ପାରାଦୀପ ମହାନଦୀ ମୁହାଣରେ ବୋଟ ବୁଡି ୩ ନିଖୋଜ

ପାରାଦୀପ: ପାରାଦୀପ ମହାନଦୀ ମୁହାଣରେ ଅଘଟଣ ଘଟିଛି। ସୋମବାର ଏକ ମାଛଧରା ବୋଟ୍ ବୁଡ଼ି ଯିବାରୁ ୩ ଜଣ ନିଖୋଜ ଥିବାବେଳେ ଅନ୍ୟ ୪ ଜଣଙ୍କୁ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ଶ୍ରୀକ୍ଷେତ୍ର-୫ ନାମକ ଏହି ବୋଟ୍ ଗତ ଗୁରୁବାର ଦିନ ୭ ଜଣ କର୍ମଚାରୀଙ୍କୁ ନେଇ ଗଭୀର ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲା। ଆଜି ଅପରାହ୍ଣରେ ବୋଟଟି ଫେରୁଥିବା ବେଳେ ଏକ ବଡ଼ ଧରଣର ଲହଡ଼ି ଆସିବାରୁ ଭାରସମ୍ୟ ହରାଇ ଏହା ବୁଡ଼ି ଯାଇଥିଲା। ଦୁର୍ଘଟଣା ପରେ ୩ […]

paradeep

Rakesh Mallick
  • Published: Monday, 29 June 2015
  • , Updated: 29 June 2015, 01:49 PM IST

ପାରାଦୀପ: ପାରାଦୀପ ମହାନଦୀ ମୁହାଣରେ ଅଘଟଣ ଘଟିଛି। ସୋମବାର ଏକ ମାଛଧରା ବୋଟ୍ ବୁଡ଼ି ଯିବାରୁ ୩ ଜଣ ନିଖୋଜ ଥିବାବେଳେ ଅନ୍ୟ ୪ ଜଣଙ୍କୁ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ଶ୍ରୀକ୍ଷେତ୍ର-୫ ନାମକ ଏହି ବୋଟ୍ ଗତ ଗୁରୁବାର ଦିନ ୭ ଜଣ କର୍ମଚାରୀଙ୍କୁ ନେଇ ଗଭୀର ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲା। ଆଜି ଅପରାହ୍ଣରେ ବୋଟଟି ଫେରୁଥିବା ବେଳେ ଏକ ବଡ଼ ଧରଣର ଲହଡ଼ି ଆସିବାରୁ ଭାରସମ୍ୟ ହରାଇ ଏହା ବୁଡ଼ି ଯାଇଥିଲା। ଦୁର୍ଘଟଣା ପରେ ୩ ଜଣଙ୍କ ପତ୍ତା ମିଳୁନାହିଁ। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଚାଲିଛି। ଅନ୍ୟ ୪ଜଣ ପହଁରି ପହଁରି କୂଳକୁ ଆସିଥିଲେ। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ଖବର ପାଇ ମେରାଇନ୍ ପୋଲିସ୍ ସେଠାରେ ପହଞ୍ଚିଥିଲା। ଅନ୍ୟପକ୍ଷରେ ବୋଟର ମାଲିକ ଅନ୍ୟ ଦୁଇଟି ବୋଟ୍ ସହ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବୋଟକୁ କୂଳ ନିକଟକୁ ଟାଣି ଆଣିଥିବା ସୂଚନା ମିଳିଛି

Related story