ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱକପ୍ ହକି ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ପାକିସ୍ତାନ, ନେଦରଲ୍ୟାଣ୍ଡ୍ ଓ ବେଲ୍ଜିୟମ୍। ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ଗତକାଲି ରାତିରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ଦଳ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଦୁଇ ଟିମ୍ ବିମାନବନ୍ଦରରେ ପହଞ୍ଚିବାପରେ ସେମାନଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ହୋଟେଲକୁ ନିଆଯାଇଥିଲା। ପୂର୍ବରୁ ଆୟର୍ଲ୍ୟାଣ୍ଡ, ଦକ୍ଷିଣ ଆଫ୍ରିକା, ଫ୍ରାନ୍ସ, ଚୀନ ଓ ସ୍ପେନର ଟିମ ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି।
[caption id="attachment_305436" align="aligncenter" width="804"]
ପାକିସ୍ତାନ ଟିମ୍ ଭୁବନେଶ୍ୱରରେ ପହଞ୍ଚିବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ସେମାନଙ୍କୁ ସୁରକ୍ଷା ବଳୟ ଭିତରେ ହୋଟେଲ୍କୁ ନିଆଯାଇଥିଲା।
[caption id="attachment_305448" align="aligncenter" width="763"]