ପାରାଦୀପ: ଓଡ଼ିଶାର ପ୍ରଥମ ଜୈବ ସାର କାରଖାନା ଉଦ୍‌ଘାଟିତ

ପାରାଦୀପ: ଇଫକୋ ସାର କାରଖାନା ପରିସରରେ ଓଡ଼ିଶାର ପ୍ରଥମ ଜୈବ ସାର କାରଖାନା ଉଦ୍‌ଘାଟିତ ହୋଇଛି। ଇଫକୋ ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଉଦୟ ଶଙ୍କର ଅବସ୍ତି ଏହାକୁ ଉଦ୍‌ଘାଟନ କରିଥିଲେ। ସ୍ୱଦେଶୀ ଜ୍ଞାନ କୌଶଳ ଓ ଅତ୍ୟାଧୁନିକ ପ୍ରଣାଳୀରେ ଏଠାରେ ସାର ଉତ୍ପାଦନ କରାଯିବ। ପ୍ରାଥମିକ ପର୍ଯ୍ୟାୟରେ ପ୍ରାୟ ୪ କୋଟି ଟଙ୍କା ବିନିଯୋଗ କରାଯାଇଛି। ବାର୍ଷିକ ପ୍ରାୟ ୧ ଲକ୍ଷ ଲିଟର ଜୈବ ସାର ଉତ୍ପାଦନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଅବସ୍ତି କହିଛନ୍ତି, “ରାସାୟନିକ ସାରଠାରୁ […]

paradeep

Rakesh Mallick
  • Published: Wednesday, 11 May 2016
  • , Updated: 11 May 2016, 05:40 PM IST

ପାରାଦୀପ: ଇଫକୋ ସାର କାରଖାନା ପରିସରରେ ଓଡ଼ିଶାର ପ୍ରଥମ ଜୈବ ସାର କାରଖାନା ଉଦ୍‌ଘାଟିତ ହୋଇଛି। ଇଫକୋ ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଉଦୟ ଶଙ୍କର ଅବସ୍ତି ଏହାକୁ ଉଦ୍‌ଘାଟନ କରିଥିଲେ। ସ୍ୱଦେଶୀ ଜ୍ଞାନ କୌଶଳ ଓ ଅତ୍ୟାଧୁନିକ ପ୍ରଣାଳୀରେ ଏଠାରେ ସାର ଉତ୍ପାଦନ କରାଯିବ। ପ୍ରାଥମିକ ପର୍ଯ୍ୟାୟରେ ପ୍ରାୟ ୪ କୋଟି ଟଙ୍କା ବିନିଯୋଗ କରାଯାଇଛି। ବାର୍ଷିକ ପ୍ରାୟ ୧ ଲକ୍ଷ ଲିଟର ଜୈବ ସାର ଉତ୍ପାଦନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

ଅବସ୍ତି କହିଛନ୍ତି, “ରାସାୟନିକ ସାରଠାରୁ ଜୈବିକ ସାର ଅଧିକ ଉପାଦେୟ। କମ୍‌ ଖର୍ଚ୍ଚରେ ଚାଷୀ ଏହାକୁ ବ୍ୟବହାର କରିପାରିବେ। ଜୈବିକ ସାରର ଉପଯୋଗିତା ଓ ବ୍ୟବହାର ନେଇ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିର ଆୟୋଜନ କରାଯିବ।”

ଏହି ଅବସରରେ କାରଖାନା ପରିସରରେ ଏକ କୃଷକ ସମାବେଶ ଆୟୋଜିତ ହୋଇଥିଲା। ଏଥିରେ ଜୈବିକ ସାରର ଉପକାରିତା ସମ୍ପର୍କରେ ଆଲୋଚନା କରାଯାଇଥିଲା। ସମାବେଶରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୧୦୦ରୁ ଅଧିକ ଚାଷୀ ଯୋଗ ଦେଇଥିଲେ।

Related story