ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ତୃତୀୟ ମହଲାକୁ ଟାର୍ଗେଟ ଓ ପାଣ୍ଡିୟାନ୍‌ଙ୍କୁ ଦଳୀୟ ନେତାଙ୍କ ସମାଲୋଚନା ପରେ ନବୀନଙ୍କ ଷ୍ଟ୍ରାଟେଜୀ ବଦଳିଥିବା ଚର୍ଚ୍ଚା । ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି ଗଣମାଧ୍ୟମରେ ଅସନ୍ତୋଷ ପ୍ରକାଶ କରିଥିବା ନବୀନ ନନ୍ଦ ଓ ବୈଷ୍ଣବ ପରିଡାଙ୍କୁ ଡାକି ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା। ତେବେ ଏହା ପଛରେ ଦଳ ସଜାଡିବାକୁ ଉଦ୍ୟମ ନା ପାଣ୍ଡିୟାନଙ୍କୁ ଟାର୍ଗେଟ ପରେ ଭିନ୍ନ ଉଦ୍ଦେଶ୍ୟରେ ଉଭୟଙ୍କୁ ସମନ୍ କରାଯାଇଥିଲା।? ତାକୁ ନେଇ କଳ୍ପନାଜଳ୍ପନା। ୟା ଭିତରେ ସେପଟେ ସାଂସଦ ବୈଜୟନ୍ତ ପଣ୍ଡା ଟୁଇଟ୍ କରି କହିଛନ୍ତି ତାଙ୍କ ଭଳି ଦଳ ଓ ରାଜ୍ୟର ସ୍ୱାର୍ଥ କଥା ଚିନ୍ତା କରୁଥିବା ନେତାଙ୍କୁ ଡାକି ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିବାରୁ ସେ ଖୁସି । ଗତକାଲି ଥାର୍ଡ ଫ୍ଲୋରରେ ମୁଖ୍ୟମନ୍ତ୍ରୀଙ୍କୁ ଉଭୟ ନବୀନ ନନ୍ଦ ଓ ବୈଷ୍ଣବ ପରିଡା ଭେଟିଥିଲେ। ଏହି ଭେଟଘାଟକୁ ନେଇ ହଲଚଲ୍ ବିଜେଡି ରାଜନୀତି। ଏହି ଭେଟିବା ଫଛର ଅସଲ ଉଦ୍ଦ୍ୟେଶ କ’ଣ ତାକୁ ନେଇ ଚର୍ଚ୍ଚା ।</p> <p>ଦଳ ସଜାଡିବାକୁ ନବୀନଙ୍କ ଏହି ଉଦ୍ୟମ ନା ପାଣ୍ଡିୟାନ୍‌ଙ୍କୁ ଟାର୍ଗେଟ କରିବାପରେ ଯୋଜନା ବଦ୍ଧ ଭାବେ ଏହା ତାଳିପକା ଉଦ୍ୟମ ତାକୁ ନେଇ ଦଳ ଭିତରେ କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ଘରସଜାଡିବା ନାଁରେ ପାଣ୍ଡିୟାନ୍‌ଙ୍କୁ ସୁରକ୍ଷା ଦେବା ପାଇଁ ଏହି ରଣନୀତି ଥିଲା କି ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ସେପଟେ ଯଦି ଘରସଜାଡିବାକୁ ପ୍ରକୃତ ଉଦ୍ୟମ କରାଯାଇଥିଲା ତେବେ ପାଣ୍ଡିୟାନ୍ ଏବଂ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ କାହିଁକି ଗତ ସଂଧ୍ୟାରେ ଆଲୋଚନା ହେଲା ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଯେଉଁ ତାମିଲ୍ ଅଫିସରଙ୍କୁ ନେଇ ଅଭିଯୋଗ ତାଙ୍କ ସମ୍ମୁଖରେ ଆଲୋଚନା କେତେ ଫଳପ୍ରଦ ହେବ ତାକୁ ନେଇ ବି ଚର୍ଚ୍ଚା ହେଉଛି।ବିଜେଡିରେ ଏଭଳି ବାଦ ବିବାଦ ଭିତରେ ବୈଷ୍ଣବ ଓ ନବୀନ ନନ୍ଦ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ନେଇ ଟୁଇଟ୍ କରିଛନ୍ତି ସଂସାଦ ବୈଜୟନ୍ତ ପଣ୍ଡା।</p> <p>ବୈଜୟନ୍ତ କହିଛନ୍ତି ରାଜ୍ୟ ଓ ଦଳର ସ୍ୱାର୍ଥ ଦୃଷ୍ଟିରୁ ତାଙ୍କ ଭଳି ଏ ଦୁଇ ନେତା ମଧ୍ୟ ଚିନ୍ତା ପ୍ରକାଟ କରିଥିଲେ। ଦଳ ସଭାପତି ଉଭୟଙ୍କୁ ଡାକି ଆଲୋଚନା କରିଥିବା ଜାଣି ସେ ଖୁସି । ସେପଟେ ନବୀନ ନନ୍ଦ ଜବାବରେ ଟୁଇଟ୍‌ କରିଛନ୍ତି। ଲେଖିଛନ୍ତି ଦଳର ସ୍ୱାର୍ଥ ପାଇଁ ବୈଜୟନ୍ତ ଉଦ୍ୟମ ନିକଟ ଭଭିଷ୍ୟତରେ ଫଳପ୍ରଦ ହେବ। ଏନେଇ ସେ ଆଶାବାଦୀ । ଏପଟେ ଚର୍ଚ୍ଚା, ବିଜେଡି ସୁପ୍ରିମୋଙ୍କ ଏହି ପରିବର୍ତ୍ତିତ ଷ୍ଟ୍ରାଟେଜୀ କାହିଁକି ?</p> <p>ଅସନ୍ତୁଷ୍ଟ ନେତାଙ୍କୁ ସନ୍ତୁଷ୍ଟ କରି ବିଜେପିକୁ ଚେକେମଟ୍ ଦେବା ଓ ଆଗକୁ ବିଜେପୁର ପୁଣି ସାଧାରଣ ନିର୍ବାଚନ ଆସୁଥିବାରୁ ନବୀନ ସମସ୍ତଙ୍କୁ ନେଇ ଚାଲିବା ପାଇଁ ଉଦ୍ୟମ ବୋଲି ଚର୍ଚ୍ଚା ହେଉଛି । ଦଳକୁ ଶୃଙ୍ଖଳିତ ଭାବେ ପରିଚାଳନା ପାଇଁ ପଲିଟିକାଲ୍ କ୍ରାଇସିସ୍ ମ୍ୟାନେଜେର୍ ଭାବେ ସ୍ୱର୍ଗତ ପ୍ୟାରୀମୋହନ ମହାପାତ୍ର ଓ ପରେ କଳ୍ପତରୁ ଦାସ ନେତାଙ୍କ ଭିତରେ ସମନ୍ୱୟ ରକ୍ଷା କରୁଥିଲେ। ଏବେ ତୃତୀୟ ମହଲା ତାମିଲ୍ ଅଫିସରଙ୍କ ଯୋଗୁଁ ଦଳରେ ବିଶୃଙ୍ଖଳା ବଢୁଥିବା ବେଳେ ନବୀନ ଆଗକୁ କ’ଣ ପଦକ୍ଷେପ ନେଉଛନ୍ତି ତା ଉପରେ ନଜର।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।