କୂଅରୁ ବଜ୍ରକାପ୍ତା ଉଦ୍ଧାର

ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): ବଲାଙ୍ଗିର ଜିଲ୍ଲା ସଇଁତଳା ନବୀନ ଛକ ନିକଟରେ ତିଆରି ହେଉଥିବା ଘର ନିକଟରେ ଥିବା ଏକ ଅବ୍ୟବହୃତ କୂଅ ଭିତରେ ଗୋଟିଏ ବଜ୍ରକାପ୍ତା ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ପରେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି କୂଅ ଭିତରେ ଏକ ବାଡ଼ି ପକାଇଥିଲେ। ବାଡ଼ି ସାହାରାରେ ବଜ୍ରକାପ୍ତାଟି ଉପରକୁ ଆସିଥିଲା। ପରେ ବନ ବିଭାଗ କର୍ମଚାରୀ ବଜ୍ରକାପ୍ତାକୁ ରିଜର୍ଭ ଜଙ୍ଗଲ୍‌ରେ ଛାଡିଛନ୍ତି। […]

Pangolins

Manoranjan Sial
  • Published: Thursday, 29 July 2021
  • , Updated: 29 July 2021, 08:17 PM IST

ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): ବଲାଙ୍ଗିର ଜିଲ୍ଲା ସଇଁତଳା ନବୀନ ଛକ ନିକଟରେ ତିଆରି ହେଉଥିବା ଘର ନିକଟରେ ଥିବା ଏକ ଅବ୍ୟବହୃତ କୂଅ ଭିତରେ ଗୋଟିଏ ବଜ୍ରକାପ୍ତା ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ପରେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି କୂଅ ଭିତରେ ଏକ ବାଡ଼ି ପକାଇଥିଲେ। ବାଡ଼ି ସାହାରାରେ ବଜ୍ରକାପ୍ତାଟି ଉପରକୁ ଆସିଥିଲା। ପରେ ବନ ବିଭାଗ କର୍ମଚାରୀ ବଜ୍ରକାପ୍ତାକୁ ରିଜର୍ଭ ଜଙ୍ଗଲ୍‌ରେ ଛାଡିଛନ୍ତି।

ତେବେ ଏଠି ପ୍ରଶ୍ନ ଉଠୁଛି କୂଅ ଭିତରେ ବଜ୍ରକାପ୍ତାଟି ପଡ଼ିଲା କେମିତି? ଏହା ପଛରେ କୌଣସି ରାକେଟ କାମ କରୁନାହିଁ ତ? ବନ ବିଭାଗ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି।

Related story