ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି: ଆଉ ୪ ଜିଲ୍ଲାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ପାଇଁ ଗତ ରବିବାର ଠାରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାୱାରି ସମୀକ୍ଷା ବୈଠକ କରୁଥିବା ବେଳେ ସେହି କ୍ରମରେ ଆଜି କେନ୍ଦ୍ରାପଡ଼ା, କେନ୍ଦୁଝର, ବୌଦ୍ଧ ଓ ଅନୁଗୋଳ ଜିଲ୍ଲାର ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ୪ ଜିଲ୍ଲାର ସାଂସଦ, ବିଧାୟକ, ପର୍ଯ୍ୟବେକ୍ଷକ ଓ ବରିଷ୍ଠ ନେତାଙ୍କ ସହିତ ଆଲୋଚନା କରିଛନ୍ତି। ବୌଦ୍ଧ ବିଧାୟକ ତଥା ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି,“ଦଳୀୟ ସଂଗଠନକୁ ମଜଭୁତ କରିବାକୁ ଦଳର ସଭାପତି […]

pradeep

Rakesh Mallick
  • Published: Saturday, 10 September 2016
  • , Updated: 10 September 2016, 02:49 PM IST

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ପାଇଁ ଗତ ରବିବାର ଠାରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାୱାରି ସମୀକ୍ଷା ବୈଠକ କରୁଥିବା ବେଳେ ସେହି କ୍ରମରେ ଆଜି କେନ୍ଦ୍ରାପଡ଼ା, କେନ୍ଦୁଝର, ବୌଦ୍ଧ ଓ ଅନୁଗୋଳ ଜିଲ୍ଲାର ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ୪ ଜିଲ୍ଲାର ସାଂସଦ, ବିଧାୟକ, ପର୍ଯ୍ୟବେକ୍ଷକ ଓ ବରିଷ୍ଠ ନେତାଙ୍କ ସହିତ ଆଲୋଚନା କରିଛନ୍ତି।

ବୌଦ୍ଧ ବିଧାୟକ ତଥା ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି,“ଦଳୀୟ ସଂଗଠନକୁ ମଜଭୁତ କରିବାକୁ ଦଳର ସଭାପତି ନିର୍ଦ୍ଦେଶ ଦେଇଛନ୍ତି। ସେଥିପାଇଁ ବୁଥ୍‌ ସ୍ତରରେ କମିଟି ଗଠନ କରିବାକୁ କହିଛନ୍ତି। ଜିଲ୍ଲା ସ୍ତରରେ ଆଲୋଚନା କରାଯାଇ କମିଟି ଗଠନ କରାଯିବ।”

କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା କହିଥିଲେ,“ଆସନ୍ତା ବର୍ଷ ଫେବୃଆରୀ ମାସ ଆଡ଼କୁ ପଞ୍ଚାୟତ ନିର୍ବାଚନ ହେବ। ସେଥିପାଇଁ ଆଜି ଦଳୀୟ ସଭାପତି ସମୀକ୍ଷା କରିଥିଲେ। ୱାର୍ଡ ଓ ବୁଥ୍‌ ସ୍ତରରେ କମିଟି ଗଠନ କରି ସରକାରଙ୍କ ଜନହିତକର କାର୍ଯ୍ୟକ୍ରମଗୁଡ଼ିକ ସଂପର୍କରେ ଲୋକଙ୍କୁ ଅବଗତ କରାଇବାକୁ ଦଳୀୟ ସଭାପତି ନିର୍ଦ୍ଦେଶ ଦେଇଛନ୍ତି।”

କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ କହିଛନ୍ତି,“ଗାଁ ଗାଁରେ ଲୋକଙ୍କ ପାଖରେ ପହଞ୍ଚି ଦଳୀୟ ସଂଗଠନକୁ ଆହୁରି ମଜଭୁତ କରିବାକୁ ଆମକୁ ନିର୍ଦ୍ଦେଶ ଦିଆଯାଇଛି।”

ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ରାୟଗଡ଼ା, କୋରାପୁଟ, ମୟୂରଭଞ୍ଜ, ଗଜପତି, ବାଲେଶ୍ୱର, ଭଦ୍ରକ, ବଲାଙ୍ଗିର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ସମୀକ୍ଷା କରି ସାରିଛନ୍ତି।

Related story