ସାଂଘାତିକ୍‌ ଅଭିଯୋଗ: ଏମକେସିଜିରେ ମିଳୁନି ଅମ୍ଲଜାନ, ଚାଲିଯାଉଛି କରୋନା ରୋଗୀଙ୍କ ଜୀବନ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର):କରୋନା ଗଡ଼ ଗଞ୍ଜାମରେ ତାଣ୍ଡବ ରଚୁଛି ମହାମାରୀ । ଅଦୃଶ୍ୟ ଭୂତାଣୁର ଭୟାବହତା ଭିତରେ ଚିନ୍ତା ବଢ଼ାଉଛି ବଡ଼ ମେଡ଼ିକାଲରେ ଅବ୍ୟବସ୍ଥାର ନିୟମିତ ଅଭିଯୋଗ । ଏଥର ଅକ୍ସିଜେନ୍ ସଙ୍କଟରୁ ଜଣଙ୍କ ପରେ ଜଣେ ରୋଗୀଙ୍କ ମୃତ୍ୟୁ ହେଉଥିବା ଗୁରୁତର ଅଭିଯୋଗ ଆସିଛି। ଏମକେସିଜିରେ ଏଭଳି ଅବ୍ୟବସ୍ଥା ସଂପର୍କରେ ସଂଗୀନ ଅଭିଯୋଗ ଆଣି ସୋଶାଲ ମିଡିଆରେ ନିଜର ତିକ୍ତ ଅନୁଭୁତି ବାଣ୍ଟିଛନ୍ତି ସ୍ଥାନୀୟ ଜନ ପ୍ରତିନିଧି । ଜିଲ୍ଲା ପ୍ରଶାସନ କିନ୍ତୁ ଏହାକୁ ଏକ ଗୁଜବ […]

790-11

790-11

Tapas Behera
  • Published: Monday, 03 August 2020
  • Updated: 03 August 2020, 09:15 PM IST

Sports

Latest News

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର):କରୋନା ଗଡ଼ ଗଞ୍ଜାମରେ ତାଣ୍ଡବ ରଚୁଛି ମହାମାରୀ । ଅଦୃଶ୍ୟ ଭୂତାଣୁର ଭୟାବହତା ଭିତରେ ଚିନ୍ତା ବଢ଼ାଉଛି ବଡ଼ ମେଡ଼ିକାଲରେ ଅବ୍ୟବସ୍ଥାର ନିୟମିତ ଅଭିଯୋଗ । ଏଥର ଅକ୍ସିଜେନ୍ ସଙ୍କଟରୁ ଜଣଙ୍କ ପରେ ଜଣେ ରୋଗୀଙ୍କ ମୃତ୍ୟୁ ହେଉଥିବା ଗୁରୁତର ଅଭିଯୋଗ ଆସିଛି। ଏମକେସିଜିରେ ଏଭଳି ଅବ୍ୟବସ୍ଥା ସଂପର୍କରେ ସଂଗୀନ ଅଭିଯୋଗ ଆଣି ସୋଶାଲ ମିଡିଆରେ ନିଜର ତିକ୍ତ ଅନୁଭୁତି ବାଣ୍ଟିଛନ୍ତି ସ୍ଥାନୀୟ ଜନ ପ୍ରତିନିଧି । ଜିଲ୍ଲା ପ୍ରଶାସନ କିନ୍ତୁ ଏହାକୁ ଏକ ଗୁଜବ ବୋଲି କହିବା ସହ ଅକ୍ସିଜେନ ଅଭାବ ନଥିବା ସ୍ପଷ୍ଟ କରିଛି।

