ପପୁ ସୁସ୍ଥ ଅଛନ୍ତି, ଅଯଥା ଗୁଜବ ନ କରିବାକୁ ପତ୍ନୀଙ୍କ ଅନୁରୋଧ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କିଛିଦିନ ହେବ ଓଲିଉଡର କମେଡି କିଙ୍ଗ୍ ପପୁ ପମପମ୍‌ ଅସୁସ୍ଥ ଅଛନ୍ତି। ତାଙ୍କୁ ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ  ଏମ୍ସରେ ଭର୍ତ୍ତି କରାଯାଇଛି। ସେ ଏବେ ଏମ୍ସର ଗ୍ୟାଷ୍ଟ୍ରୋଲୋଜି ବିଭାଗର ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି। ତେବେ ପପୁଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସୋସିଆଲ୍ ମିଡିଆରେ ଖବର ପ୍ରସାରିତ ହେଉଥିବାରୁ ଏହାକୁ ନେଇ ଚିନ୍ତିତ ହୋଇପଡ଼ିଛନ୍ତି ତାଙ୍କ ପତ୍ନୀ ସଙ୍ଗୀତା ଶତପଥୀ। ସେ କହିଛନ୍ତି, “ପପୁ ସୁସ୍ଥ ଅଛନ୍ତି। ତାଙ୍କୁ ନେଇ ଗୁଜବ ପ୍ରଚାର କରାଯାଇଛି। ଏପରି […]

pappu

Rakesh Mallick
  • Published: Thursday, 17 May 2018
  • , Updated: 19 May 2018, 03:36 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କିଛିଦିନ ହେବ ଓଲିଉଡର କମେଡି କିଙ୍ଗ୍ ପପୁ ପମପମ୍‌ ଅସୁସ୍ଥ ଅଛନ୍ତି। ତାଙ୍କୁ ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ  ଏମ୍ସରେ ଭର୍ତ୍ତି କରାଯାଇଛି। ସେ ଏବେ ଏମ୍ସର ଗ୍ୟାଷ୍ଟ୍ରୋଲୋଜି ବିଭାଗର ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି। ତେବେ ପପୁଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସୋସିଆଲ୍ ମିଡିଆରେ ଖବର ପ୍ରସାରିତ ହେଉଥିବାରୁ ଏହାକୁ ନେଇ ଚିନ୍ତିତ ହୋଇପଡ଼ିଛନ୍ତି ତାଙ୍କ ପତ୍ନୀ ସଙ୍ଗୀତା ଶତପଥୀ। ସେ କହିଛନ୍ତି, “ପପୁ ସୁସ୍ଥ ଅଛନ୍ତି। ତାଙ୍କୁ ନେଇ ଗୁଜବ ପ୍ରଚାର କରାଯାଇଛି। ଏପରି ଅଯଥା ଗୁଜବ ପ୍ରଚାର ନକରିବାକୁ ଅନୁରୋଧ କରୁଛି।”

ସୂଚନାଯୋଗ୍ୟ ଯେ ପପୁ (ଅଗ୍ନାଶୟ) ପାନ୍‌କ୍ରିୟାସ ଜନିତ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ସେ ପ୍ରଥମେ ରାଜଧାନୀ ଭୁବନେଶ୍ୱରଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଦୁଇ ଦିନ ତଳେ ତାଙ୍କୁ ଏୟାର ଆମ୍ୱୁଲାନ୍ସ ଦ୍ୱାରା ଦିଲ୍ଲୀ ନିଆଯାଇଥିଲା। ପପୁ ଅସୁସ୍ଥ ଥିବା ନେଇ ପ୍ରଥମେ ସୋସିଆଲ ମିଡିଆରେ ଏକ ଫଟୋ ଘୁରି ବୁଲୁଥିଲା। ଫଟୋରେ ପପୁଙ୍କ ମୁହଁରେ ଅକ୍ସିଜେନ୍ ଲାଗିଥିବା ଦୃଶ୍ୟମାନ ହେଉଥିଲା।

Related story