ପାରାଦୀପ: ପାରାଦୀପ ଉପକୂଳ ସମୁଦ୍ରରେ ବୁଡ଼ି ୩ ଯୁବକଙ୍କ ମୃତ୍ୟୁ ଘଟିଛି। ବେଳାଭୂମି ବୁଲିବାକୁ ଆସି ସମୁଦ୍ରରେ ଗାଧୋଉଥିବା ସମୟରେ ଏହି ଅଘଟଣ ଘଟିଥିଲା। ମୃତକମାନେ ବିହାର ଅଞ୍ଚଳର ବୋଲି ଜଣାପଡିଛି। ଏମାନେ ସ୍ଥାନୀୟ ଏକ ଶିଳ୍ପ ସଂସ୍ଥାରେ କାମ କରୁଥିବାବେଳେ ଗତକାଲି ଛୁଟିଥିବାରୁ ବେଳାଭୂମି ବୁଲିବାକୁ ଆସିଥିଲେ। ସମୁଦ୍ରରେ ଗାଧୋଇବା ସମୟରେ ହଠାତ୍ ଲହଡ଼ିମାଡ଼ରେ ତିନି ଜଣଯାକ ଭାସି ଯାଇଥିଲେ। ସେମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ବିଜୁ ମେମୋରିଆଲ୍ ହସ୍ପିଟାଲକୁ ନିଆଯାଇଥିଲେ ହେଁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।