କରୋନା କଷ୍ଟରେ ଦହଗଞ୍ଜ ଗଞ୍ଜାମ ।ମହାମାରୀ ସମୟରେ ମେଡ଼ିକାଲରେ ମହାସଙ୍କଟ । ଏମକେସିଜିରେ ଅଭାବ ପଡୁଛି ଜୀବନ ରକ୍ଷକ ଅକ୍ସିଜେନ୍ ।ଅକ୍ସିଜେନ୍ ଅଭାବରୁ ମରଣ ମୁହଁକୁ ଠେଲି ହୋଇଯାଉଛି ମଣିଷ ଜୀବନ । ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି କୁକୁଡ଼ାଖଣ୍ଡି ବ୍ଲକ୍‌ ଜିଲ୍ଲା ପରିଷଦ ସଭ୍ୟ ଏଲ୍. ମୋହନ ଦାସ । ଅକ୍ସିଜେନ୍ ସଙ୍କଟ ଯୋଗୁ ତାଙ୍କ ବନ୍ଧୁଙ୍କୁ କେମିତି ଦଶା ଭୋଗିବାକୁ ପଡ଼ିଲା, ତାହାର ତିକ୍ତ ଅନୁଭୂତି ବଖାଣିଛନ୍ତି ସୋଶାଲ୍ ମିଡିଆରେ। ଶ୍ୱାସକ୍ରିୟାରେ ସମସ୍ୟା ଯୋଗୁଁ ନିଜ ବନ୍ଧୁଙ୍କୁ ଭର୍ତ୍ତି କରିଥିଲେ ଏମକେସିଜିରେ । କିନ୍ତୁ ଅକ୍ସିଜେନ୍ ପାଇବା ପାଇଁ ତାଙ୍କୁ ଲାଗିଗଲା ପ୍ରାୟ ୨ ଘଣ୍ଟା। ଶେଷରେ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଗଲା । ଅକ୍ସିଜେନ୍ ଅଭାବ ସଂପର୍କରେ ସହରର ଅନ୍ୟ ଜଣେ ବ୍ୟକ୍ତି ବି ଆଣିଛନ୍ତି ସମାନ ଅଭିଯୋଗ ।

କେବଳ ଏମକେସିଜି ନୁହେଁ, ଗତ ଜୁଲାଇ ୩୧ ତାରିଖରେ ବ୍ରହ୍ମପୁର ସିଟି ହସ୍ପିଟାଲରୁ କୋଭିଡ୍ ହେଲଥ୍ ସେଣ୍ଟର-2ରେ ଅକ୍ସିଜେନ୍ ଅଭାବରୁ ଜଣେ କରୋନା ରୋଗୀଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଥିଲା ।

ଅନ୍ୟପଟେ ଅମ୍ଳଜାନ ଅଭାବରୁ କରୋନା ଜନିତ ମୃତ୍ୟୁ ବଢିଥିବା ଅଭିଯୋଗ ଆଣି ସରକାରଙ୍କୁ ନିଶାନା କରିଛନ୍ତି ରାଜ୍ୟ ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର । ତେବେ ଏନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନଥିବାବେଳେ ଏମକେସିଜିରେ ଅକ୍ସିଜେନ୍ ସଙ୍କଟ ଅଭିଯୋଗକୁ ଖଣ୍ଡନ କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ନିର୍ଦ୍ଦିଷ୍ଟ କିଛି ବ୍ୟକ୍ତି ମିଥ୍ୟା ଗୁଜବ ପ୍ରଚାର କରୁଛନ୍ତି ଅକ୍ସିଜେନ୍ ଟ୍ରିଟ୍‌ମେଣ୍ଟ ସମ୍ପର୍କରେ କେବଳ ଡାକ୍ତର ହିଁ ନିଷ୍ପତ୍ତି ନିଅନ୍ତି ବୋଲି ଟ୍ୱିଟ୍‌ରେ ଦର୍ଶାଯାଇଛି। ସେହିପରି ଏମକେସିଜି ଅଧୀକ୍ଷକ କହିଛନ୍ତି ଅକ୍ସିଜେନ୍ ମହଜୁଦ ଅଛି  । ଯେଉଁ ଅଭିଯୋଗ ଆସିଛି ତାହାର ତଦନ୍ତ ହେବ। ଏଠି ପ୍ରଶ୍ନ ଉଠୁଛି, ଯଦି ଅକ୍ସିଜେନ୍‌ରେ ଅଭାବ ନାହିଁ, ତାହେଲେ କାହିଁକି ବାରମ୍ବାର ସାମ୍ନାକୁ ଆସୁଛି ଏଭଳି ଗୁରୁତର ଅଭିଯୋଗ? କରୋନା ସଂକଟ ବେଳେ ଗଂଜାମରେ ଏମିତି ଅବ୍ୟବସ୍ଥାର ନଗ୍ନ ଚିତ୍ର ପରିଚାଳନା ବ୍ୟବସ୍ଥା ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରୁନି କି ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos