ପାରାଦୀପରେ ମାଲ୍ ପରିବହନ ବିବାଦ: ପୋର୍ଟ ଅଧ୍ୟକ୍ଷକଙ୍କ ସହ ଆଲୋଚନା କଲେ ମୁଖ୍ୟ ଶାସନ ସଚିବ

ପାରାଦୀପ: ମୁଖ୍ୟ ଶାସନ ସଚିବ ଶନିବାର ପାରାଦୀପ ଯାଇ ବନ୍ଦର ଅଧ୍ୟକ୍ଷଙ୍କ ସହ ମାଲ ପରିବହନକୁ ନେଇ ଦେଖା ଦେଇଥିବା ସଂପର୍କରେ ଆଲୋଚନା କରିଛନ୍ତି। ଏହା ପରେ ମୁଖ୍ୟ ଶାସନ ସଚିବ ବନ୍ଦର ପରିସ୍ଥିତି ଉପରେ କଡା ନଜର ରଖିବା ସହ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି କଡ଼ା ସୁରକ୍ଷା ବଳୟ ମଧ୍ୟରେ ସି-ବେଜ୍ ସିପିଂ ଆଣ୍ଡ ଲଜିଷ୍ଟିକ୍ ଲିମିଟେଡ୍ ଜରିଆରେ ପାରାଦୀପ ବନ୍ଦରରୁ ଲୋଡିଂ ଅନ୍ଲୋଡିଂ କାମ ଆରମ୍ଭ ହୋଇଛି। […]

cs-gokulapati

Rakesh Mallick
  • Published: Saturday, 19 September 2015
  • , Updated: 19 September 2015, 09:19 AM IST

ପାରାଦୀପ: ମୁଖ୍ୟ ଶାସନ ସଚିବ ଶନିବାର ପାରାଦୀପ ଯାଇ ବନ୍ଦର ଅଧ୍ୟକ୍ଷଙ୍କ ସହ ମାଲ ପରିବହନକୁ ନେଇ ଦେଖା ଦେଇଥିବା ସଂପର୍କରେ ଆଲୋଚନା କରିଛନ୍ତି। ଏହା ପରେ ମୁଖ୍ୟ ଶାସନ ସଚିବ ବନ୍ଦର ପରିସ୍ଥିତି ଉପରେ କଡା ନଜର ରଖିବା ସହ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ଆଜି କଡ଼ା ସୁରକ୍ଷା ବଳୟ ମଧ୍ୟରେ ସି-ବେଜ୍ ସିପିଂ ଆଣ୍ଡ ଲଜିଷ୍ଟିକ୍ ଲିମିଟେଡ୍ ଜରିଆରେ ପାରାଦୀପ ବନ୍ଦରରୁ ଲୋଡିଂ ଅନ୍ଲୋଡିଂ କାମ ଆରମ୍ଭ ହୋଇଛି। ସିକ୍ୟୁ-ୱାନ୍ ବର୍ଥରେ ଏମ୍.ଭି ହାର୍ମ ଜାହାଜରୁ ୨୫ଟି ଡମ୍ପର ଯୋଗେ ଏହି ଅନ୍ ଲୋଡିଂ- ଲୋଡିଂ କାମ ଚାଲିଛି। ତେବେ ସି-ବେଜ୍ ସଂସ୍ଥାକୁ ବିରୋଧ କରୁଥିବା ପାରାଦୀପ ଷ୍ଟିଭେଡର୍ସ ଆସୋସିଏସନ୍ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି। ଅପରପକ୍ଷରେ ଯେଉଁ ସବୁ ଷ୍ଟିଭେଡର୍ସ ଏବଂ ଆସୋସିଏସନ୍ କାର୍ଯ୍ୟବନ୍ଦ କରିଛନ୍ତି ସେମାନଙ୍କୁ ପୋର୍ଟ କର୍ତ୍ତୃପକ୍ଷ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି।

ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୋର୍ଟ ପରିସରରେ ସିଆଇଏସ୍ଏଫ୍ ସାଙ୍ଗକୁ ବ୍ୟାପକ ପୋଲିସ୍ ମୁତୟନ ଅଛନ୍ତି।

Related story