ଜଳିଗଲା ୪୦ ଏକର ଧାନ ଜମି

ଜଳେଶ୍ୱର (ଅଜିତ ଦାସ): ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ୍‌ ଧୂଳିଉଡ଼ା ଗାଁରେ ବିଲ୍‌ରେ ନିଆଁ ଲାଗି ୪୦ ଏକରରୁ ଅଧିକ ଜମିରେ ଧାନ ଫସଲ ଜଳି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡ ପରେ ବସ୍ତା ଅଗ୍ନିଶମ ବିବାଗକୁ ଖବର ଦିଆଯାଇଥିଲା। ହେଲେ ରାସ୍ତା ନଥିବାରୁ ଦମକଳ ଗାଡ଼ି  ଘଟଣାସ୍ଥଳରେ ପହଞ୍ଚିପାରିନଥିଲା। ପରେ ଖବର ପାଇ ଜଳେଶ୍ୱର ବିଧାୟକ ଅଶ୍ଵିନୀ ପାତ୍ର ଏବଂ ବସ୍ତା ତହସିଲଦାର ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି। ଏହାସହ କ୍ଷୟକ୍ଷତି ଆକଳନ ପରେ  ସରକାରୀ ନିୟମ ଅନୁସାରେ ଲୋକଙ୍କୁ ସହାୟତା ଯୋଗାଇ ଦିଆଯିବ […]

jaleswar

Jitendra Garnayak
  • Published: Sunday, 09 December 2018
  • , Updated: 09 December 2018, 10:38 PM IST

ଜଳେଶ୍ୱର (ଅଜିତ ଦାସ): ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ୍‌ ଧୂଳିଉଡ଼ା ଗାଁରେ ବିଲ୍‌ରେ ନିଆଁ ଲାଗି ୪୦ ଏକରରୁ ଅଧିକ ଜମିରେ ଧାନ ଫସଲ ଜଳି ପାଉଁଶ ହୋଇଯାଇଛି।

ଅଗ୍ନିକାଣ୍ଡ ପରେ ବସ୍ତା ଅଗ୍ନିଶମ ବିବାଗକୁ ଖବର ଦିଆଯାଇଥିଲା। ହେଲେ ରାସ୍ତା ନଥିବାରୁ ଦମକଳ ଗାଡ଼ି  ଘଟଣାସ୍ଥଳରେ ପହଞ୍ଚିପାରିନଥିଲା।

ପରେ ଖବର ପାଇ ଜଳେଶ୍ୱର ବିଧାୟକ ଅଶ୍ଵିନୀ ପାତ୍ର ଏବଂ ବସ୍ତା ତହସିଲଦାର ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି। ଏହାସହ କ୍ଷୟକ୍ଷତି ଆକଳନ ପରେ  ସରକାରୀ ନିୟମ ଅନୁସାରେ ଲୋକଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି ଉଭୟ କ୍ଷତିଗ୍ରସ୍ତ ଲୋକଙ୍କୁ ଆଶ୍ୱାସନା ଦେଇଛନ୍ତି।

https://youtu.be/EFI94BltmF4

Related story