ପି.ଏସ୍‌. ବ୍ରହ୍ମାନନ୍ଦଙ୍କ ଗିନିଜ ୱାର୍ଲ୍ଡ ରେକର୍ଡ଼

ଭୁବନେଶ୍ୱର: ନିର୍ଦ୍ଧାରିତ ସମୟରେ ପିରିଓଡିକ୍‌ ଟେବୁଲ ବା ପର୍ଯ୍ୟାୟ ସାରଣୀର ୧୧୮ଟି ମୌଳିକ ପଦାର୍ଥର ନାମ ଲେଖି ଗିନିଜ ୱାର୍ଲ୍ଡ ରେକର୍ଡ଼ କରିଛନ୍ତି ଭୁବନେଶ୍ୱରର ବୈଜ୍ଞାନିକ ପି.ଏସ୍‌. ବ୍ରହ୍ମାନନ୍ଦ। ନିଜର କଠିନ ପରିଶ୍ରମ ପାଇଁ ସେ ଏହି ବିରଳ ସମ୍ମାନର ଅଧିକାରୀ ହୋଇଛନ୍ତି। ଭୁବନେଶ୍ୱରରେ ବାସ କରନ୍ତି ବ୍ରହ୍ମାନନ୍ଦ। ବୃତ୍ତିରେ ଜଣେ ବୈଜ୍ଞାନିକ। ଭୁବନେଶ୍ୱର ଆଇସିଏଆରରେ ସେ ଚାକିରି କରନ୍ତି। ପିରିଅଡିକ ଟେବୁଲ ବା ପର୍ଯ୍ୟାୟ ସାରଣୀର ୧୧୮ଟି ମୌଳିକ ପଦାର୍ଥକୁ ଅତିଶୀଘ୍ର ଚିହ୍ନଟ କରିବାରେ ସେ […]

brahama

Rakesh Mallick
  • Published: Sunday, 08 January 2017
  • , Updated: 08 January 2017, 08:57 PM IST

ଭୁବନେଶ୍ୱର: ନିର୍ଦ୍ଧାରିତ ସମୟରେ ପିରିଓଡିକ୍‌ ଟେବୁଲ ବା ପର୍ଯ୍ୟାୟ ସାରଣୀର ୧୧୮ଟି ମୌଳିକ ପଦାର୍ଥର ନାମ ଲେଖି ଗିନିଜ ୱାର୍ଲ୍ଡ ରେକର୍ଡ଼ କରିଛନ୍ତି ଭୁବନେଶ୍ୱରର ବୈଜ୍ଞାନିକ ପି.ଏସ୍‌. ବ୍ରହ୍ମାନନ୍ଦ। ନିଜର କଠିନ ପରିଶ୍ରମ ପାଇଁ ସେ ଏହି ବିରଳ ସମ୍ମାନର ଅଧିକାରୀ ହୋଇଛନ୍ତି।

ଭୁବନେଶ୍ୱରରେ ବାସ କରନ୍ତି ବ୍ରହ୍ମାନନ୍ଦ। ବୃତ୍ତିରେ ଜଣେ ବୈଜ୍ଞାନିକ। ଭୁବନେଶ୍ୱର ଆଇସିଏଆରରେ ସେ ଚାକିରି କରନ୍ତି। ପିରିଅଡିକ ଟେବୁଲ ବା ପର୍ଯ୍ୟାୟ ସାରଣୀର ୧୧୮ଟି ମୌଳିକ ପଦାର୍ଥକୁ ଅତିଶୀଘ୍ର ଚିହ୍ନଟ କରିବାରେ ସେ ବିଶ୍ୱର ପ୍ରଥମ ବ୍ୟକ୍ତି ହୋଇଛନ୍ତି। ଅନ୍‌ଲାଇନ୍‌ରେ ହୋଇଥିବା ଏହି ପରୀକ୍ଷା ଦେଇ ସେ ଗିନିଜ ବୁକ୍‌ ଅଫ୍‌ ୱାର୍ଲ୍ଡ ରେକର୍ଡ଼ର ଅଧିକାରୀ ହୋଇଛନ୍ତି। ଅଲ ଏଲିମେଣ୍ଟସ୍‌ ଅଫ୍‌ ଦି ପିରିଓଡିକ୍‌ ଟେବୁଲ କ୍ଷେତ୍ରରେ ଏହି ସଫଳତା ପାଇଛନ୍ତି ବ୍ରହ୍ମାନନ୍ଦ।

ଗତ ସେପ୍ଟେମ୍ୱର ୩୦ ତାରିଖରେ ରାତି ୯ଟା ୧୨ ମିନିଟ୍‌ ଓ ୯ଟା ୧୬ ମିନିଟ୍‌ରେ ବ୍ରହ୍ମାନନ୍ଦ ଏହି ପରୀକ୍ଷା ଦେଇଥିଲେ। ମୋଟ୍‌ ୧୧୮ଟି ମୌଳିକ ପଦାର୍ଥକୁ ଚିହ୍ନଟ ପାଇଁ ଗିନିଜ୍‌ ବୁକ୍‌ ପକ୍ଷରୁ ମାତ୍ର ୨୪୦ ସେକେଣ୍ଡ ସମୟ ଦିଆଯାଇଥିଲା। ତେବେ ବ୍ରହ୍ମାନନ୍ଦ ନିର୍ଦ୍ଧାରିତ ସମୟ ପୂର୍ବରୁ ଅର୍ଥାତ ୨୩୪.୦୬ ସେକେଣ୍ଡରେ ସଫଳତାର ସହ ଚିହ୍ନଟ କରିଥିଲେ।

Related story