ପଦ୍ମପୁର ଆସନ ଖାଲି: ବିଧାନସଭାରୁ ବିଜ୍ଞପ୍ତି ଜାରି, ନିର୍ବାଚନ କମିଶନଙ୍କୁ ସୂଚନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିର ବରିଷ୍ଠ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଅକାଳ ମୃତ୍ୟୁ ଯୋଗୁ ପଦ୍ମପୁର ବିଧାନସଭା ଆସନ ଖାଲି ପଡ଼ିଥିବା ନେଇ ବିଧାନସଭା ସଚିବାଳୟ ପକ୍ଷରୁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାସହିତ ନିର୍ବାଚନ କମିଶନଙ୍କୁ ମଧ୍ୟ ଏନେଇ ଅବଗତ କରାଯାଇଛି । ଆଜି ବିଧାନସଭା ସଚିବ ଦାଶରଥୀ ଶତପଥୀ ଏକ ବିଜ୍ଞପ୍ତି ଜାରି କରିଛନ୍ତି, ଯେଉଁଥିରେ ବରଗଡ଼ ଜିଲ୍ଲା ପଦ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ […]

vote

Ordigital Desk
  • Published: Thursday, 06 October 2022
  • , Updated: 06 October 2022, 09:41 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିର ବରିଷ୍ଠ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଅକାଳ ମୃତ୍ୟୁ ଯୋଗୁ ପଦ୍ମପୁର ବିଧାନସଭା ଆସନ ଖାଲି ପଡ଼ିଥିବା ନେଇ ବିଧାନସଭା ସଚିବାଳୟ ପକ୍ଷରୁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାସହିତ ନିର୍ବାଚନ କମିଶନଙ୍କୁ ମଧ୍ୟ ଏନେଇ ଅବଗତ କରାଯାଇଛି ।

ଆଜି ବିଧାନସଭା ସଚିବ ଦାଶରଥୀ ଶତପଥୀ ଏକ ବିଜ୍ଞପ୍ତି ଜାରି କରିଛନ୍ତି, ଯେଉଁଥିରେ ବରଗଡ଼ ଜିଲ୍ଲା ପଦ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ମୃତ୍ୟୁ ଅକ୍ଟୋବର ୩ ତାରିଖରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ହୋଇଥିବା ନେଇ ଉଲ୍ଲେଖ ରହିଛି । ତାଙ୍କ ମୃତ୍ୟୁ ଯୋଗୁ ଗୃହରେ ଏହି ଆସନଟି ଖାଲି ପଡ଼ିଛି ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ଶ୍ରୀ ବରିହାଙ୍କ ମୃତ୍ୟୁ ସମ୍ପର୍କରେ ବିଧାନସଭା ପକ୍ଷରୁ ଆଜି ନିର୍ବାଚନ କମିଶନଙ୍କୁ ମଧ୍ୟ ଅବଗତ କରାଯାଇଛି ।

ସୂଚନାଯୋଗ୍ୟ, ୨୦୧୯ ସାଧାରଣ ନିର୍ବାଚନ ପରେ ତିର୍ତ୍ତୋଲ ବିଧାୟକ ବିଜେଡି ବିଷ୍ଣୁ ଦାସ, ପିପିଲି ବିଧାୟକ ପ୍ରଦୀପ ମହାରଥୀ, ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ଓ ବାଲେଶ୍ୱର ସଦର ବିଜେପି ବିଧାୟକ ମଦନମୋହନ ଦତ୍ତଙ୍କ ଅକାଳ ମୃତ୍ୟୁ ଯୋଗୁ ଉପନିର୍ବାଚନ ଅନୁଷ୍ଠିତ ହୋଇସାରିଥିବାବେଳେ ଏବେ ଧାମନଗର ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ମୃତ୍ୟୁ ଯୋଗୁ ଆସନ୍ତାକାଲିଠୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ।

Related story