ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୮୦ଟଙ୍କା ବୃଦ୍ଧି ପ୍ରତିବାଦରେ ବିଜେଡିର ବିକ୍ଷୋଭ

<p>ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପକ୍ଷରୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ମାତ୍ର ୮୦ ଟଙ୍କା ବୃଦ୍ଧି ପ୍ରତିବାଦରେ ରାଜଭବନ ଆଗରେ ବିଜେଡି କୃଷକ ମୋର୍ଚ୍ଚା ପକ୍ଷରୁ ପ୍ରତିବାଦ ସଭା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିରେ କେନ୍ଦ୍ର ସରକାରଙ୍କ ଚାଷୀମାରଣ ନୀତିର ତୀବ୍ର ପ୍ରତିବାଦ କରାଯାଇଛି। ନିର୍ବାଚନ ପୂର୍ବରୁ ଦିଆଯାଇଥିବା ୨ ଗୁଣ ଏମଏସପି ବୃଦ୍ଧି ପ୍ରତିଶ୍ରୁତି ପାଣିର ଗାର ବୋଲି ଦର୍ଶାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଧାନର ସହାୟକ ମୂଲ୍ୟ ୨୯୩୦ ଟଙ୍କା ବୃଦ୍ଧି ପାଇଁ ହୋଇଥିବା ଦାବିକୁ କେନ୍ଦ୍ର ଗ୍ରହଣ କରିବାକୁ ଦାବି ହୋଇଛି। ବିକ୍ଷୋଭ ପରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦିଆଯିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।</p>

Ordigital Desk
  • Published: Friday, 23 June 2017
  • Updated: 23 June 2017, 11:59 AM IST

Sports

Latest News

<p>ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପକ୍ଷରୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ମାତ୍ର ୮୦ ଟଙ୍କା ବୃଦ୍ଧି ପ୍ରତିବାଦରେ ରାଜଭବନ ଆଗରେ ବିଜେଡି କୃଷକ ମୋର୍ଚ୍ଚା ପକ୍ଷରୁ ପ୍ରତିବାଦ ସଭା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିରେ କେନ୍ଦ୍ର ସରକାରଙ୍କ ଚାଷୀମାରଣ ନୀତିର ତୀବ୍ର ପ୍ରତିବାଦ କରାଯାଇଛି। ନିର୍ବାଚନ ପୂର୍ବରୁ ଦିଆଯାଇଥିବା ୨ ଗୁଣ ଏମଏସପି ବୃଦ୍ଧି ପ୍ରତିଶ୍ରୁତି ପାଣିର ଗାର ବୋଲି ଦର୍ଶାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଧାନର ସହାୟକ ମୂଲ୍ୟ ୨୯୩୦ ଟଙ୍କା ବୃଦ୍ଧି ପାଇଁ ହୋଇଥିବା ଦାବିକୁ କେନ୍ଦ୍ର ଗ୍ରହଣ କରିବାକୁ ଦାବି ହୋଇଛି। ବିକ୍ଷୋଭ ପରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦିଆଯିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos