ପାଲଲହଡ଼ାରେ କାନ୍ଧରେ ଶବବୁହା ଘଟଣା: ୨ ଡାକ୍ତର ନିଲମ୍ବିତ

ପାଲଲହଡ଼ା: ଅନୁଗୋଳ ପାଲଲହଡ଼ା ହସପିଟାଲରୁ କାନ୍ଧରେ ଶବବୁହା ଘଟଣାରେ କର୍ତ୍ତବ୍ୟରେ ଅବହେଳା ପାଇଁ ଏସଡିଏମ୍‌ଓ ଡାକ୍ତର ପ୍ରତାପ ଚନ୍ଦ୍ର ମହାନ୍ତି ଓ ସିନିୟର ମେଡିକାଲ ଅଫିସର ଡାକ୍ତର ପ୍ରଶାନ୍ତ କୁମାର ମହାପାତ୍ରଙ୍କୁ  ନିଲମ୍ବିତ କରାଯାଇଛି। ପୂର୍ବରୁ ଏହି ଘଟଣାରେ ଜୁନିୟର ହସପିଟାଲ ମ୍ୟାନେଜର ଗୀତାଞ୍ଜଳି ସ୍ୱାଇଁଙ୍କୁ ନିଲମ୍ବନ ସହ ସୁରକ୍ଷାକର୍ମୀ ନିରାକର ନାୟକଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଥିଲା। ଅନୁଗୋଳ ପେଚାମୁଣ୍ଡି ଗାଁର ଗତି ଧୀବରଙ୍କ ୫ ବର୍ଷର ଝିଅର ହସପିଟାଲରେ ମୃତ୍ୟୁ ପରେ ମୃତଦେହକୁ ଘରକୁ ନେବା […]

palahada...

Rakesh Mallick
  • Published: Sunday, 08 January 2017
  • , Updated: 08 January 2017, 03:38 PM IST

ପାଲଲହଡ଼ା: ଅନୁଗୋଳ ପାଲଲହଡ଼ା ହସପିଟାଲରୁ କାନ୍ଧରେ ଶବବୁହା ଘଟଣାରେ କର୍ତ୍ତବ୍ୟରେ ଅବହେଳା ପାଇଁ ଏସଡିଏମ୍‌ଓ ଡାକ୍ତର ପ୍ରତାପ ଚନ୍ଦ୍ର ମହାନ୍ତି ଓ ସିନିୟର ମେଡିକାଲ ଅଫିସର ଡାକ୍ତର ପ୍ରଶାନ୍ତ କୁମାର ମହାପାତ୍ରଙ୍କୁ  ନିଲମ୍ବିତ କରାଯାଇଛି। ପୂର୍ବରୁ ଏହି ଘଟଣାରେ ଜୁନିୟର ହସପିଟାଲ ମ୍ୟାନେଜର ଗୀତାଞ୍ଜଳି ସ୍ୱାଇଁଙ୍କୁ ନିଲମ୍ବନ ସହ ସୁରକ୍ଷାକର୍ମୀ ନିରାକର ନାୟକଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଥିଲା।

ଅନୁଗୋଳ ପେଚାମୁଣ୍ଡି ଗାଁର ଗତି ଧୀବରଙ୍କ ୫ ବର୍ଷର ଝିଅର ହସପିଟାଲରେ ମୃତ୍ୟୁ ପରେ ମୃତଦେହକୁ ଘରକୁ ନେବା ପାଇଁ ବ୍ୟବସ୍ଥା କରିବାକୁ ସେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ହସପିଟାଲ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇ ନ ଯିବାରୁ ସେ ୧୫ କିଲୋମିଟର ଦୂରରେ ଥିବା ନିଜ ଗାଁରୁ କାନ୍ଧରେ ମୃତଦେହକୁ ବୋହି ନେଇ ଯାଇଥିଲେ।

 

Related story