ପଞ୍ଚାୟତ ନିର୍ବାଚନରେ ଅର୍ଥ କାରବାର ଅଭିଯୋଗ ଅଣିଲା ବିଜେପି

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ଅର୍ଥ କାରବାର ହେଉଥିବା ନେଇ ବିଜେପି ଅଭିଯୋଗ କରିଛି। ଗତକାଲି ବିଜେପି ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲା। ସୁନ୍ଦରଗଡ଼ ଜିଲ୍ଲାରେ ଶାସକ ଦଳ ପତାକା ଧରି ନେତା ଟଙ୍କା ବାଣ୍ଟୁଥିବାର ଦୃଶ୍ୟ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ବେଳେ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକର ପୂର୍ବତନ ଚେୟାରମ୍ୟାନଙ୍କଠାରୁ ୮୮,୦୦୦ ଟଙ୍କା ଜବତ ଭଳି ଘଟଣା ପଦାକୁ ଆସିଛି। ଏହା ବିରୋଧରେ ବିଜେପି ମୁଖପାତ୍ର ସଜ୍ଜନ ଶର୍ମାଙ୍କ ନେତୃତ୍ୱରେ ଏକ ୩ ଜଣିଆ […]

sajjansharma

Rakesh Mallick
  • Published: Saturday, 11 February 2017
  • , Updated: 11 February 2017, 03:30 PM IST

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ଅର୍ଥ କାରବାର ହେଉଥିବା ନେଇ ବିଜେପି ଅଭିଯୋଗ କରିଛି। ଗତକାଲି ବିଜେପି ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲା।

ସୁନ୍ଦରଗଡ଼ ଜିଲ୍ଲାରେ ଶାସକ ଦଳ ପତାକା ଧରି ନେତା ଟଙ୍କା ବାଣ୍ଟୁଥିବାର ଦୃଶ୍ୟ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ବେଳେ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକର ପୂର୍ବତନ ଚେୟାରମ୍ୟାନଙ୍କଠାରୁ ୮୮,୦୦୦ ଟଙ୍କା ଜବତ ଭଳି ଘଟଣା ପଦାକୁ ଆସିଛି। ଏହା ବିରୋଧରେ ବିଜେପି ମୁଖପାତ୍ର ସଜ୍ଜନ ଶର୍ମାଙ୍କ ନେତୃତ୍ୱରେ ଏକ ୩ ଜଣିଆ ଟିମ୍‌ ନିର୍ବାଚନ କମିଶନଙ୍କୁ ଭେଟି ଅଭିଯୋଗପତ୍ର ପ୍ରଦାନ କରିଛନ୍ତି।

Related story