ପ୍ରଥମ ପର୍ଯ୍ୟାୟରେ ଭୋଟ୍ ଦେବେ ୬୦ ଲକ୍ଷରୁ ଅଧିକ ଭୋଟର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଥମ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଆସନ୍ତା ୧୧ ତାରିଖରେ ଅନୁଷ୍ଠିତ ହେବ। ଏଥିରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ୪ଟି ଲୋକସଭା ଆସନ ସହ ଏହା ଅଧୀନସ୍ଥ ୨୮ ଗୋଟି ବିଧାନସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୭୨୩୩ ବୁଥ୍‌ରେ ୨୯୭୨୯୨୫ ପୁରୁଷ ଭୋଟର, ୩୦୩୦୨୨୨ ମହିଳା ଭୋଟର ଓ ୫୬୦ ଜଣ ତୃତୀୟ […]

over-sixty-lakh-people-to-cast-votes-in-first-phase-polling-in-odisha

over-sixty-lakh-people-to-cast-votes-in-first-phase-polling-in-odisha

Manoranjan Sial
  • Published: Friday, 05 April 2019
  • Updated: 05 April 2019, 09:15 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଥମ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଆସନ୍ତା ୧୧ ତାରିଖରେ ଅନୁଷ୍ଠିତ ହେବ। ଏଥିରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ୪ଟି ଲୋକସଭା ଆସନ ସହ ଏହା ଅଧୀନସ୍ଥ ୨୮ ଗୋଟି ବିଧାନସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ।

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୭୨୩୩ ବୁଥ୍‌ରେ ୨୯୭୨୯୨୫ ପୁରୁଷ ଭୋଟର, ୩୦୩୦୨୨୨ ମହିଳା ଭୋଟର ଓ ୫୬୦ ଜଣ ତୃତୀୟ ଲିଙ୍ଗ ଭୋଟରଙ୍କୁ ମିଶାଇ ମୋଟ ୬୦ ଲକ୍ଷ ୩ ହଜାର ୭୦୭ ଜଣ ଭୋଟର ସେମାନଙ୍କର ମତଦାନ କରିବେ।

ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ୨୬ ଜଣ ପାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏମାନଙ୍କ ମଧ୍ୟରେ ୨୪ ଜଣ ପୁରୁଷ ଓ ୨ ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ଏହି ନିର୍ବାଚନରେ ୨୬ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୨ ଜଣ ଜାତୀୟ ଦଳର, ୪ ଜଣ ରାଜ୍ୟସ୍ତରୀୟ ଦଳର, ୭ ଜଣ ଅନ୍ୟାନ୍ୟ ଦଳର ହୋଇଥିବାବେଳେ ୩ ଜଣ ସ୍ୱାଧୀନ ପ୍ରାର୍ଥୀ ନିର୍ବାଚନରେ ଅଂଶଗ୍ରହଣ କରିବେ।

ସେହିପରି ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ୧୯୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିବେ। ଏମାନଙ୍କ ମଧ୍ୟରେ ୧୭୫ ଜଣ ପୁରୁଷ ଓ ୧୬ ଜଣ ମହିଳା ପାର୍ଥୀ ଅଛନ୍ତି। ଏହି ନିର୍ବାଚନରେ ୧୯୧ ଜଣ ପାର୍ଥୀଙ୍କ ମଧ୍ୟରୁ ୭୯ ଜଣ ଜାତୀୟ ଦଳର, ୨୮ ଜଣ ରାଜ୍ୟସ୍ତରୀୟ ଦଳର, ୩୮ ଜଣ ଅନ୍ୟାନ୍ୟ ଦଳର ହୋଇଥିବାବେଳେ ୪୬ ଜଣ ସ୍ୱାଧୀନ ପାର୍ଥୀ ନିର୍ବାଚନରେ ଅଂଶଗ୍ରହଣ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos