ପାରାଦୀପ ବନ୍ଦରରେ ମାଲ୍ ଲୋଡିଂ-ଅନଲୋଡିଂ ବିବାଦ:ଷ୍ଟିଭେଡର୍ସ ସଂଘର ଆନ୍ଦୋଳନ ଅବ୍ୟାହତ

ପାରାଦୀପ: ମାଲ୍ ଲୋଡିଂ ଅନଲୋଡିଂକୁ ନେଇ ପାରାଦୀପ ବନ୍ଦରରେ ଦେଖା ଦେଇଥିବା ବିବାଦ ଥମିବାର ନାଁ ନେଉନାହିଁ। ରବିବାର ଠାରୁ ବନ୍ଦର ନିଷିଦ୍ଧାଞ୍ଚଳରେ କଡ଼ା ସୁରକ୍ଷା ବଳୟରେ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ସ୍ଥିତି ସ୍ୱାଭାବିକ ହୋଇନାହିଁ। ମାଲଲୋଡିଂ-ଅନଲୋଡିଂ ପାଇଁ ୮୫ରୁ ଅଧିକ ଡମ୍ପର ନିୟୋଜିତ ହୋଇଛନ୍ତି। ତେବେ କେବଳ ଗୋଟିଏ ବର୍ଥରେ ହିଁ ଲୋଡିଂ-ଅନଲୋଡିଂ କାମ ଚାଲିଛି। ସେପଟେ ପାରାଦୀପ ପୋର୍ଟ ଓ ତାର ଆଖପାଖ ଅଂଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି। ବିଭିନ୍ନ ସ୍ଥାନରେ […]

paradeep

Rakesh Mallick
  • Published: Monday, 21 September 2015
  • , Updated: 21 September 2015, 02:23 AM IST

ପାରାଦୀପ: ମାଲ୍ ଲୋଡିଂ ଅନଲୋଡିଂକୁ ନେଇ ପାରାଦୀପ ବନ୍ଦରରେ ଦେଖା ଦେଇଥିବା ବିବାଦ ଥମିବାର ନାଁ ନେଉନାହିଁ। ରବିବାର ଠାରୁ ବନ୍ଦର ନିଷିଦ୍ଧାଞ୍ଚଳରେ କଡ଼ା ସୁରକ୍ଷା ବଳୟରେ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ସ୍ଥିତି ସ୍ୱାଭାବିକ ହୋଇନାହିଁ। ମାଲଲୋଡିଂ-ଅନଲୋଡିଂ ପାଇଁ ୮୫ରୁ ଅଧିକ ଡମ୍ପର ନିୟୋଜିତ ହୋଇଛନ୍ତି। ତେବେ କେବଳ ଗୋଟିଏ ବର୍ଥରେ ହିଁ ଲୋଡିଂ-ଅନଲୋଡିଂ କାମ ଚାଲିଛି। ସେପଟେ ପାରାଦୀପ ପୋର୍ଟ ଓ ତାର ଆଖପାଖ ଅଂଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି। ବିଭିନ୍ନ ସ୍ଥାନରେ ସିଆଇଏସଏଫ୍ ଓ ପୋଲିସ ଫୋର୍ସ ମୁତୟନ ଅଛନ୍ତି।

ସେପଟେ ସିବେଜ୍ ସଂସ୍ଥାକୁ ବିରୋଧ କରି  ଷ୍ଟିଭେଡର୍ସ ଆସୋସିଏସନ ଓ ଅନ୍ୟ ସଂଗଠନଙ୍କ କାମ ବନ୍ଦ ଆନ୍ଦୋଳନ ଜାରି ରହିଛି। ଏଥିପାଇଁ ଲୋଡିଂ ଅନଲୋଡିଂ କାମ ବାଧାପ୍ରାପ୍ତ ହୋଇଛି। ଏଥିପାଇଁ ବନ୍ଦର କର୍ତ୍ତୃପକ୍ଷ ଆନ୍ଦୋଳନରତ ସଂଗଠନଙ୍କୁ କାମରେ ଯୋଗଦେବା ପାଇଁ ଅନୁରୋଧ ବି କରିଛନ୍ତି।

Related story