ହିଂସାକାଣ୍ଡରେ ନିର୍ବାଚନ ଅଧିକାରୀଙ୍କ ମୃତ୍ୟୁ ଘଟିଲେ ମିଳିବ ୨୦ ଲକ୍ଷ ଟଙ୍କା

ଭୁବନେଶ୍ୱର: ନିର୍ବାଚନ ଦାୟିତ୍ୱରେ ଥିବା କର୍ମଚାରୀଙ୍କର ମାଓବାଦୀ କିମ୍ବା ଅନ୍ୟ କୌଣସି ହିଂସାରେ ମୃତ ଘଟିଲେ ତାଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବ। ଏହି ରାଶି ରାଜ୍ୟ ନିର୍ବାଚନ କମିଶନଙ୍କ ତରଫରୁ ପ୍ରଦାନ କରାଯିବ। ସେହିପରି ନିର୍ବାଚନ ଗସ୍ତରେ ଥିବା ସମୟରେ କୌଣସି ଦୁର୍ଘଟଣା କିମ୍ବା ଅନ୍ୟ କୌଣସି କାରଣରୁ ମୃତ୍ୟୁ ଘଟିଲେ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ନିର୍ବାଚନ କମିଶନ ସଚିବ ରବୀନ୍ଦ୍ରନାଥ ସାହୁ ସୂଚନା […]

election1

Rakesh Mallick
  • Published: Monday, 30 January 2017
  • , Updated: 30 January 2017, 08:55 PM IST

ଭୁବନେଶ୍ୱର: ନିର୍ବାଚନ ଦାୟିତ୍ୱରେ ଥିବା କର୍ମଚାରୀଙ୍କର ମାଓବାଦୀ କିମ୍ବା ଅନ୍ୟ କୌଣସି ହିଂସାରେ ମୃତ ଘଟିଲେ ତାଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବ। ଏହି ରାଶି ରାଜ୍ୟ ନିର୍ବାଚନ କମିଶନଙ୍କ ତରଫରୁ ପ୍ରଦାନ କରାଯିବ।

ସେହିପରି ନିର୍ବାଚନ ଗସ୍ତରେ ଥିବା ସମୟରେ କୌଣସି ଦୁର୍ଘଟଣା କିମ୍ବା ଅନ୍ୟ କୌଣସି କାରଣରୁ ମୃତ୍ୟୁ ଘଟିଲେ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ନିର୍ବାଚନ କମିଶନ ସଚିବ ରବୀନ୍ଦ୍ରନାଥ ସାହୁ ସୂଚନା ଦେଇଛନ୍ତି। ଦୁର୍ବୃତ୍ତଙ୍କ ଆକ୍ରମଣରେ ଦୃଷ୍ଟିଶକ୍ତି ହରାଇଲେ କିମ୍ବା ଅକର୍ମଣ୍ୟ ହେଲେ ସମ୍ପୃକ୍ତ କର୍ମଚାରୀଙ୍କୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯିବ।

ପୂର୍ବ ନିର୍ବାଚନ ତୁଳନାରେ ଏଥର କ୍ଷତିପୂରଣ ରାଶିକୁ ଦ୍ୱିଗୁଣିତ କରାଯାଇଛି। ନିର୍ବାଚନ ଦାୟିତ୍ୱରେ ଥିବା ସମସ୍ତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ମଚାରୀ ଏହି କ୍ଷତିପୂରଣ ପାଇବେ। ଏଥିସହ ସରକାରୀ କିମ୍ବା ବେସରକାରୀ ଡ୍ରାଇଭର ଓ ହେଲପର, ରାଜ୍ୟ ପୋଲିସ ଓ କେନ୍ଦ୍ରୀୟ ଫୋର୍ସ ମଧ୍ୟ ଏହି କ୍ଷତିପୂରଣ ପାଇବେ ବୋଲି ସାହୁ କହିଛନ୍ତି।

Related story