ରବି ଧାନ ସଂଗ୍ରହ ଆଜିଠୁ; ଏଥର ରେକର୍ଡ ଟାର୍ଗେଟ୍

ଭୁବନେଶ୍ୱର: ରାଜ୍ୟରେ ଅାଜିଠାରୁ ଅାରମ୍ଭ ହେଉଛି ରବି ଧାନ ସଂଗ୍ରହ।  ମେ’ ପହିଲାରୁ ଜୁନ୍ ୩୦ ତାରିଖ ମଧ୍ୟରେ ୧୯ଟି ଜିଲ୍ଲାରୁ ଧାନ ସଂଗ୍ରହ କରାଯିବ। ଏ ନେଇ ଗତ ୨୫ ତାରିଖ ଦିନ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଥିଲା।  ରାଜ୍ୟସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ବରଗଡ଼, ସମ୍ବଲପୁର ଓ ସୋନପୁରରୁ ଏକର ପିଛା ୨୬ କ୍ୱିଣ୍ଟାଲ ଏବଂ ବାକି ୧୬ଟି ଜିଲ୍ଲାରୁ ଏକର ପିଛା ୨୪ କ୍ୱିଣ୍ଟାଲ ଧାନ ସଂଗ୍ରହ […]

paddy

Rakesh Mallick
  • Published: Monday, 01 May 2017
  • , Updated: 01 May 2017, 08:29 AM IST

ଭୁବନେଶ୍ୱର: ରାଜ୍ୟରେ ଅାଜିଠାରୁ ଅାରମ୍ଭ ହେଉଛି ରବି ଧାନ ସଂଗ୍ରହ।  ମେ’ ପହିଲାରୁ ଜୁନ୍ ୩୦ ତାରିଖ ମଧ୍ୟରେ ୧୯ଟି ଜିଲ୍ଲାରୁ ଧାନ ସଂଗ୍ରହ କରାଯିବ। ଏ ନେଇ ଗତ ୨୫ ତାରିଖ ଦିନ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଥିଲା।  ରାଜ୍ୟସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ବରଗଡ଼, ସମ୍ବଲପୁର ଓ ସୋନପୁରରୁ ଏକର ପିଛା ୨୬ କ୍ୱିଣ୍ଟାଲ ଏବଂ ବାକି ୧୬ଟି ଜିଲ୍ଲାରୁ ଏକର ପିଛା ୨୪ କ୍ୱିଣ୍ଟାଲ ଧାନ ସଂଗ୍ରହ କରାଯିବ। ଚଳିତ ବର୍ଷ ରାଜ୍ୟ ଧାନସଂଗ୍ରହରେ ରେକର୍ଡ ଟାର୍ଗେଟ୍ ହାସଲ କରିବାର ଲକ୍ଷ୍ୟ ରଖିଛନ୍ତି ସରକାର।

Related story