ଯୌନ ନିର୍ଯାତନା: ପାରା ମେଡିକାଲ୍‌ ଇନ୍‌ଷ୍ଟିଚ୍ୟୁଟ୍ ମାଲିକ ଗିରଫ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରର ଭରତପୁର ସ୍ଥିତ ଜିଏ କଲୋନୀରେ ଥିବା ଇନ୍ଦିରା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ମେଡିକାଲ୍ ସାଇନ୍ସ ଆଣ୍ଡ୍ ରିସର୍ଚ୍ଚର ମାଲିକ ତଥା ନିର୍ଦ୍ଦେଶକଙ୍କୁ ଗିରଫ କରିଛି ପୁଲିସ୍‌। ତାଙ୍କ ନାଁ କୋଦଣ୍ଡଧର ସାହୁ। ସେ ଛାତ୍ରୀମାନଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଗତକାଲି ପାରା ମେଡିକାଲ୍ ଛାତ୍ରୀମାନେ ତାଙ୍କ ନାଁରେ ଏହି ଅଭିଯୋଗ ଆଣିଥିଲେ। ଛାତ୍ରୀମାନେ ଏକାଠି ହୋଇ ଏହାର ବିରୋଧ କରିବା ସହ ତାଙ୍କୁ ଘେରାଉ କରିଥିଲେ। ପରେ ଅଭିଭାବକଙ୍କୁ […]

woman

Jitendra Garnayak
  • Published: Sunday, 07 October 2018
  • , Updated: 07 October 2018, 02:22 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରର ଭରତପୁର ସ୍ଥିତ ଜିଏ କଲୋନୀରେ ଥିବା ଇନ୍ଦିରା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ମେଡିକାଲ୍ ସାଇନ୍ସ ଆଣ୍ଡ୍ ରିସର୍ଚ୍ଚର ମାଲିକ ତଥା ନିର୍ଦ୍ଦେଶକଙ୍କୁ ଗିରଫ କରିଛି ପୁଲିସ୍‌। ତାଙ୍କ ନାଁ କୋଦଣ୍ଡଧର ସାହୁ।

ସେ ଛାତ୍ରୀମାନଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଗତକାଲି ପାରା ମେଡିକାଲ୍ ଛାତ୍ରୀମାନେ ତାଙ୍କ ନାଁରେ ଏହି ଅଭିଯୋଗ ଆଣିଥିଲେ।

ଛାତ୍ରୀମାନେ ଏକାଠି ହୋଇ ଏହାର ବିରୋଧ କରିବା ସହ ତାଙ୍କୁ ଘେରାଉ କରିଥିଲେ। ପରେ ଅଭିଭାବକଙ୍କୁ ଡାକି ପୁଲିସ୍‌ ଖବର ଦିଆଯାଇଥିଲା।

ନାଁ ଲେଖା ବେଳେ ନିଆଯାଇଥିବା ସାର୍ଟିଫିକେଟ ଏବଂ ଟଙ୍କା ଫେରାଇ ଦେବାକୁ ଦାବି କରିଛନ୍ତି ଛାତ୍ରୀମାନେ।

Related story