ପପୁଙ୍କ କମ୍‌ ବ୍ୟାକ୍: ଧୋ.ଧୋ.ଧୋ.. ସାବୁନ ପାଣିରେ ଧୋ ଗୀତରେ ମତୁଆଲା କରିବେ

ଓଡ଼ିଆ ଫିଲ୍ମର ଲିରିକ୍ସ ଧୀରେ ଧୀରେ କେଉଁ ଦିଗକୁ ଯାଉଛି ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ପୂର୍ବରୁ ବହୁ ବିଚିତ୍ର ଶବ୍ଦ ସଂଯୋଜନାରେ ଗୀତ ସବୁ ତିଆରି ହୋଇଛି। କିଛି ସଫଳ ହୋଇଛି କିଛି ବିଫଳ ବି ହୋଇଛି। ଅନେକ ସମୟରେ ଦ୍ୱିଅର୍ଥ ବୋଧକ ଶବ୍ଦ ସଂଯୋଜନା ହୋଇଥିବା ଅଭିଯୋଗ ବି ହୋଇଛି। କିନ୍ତୁ ସବୁ ନିର୍ଭର କରେ ମ୍ୟୁଜିକ ଉପରେ। ଏବେ ଓଲିଉଡରେ ଦେଖିବାକୁ ମିଳିଛି ସେମିତି ଏକ ନୂଆ ଗୀତ।  ଏକ ଆଗାମୀ ଫିଲ୍ମ ପାଇଁ ଏହି ଗୀତର ଏବେ ସୁଟିଂ ଚାଲିଛି।

ଗୀତଟିର ମୁଖଡ଼ା ଏହିପରି... ଧୋ ଧୋ ଧୋ ସାବୁନ୍ ପାଣିରେ ଧୋ।  ଏ ଗୀତଟି କେଉଁ ଫିଲ୍ମ ପାଇଁ ତିଆରି ହେଉଛି ତାହା ଏବେ ଜଣାପଡ଼ିନି।  କିନ୍ତୁ ଏହା ବୋଧହୁଏ ଏକ କମେଡ଼ି ସିକୁଏନ୍ସ ପାଇଁ ସୁଟିଂ କରାଯାଉଛି। ଯେଉଁଥିରେ ଦେଖିବାକୁ ମିଳୁଛି ଓଡ଼ିଶାର ପ୍ରସିଦ୍ଧ କମେଡିଆନ୍ ପପୁ ପମ୍ ପମ୍। ଏଲସା ନାମ୍ନୀ ବଙ୍ଗୀୟ ଅଭିନେତ୍ରୀଙ୍କ ସହ ନାଚୁଛନ୍ତି। ଓଡ଼ିଶା ରିପୋର୍ଟର ଟିମ୍ ଏ ଗୀତର ସୁଟିଂ ପାଇଁ ପହଞ୍ଚିଥିଲା ସୁଟିଂ ସେଟରେ

ସାବୁନ ଫେଣରେ ଧୋ ଧୋ ଧୋ।... ସାବୁନ ଲଗାଇ ଧୋ। ଗୀତଟି ଏମିତି ହୋଇଛି ଯେ ନ ହସିଲା ଲୋକ ହସିବ। ତେଣୁ ଦେଖିବାକୁ ମିଳୁଛି ସୁଟିଂ ଚାଲିଥିଲା ବେଳେ ପୂରା ଟିମ୍ ଗୀତଟିକୁ ଏନଜୟ କରୁଛନ୍ତି। ରୋମାଣ୍ଟିକ ଟ୍ରାକରେ ପପୁଙ୍କ ସାଥ୍ ଦେଉଛନ୍ତି ଚୁଲବୁଲି ନୂଆ ବଙ୍ଗୀୟ କିଶୋରୀ ଏଲସା। ସୁନ୍ଦର ଲୋକେସନ ଭିତରେ ଚାଲିଛି ରୋମାନ୍ସ। ଏହି ଗୀତରେ ପପୁଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି, ପପୁଙ୍କ ଡ୍ୟାନ୍ସ ଦେଖିବା ପାଇଁ ସିନେ ପ୍ରେମୀ ବି ହାଜିର। ସୁଧାକର ବସନ୍ତଙ୍କ କୋରିଗ୍ରାଫିରେ ନୃତ୍ୟ କରୁଥିଲା ପୂରା ଟିମ୍। ଦେଖିବାକୁ ବାକି ରହିଲା, ଓଡ଼ିଆ ଦର୍ଶକ ଏହାକୁ ପସନ୍ଦ କରୁଛନ୍ତି ନା ସାବୁନ ଫେଣରେ ଧୋଇ ଦେଉଛନ୍ତି।

Ordigital Desk
• Published: Wednesday, 26 July 2017
• Updated: 26 July 2017, 04:21 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos