ପଞ୍ଚାୟତ ପୁନର୍ଗଠନ ରିପୋର୍ଟ ମେ’ ସୁଦ୍ଧା ଦାଖଲ କରିବାକୁ ପଞ୍ଚାୟତିରାଜ ବିଭାଗକୁ ରାଜ୍ୟ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନକୁ ଆହୁରି ବର୍ଷେ ଅଛି। ହେଲେ ନିର୍ବାଚନ କମିଶନଙ୍କ ପକ୍ଷରୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପଞ୍ଚାୟତ ପୁନର୍ଗଠନ କରି ବିସ୍ତୃତ ରିପୋର୍ଟ ମେ’ ମାସ ସୁଦ୍ଧା ଦାଖଲ କରିବାକୁ କମିଶନ ପଞ୍ଚାୟତିରାଜ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏବେ ରାଜ୍ୟରେ ମୋଟ ୬,୩୩୬ ପଞ୍ଚାୟତ ରହିଥିବାବେଳେ ପୁନର୍ଗଠନ ପରେ ପ୍ରାୟ ୭୦୦ ପଞ୍ଚାୟତ ବଢିବାର ସମ୍ଭାବନା ରହିଛି। ୨୦୧୭ ଜାନୁୟାରୀ କି ଫେବୃୟାରୀରେ ପଞ୍ଚାୟତ ନିର୍ବଚନ ହେବ। ଏଥିପାଇଁ କେତେ ବାଲଟ୍‌ ବକ୍ସ, କେତେ […]

lelction-commosioner

Rakesh Mallick
  • Published: Wednesday, 24 February 2016
  • , Updated: 24 February 2016, 03:57 PM IST

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନକୁ ଆହୁରି ବର୍ଷେ ଅଛି। ହେଲେ ନିର୍ବାଚନ କମିଶନଙ୍କ ପକ୍ଷରୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପଞ୍ଚାୟତ ପୁନର୍ଗଠନ କରି ବିସ୍ତୃତ ରିପୋର୍ଟ ମେ’ ମାସ ସୁଦ୍ଧା ଦାଖଲ କରିବାକୁ କମିଶନ ପଞ୍ଚାୟତିରାଜ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏବେ ରାଜ୍ୟରେ ମୋଟ ୬,୩୩୬ ପଞ୍ଚାୟତ ରହିଥିବାବେଳେ ପୁନର୍ଗଠନ ପରେ ପ୍ରାୟ ୭୦୦ ପଞ୍ଚାୟତ ବଢିବାର ସମ୍ଭାବନା ରହିଛି।

୨୦୧୭ ଜାନୁୟାରୀ କି ଫେବୃୟାରୀରେ ପଞ୍ଚାୟତ ନିର୍ବଚନ ହେବ। ଏଥିପାଇଁ କେତେ ବାଲଟ୍‌ ବକ୍ସ, କେତେ ପୋଲିଂ ଅଧିକାରୀ ଆବଶ୍ୟକ, କେତେ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯିବ ଓ କେତେ ପର୍ଯ୍ୟାୟରେ ଭୋଟ୍‌ କଲେ ନିର୍ବାଚନ ସୁରୁଖୁରୁରେ ସରିବ ସେ ନେଇ ପଞ୍ଚାୟତରାଜ ବିଭାଗର ଅଧିକାରୀ ଓ ଜିଲ୍ଲା ପଞ୍ଚାୟତ ଅଫିସରଙ୍କ ସହ କମିଶନ ବିଚାର ବିମର୍ଶ କରିଛନ୍ତି। ସେପଟେ ପଞ୍ଚାୟତ ପୁନର୍ଗଠନ ଓ ନିର୍ବାଚନ ପାଇଁ ଆବଶ୍ୟକ ତଥ୍ୟ ମେ’ ମାସ ସୁଦ୍ଧା ଦେବାକୁ ପଞ୍ଚାୟତରାଜ ବିଭାଗକୁ କୁହାଯାଇଛି। ଏହାପରେ ଭୋଟର ଲିଷ୍ଟ ପ୍ରସ୍ତୁତ ହେବ।

ରାଜ୍ୟ ନିର୍ବାଚନ କମିଶନ ସଚିବ ଦୁଃଖୀଶ୍ୟାମ ଶତପଥୀ କହିଛନ୍ତି, “ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆମେ ପଞ୍ଚାୟତରାଜ ବିଭାଗକୁ ଜଣାଇଛୁ। ସେମାନେ ପଞ୍ଚାୟତ ପୁନର୍ଗଠନ କରି ଆମକୁ ଜଣାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି। ମାସେ ଦୁଇ ମାସରେ ରିପୋର୍ଟ ଦେଇ ପାରିଲେ କାମ ସୁରୁଖୁରୁରେ ହୋଇପାରିବ।”

ରାଜ୍ୟରେ ଏବେ ୬୩୩୬ ପଞ୍ଚାୟତ, ୮୭୫୫୧ ୱାର୍ଡ, ୮୫୪ ଜିଲ୍ଲା ପରିଷଦ ସଦସ୍ୟ ପଦବୀ ରହିଛି। ସେପଟେ ପଞ୍ଚାୟତ ପୁନର୍ଗଠନ ପ୍ରକ୍ରିୟା ଜାରି ରହିଛି। ଏଥିରେ ୭୦୦ ନୂଆ ପଞ୍ଚାୟତ ସୃଷ୍ଟି ହେବାର ସମ୍ଭାବନା ରହିଛି।

ପଞ୍ଚାୟତରାଜ ସଚିବ ଦେଓରଞ୍ଜନ ସିଂ କହିଛନ୍ତି, “ କମିଶନ ପଞ୍ଚାୟତ ପୁନର୍ଗଠନ ଶୀଘ୍ର ସାରିବାକୁ କହିଛନ୍ତି। ପ୍ରାୟ ସବୁ ଜିଲ୍ଲାରୁ ରିପୋର୍ଟ ଆସିଗଲାଣି। ତାହାର ଯାଞ୍ଚ କରାଯାଉଛି, ଶୀଘ୍ର କାମ ସାରିବାକୁ ଆମେ ଚେଷ୍ଟା କରୁଛୁ।”

Related story