ଓୟୁଏଟି ରାଗିଂ ମାମଲା: ଶୃଙ୍ଖଳା କମିଟି ନିକଟରେ ପକ୍ଷ ରଖିଲେ ସିନିୟର ଛାତ୍ର

ଭୁବନେଶ୍ୱର: ଓୟୁଏଟି ଫରେଷ୍ଟ୍ରି ଛାତ୍ରଙ୍କୁ ରାଗିଂ ମାମଲାରେ କିଛି ସିନିୟର ଛାତ୍ରଙ୍କୁ ବହିଷ୍କାର କରାଯିବା ସହିତ ସେମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ପରେ ସେମାନେ ଆଜି ଶୃଙ୍ଖଳା କମିଟି ନିକଟରେ ହାଜର ହୋଇଥିଲେ। ଘଟଣା ସଂପର୍କରେ ଶୃଙ୍ଖଳା କମିଟି ଏହି ଛାତ୍ରଙ୍କୁ ବିସ୍ତୃତ ଭାବେ ପଚାରିଛନ୍ତି। ଏହି ପଚରାଉଚରା ଆସନ୍ତାକାଲି ମଧ୍ୟ ଚାଲିବ। ଏହା ପରେ ବହିଷ୍କୃତ ଛାତ୍ରଙ୍କ ନାଁ ଘୋଷଣା କରାଯିବ। ଗତକାଲି ରାଗିଂକୁ ନେଇ ୫ଜଣ ଛାତ୍ରଙ୍କୁ ଗୋଟିଏ ବର୍ଷ ପାଇଁ […]

OUAT

Rakesh Mallick
  • Published: Saturday, 28 November 2015
  • , Updated: 28 November 2015, 02:43 PM IST

ଭୁବନେଶ୍ୱର: ଓୟୁଏଟି ଫରେଷ୍ଟ୍ରି ଛାତ୍ରଙ୍କୁ ରାଗିଂ ମାମଲାରେ କିଛି ସିନିୟର ଛାତ୍ରଙ୍କୁ ବହିଷ୍କାର କରାଯିବା ସହିତ ସେମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ପରେ ସେମାନେ ଆଜି ଶୃଙ୍ଖଳା କମିଟି ନିକଟରେ ହାଜର ହୋଇଥିଲେ। ଘଟଣା ସଂପର୍କରେ ଶୃଙ୍ଖଳା କମିଟି ଏହି ଛାତ୍ରଙ୍କୁ ବିସ୍ତୃତ ଭାବେ ପଚାରିଛନ୍ତି। ଏହି ପଚରାଉଚରା ଆସନ୍ତାକାଲି ମଧ୍ୟ ଚାଲିବ। ଏହା ପରେ ବହିଷ୍କୃତ ଛାତ୍ରଙ୍କ ନାଁ ଘୋଷଣା କରାଯିବ। ଗତକାଲି ରାଗିଂକୁ ନେଇ ୫ଜଣ ଛାତ୍ରଙ୍କୁ ଗୋଟିଏ ବର୍ଷ ପାଇଁ ବହିଷ୍କାର ଓ ଅନ୍ୟ ୧୦ ଜଣ ଛାତ୍ରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁଳପତି ଡ. ମନୋରଂଜନ କର କହିଥିଲେ। ତେବେ ଅଭିଯୁକ୍ତ ଛାତ୍ରଙ୍କୁ ପଚରାଉଚରା ଓ ପ୍ରମାଣ ଆଧାରରେ ଏହି ସଂଖ୍ୟା ବଢ଼ିବା କିମ୍ୱା କମିବାର ବି ସମ୍ଭାବନା ରହିଛି।

ଅନ୍ୟପକ୍ଷରେ ରାଗିଂର ଶିକାର ହୋଇଥିବା ଛାତ୍ରଙ୍କ ପକ୍ଷରୁ ସେମାନଙ୍କ ଅଭିଭାବକମାନେ ଖଣ୍ଡଗିରି ଥାନାରେ ଦେଇଥିବା ଏତଲା ଆଧାରରେ ପୋଲିସ୍ ପଦକ୍ଷେପ ନେବା ଆରମ୍ଭ କରିଛି। ଏ ନେଇ ୧୨ ଜଣ ଛାତ୍ରଙ୍କୁ ନୋଟିସ୍ ଜାରି କରାଯାଇଛି। ୭ଦିନ ମଧ୍ୟରେ ସେମାନେ ଥାନାରେ ହାଜର ହୋଇ ପକ୍ଷ ରଖିପାରିବେ। ଏହି ଛାତ୍ରଙ୍କ ବିରୋଧରେ ଆଇପିସିର ଧାରା ୫୦୬ ଅର୍ଥାତ ହତ୍ୟା ଧମକ ଓ ଅନ୍ୟାନ୍ୟ ଦଫା ଲାଗିଛି। ତେଣୁ ପ୍ରମାଣ ମିଳିଲେ କାର୍ଯାନୁଷ୍ଠାନ ହେବ ବୋଲି ପୋଲିସ କମିଶନର ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି।

Related story