଲେ। ଏହାର ପ୍ରତିବାଦରେ ସାମ୍ବାଦିକମାନେ ଦିନରେ ଲଣ୍ଠନ ଶୋଭାଯାତ୍ରା କରିଥିଲେ। ଏହି ଘଟଣାକୁ ସପ୍ତାହେ ନପୂରୁଣୁ ପୁଣି ଜଣେ ସାମ୍ୱାଦିକଙ୍କୁ ଆକ୍ରମଣ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos