ପଦଯାତ୍ରା ବେଳେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ବିରୋଧ

ଆଠଗଡ଼: ପଦଯାତ୍ରା ବେଳେ ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଆଜି ଛୁଆଗାଁ ପଞ୍ଚାୟତର ଶଶାଙ୍କ ଗାଁ ଭିତରକୁ ଯିବାକୁ ବିରୋଧ କରାଯାଇଥିଲା। ବିଧାୟକଙ୍କୁ ଗାଁ ଭିତରକୁ ପୁରାଇ ନ ଦେବାକୁ ଗାଁ ଲୋକେ ଜିଦ୍‌ କରିଥିଲେ। ଏହାକୁ ନେଇ ମନ୍ତ୍ରୀଙ୍କ ସମର୍ଥକ ଓ ଗ୍ରାମବାସୀଙ୍କ ମଧ୍ୟରେ  ଧସ୍ତାଧସ୍ତି ହୋଇଥିଲା। ଫଳରେ ଜଣେ ମହିଳା ଆହତ ହୋଇଥିଲେ। ଉତ୍ତେଜନାକୁ ଆଖି ଆଗରେ ରଖି ଘଟଣାସ୍ଥଳରେ ପୋଲିସ୍‌ ମୁତୟନ କରାଯାଇଛି। ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି […]

mla

Rakesh Mallick
  • Published: Monday, 24 October 2016
  • , Updated: 24 October 2016, 08:17 PM IST

ଆଠଗଡ଼: ପଦଯାତ୍ରା ବେଳେ ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଆଜି ଛୁଆଗାଁ ପଞ୍ଚାୟତର ଶଶାଙ୍କ ଗାଁ ଭିତରକୁ ଯିବାକୁ ବିରୋଧ କରାଯାଇଥିଲା। ବିଧାୟକଙ୍କୁ ଗାଁ ଭିତରକୁ ପୁରାଇ ନ ଦେବାକୁ ଗାଁ ଲୋକେ ଜିଦ୍‌ କରିଥିଲେ। ଏହାକୁ ନେଇ ମନ୍ତ୍ରୀଙ୍କ ସମର୍ଥକ ଓ ଗ୍ରାମବାସୀଙ୍କ ମଧ୍ୟରେ  ଧସ୍ତାଧସ୍ତି ହୋଇଥିଲା। ଫଳରେ ଜଣେ ମହିଳା ଆହତ ହୋଇଥିଲେ। ଉତ୍ତେଜନାକୁ ଆଖି ଆଗରେ ରଖି ଘଟଣାସ୍ଥଳରେ ପୋଲିସ୍‌ ମୁତୟନ କରାଯାଇଛି। ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।

ଗାଁର ସମସ୍ୟା ନେଇ ଗ୍ରାମବାସୀମାନେ ବିଧାୟକଙ୍କ ପାଖକୁ ଯାଇଥିଲେ। କିନ୍ତୁ ବିଧାୟକ ତାଙ୍କ କଥାକୁ କର୍ଣ୍ଣପାତ କରି ନ ଥିଲେ। ସେଥିପାଇଁ ଗାଁ ଗ୍ରାମବାସୀ ବିଧାୟକଙ୍କୁ ଗାଁ ଭିତରକୁ ପୁରାଇ ନ ଦେବାକୁ ନିଷ୍ପତ୍ତି ନେଇଥିଲେ।

Related story