ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ସୌମ୍ୟଙ୍କ ପରିବାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ(ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା ବୁଢ଼ିଆଣୀ ଜାଲ ଭିତରେ ଗୋଡ଼ାଇ ହୋଇଯାଉଛି। ସୌମ୍ୟଙ୍କ ଶରୀରରେ କେମିତି ନିଆଁ ଲାଗିଲା, ତାହା ଆଜି ପର୍ଯ୍ୟନ୍ତ ଜଣାପଡ଼ୁ ନାହିଁ। ନିଆଁରେ ପୋଡ଼ି ହୋଇ ସୌମ୍ୟଙ୍କ ମୃତ୍ୟୁ ହେବାକୁ ୨୪ ଦିନ ବିତି ଯାଇଥିଲେ ସୁଦ୍ଧା ପୁଲିସ କାହାରିକୁ ଗିରଫ କରିପାରି ନାହିଁ। ଯେଉଁଥିପାଇଁ ପୁଲିସ୍‌ର ତଦନ୍ତ ପ୍ରକ୍ରିୟାକୁ ନେଇ ସନ୍ଦେହ ପ୍ରକଟ କରୁଛନ୍ତି ସୌମ୍ୟଙ୍କ ପରିବାର। ସେଥିପାଇଁ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ […]

Soumaya

Soumaya

Manoranjan Sial
  • Published: Wednesday, 04 August 2021
  • Updated: 04 August 2021, 06:15 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ(ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା ବୁଢ଼ିଆଣୀ ଜାଲ ଭିତରେ ଗୋଡ଼ାଇ ହୋଇଯାଉଛି। ସୌମ୍ୟଙ୍କ ଶରୀରରେ କେମିତି ନିଆଁ ଲାଗିଲା, ତାହା ଆଜି ପର୍ଯ୍ୟନ୍ତ ଜଣାପଡ଼ୁ ନାହିଁ। ନିଆଁରେ ପୋଡ଼ି ହୋଇ ସୌମ୍ୟଙ୍କ ମୃତ୍ୟୁ ହେବାକୁ ୨୪ ଦିନ ବିତି ଯାଇଥିଲେ ସୁଦ୍ଧା ପୁଲିସ କାହାରିକୁ ଗିରଫ କରିପାରି ନାହିଁ। ଯେଉଁଥିପାଇଁ ପୁଲିସ୍‌ର ତଦନ୍ତ ପ୍ରକ୍ରିୟାକୁ ନେଇ ସନ୍ଦେହ ପ୍ରକଟ କରୁଛନ୍ତି ସୌମ୍ୟଙ୍କ ପରିବାର। ସେଥିପାଇଁ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଛନ୍ତି।

ସୌମ୍ୟ ମୃତ୍ୟୁ ମାମଲାର ତଦନ୍ତ ନିରପେକ୍ଷ କରିବାକୁ ଦାବି କରିଛନ୍ତି ପରିବାର ଲୋକେ। ହାଇକୋର୍ଟଙ୍କ ଜରିଆରେ SIT ତଦନ୍ତ ଓ ସିବିଆଇ ତଦନ୍ତ ଦାବି କରିଛନ୍ତି ସୌମ୍ୟଙ୍କ ପରିବାର ଲୋକେ।

ବାହାଘର ପରେ ପତ୍ନୀ ବିଦ୍ୟାଭାରତୀଙ୍କୁ ଧରି ସୌମ୍ୟ ପାରଳାଖେମୁଣ୍ଡି ସ୍ଥିତ ସରକାରୀ ବାସଭବନକୁ ଚାଲି ଯାଇଥିଲେ। ସେଠାରେ ସ୍ୱାମୀ ଓ ସ୍ତ୍ରୀ ରହୁଥିଲେ। ତେବେ ଗତ ୧୨ ତାରିଖ ରାତିରେ ସୌମ୍ୟ ଓ ପତ୍ନୀ ବିଦ୍ୟାଭାରତୀ ସରକାରୀ ବାସ ଭାବନରେ ଥିଲେ। ରାତି ପ୍ରାୟ ୯ଟା ବେଳେ ସୌମ୍ୟଙ୍କ ଦେହରେ ନିଆଁ ଲାଗି ଯାଇଥିଲା। ବିଦ୍ୟା ଭାରତୀ ଏନେଇ ପଡ଼ୋଶୀଙ୍କୁ ସୂଚନା ଦେଇଥିଲେ। ତା’ପରେ ତାଙ୍କୁ ମେଡିକାଲ୍‌ ନେବା ପାଇଁ ଆମ୍ୱୁଲାନ୍ସକୁ ଫୋନ୍‌ କରାଯାଇଥିଲା। ମାତ୍ର ଆମ୍ୱୁଲାନ୍ସ ଆସିବାରେ ବିଳମ୍ୱ ହେବାରୁ ଅଫିସ୍‌ ଗାଡ଼ିରେ ସୌମ୍ୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପାରଳାଖେମୁଣ୍ଡି ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ପରେ ତାଙ୍କୁ କଟକର ଏକ ଘରୋଇ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ୧୩ ତାରିଖ ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ସରକାରୀ ଆବାସରେ ସୌମ୍ୟ ଓ ବିଦ୍ୟାଭାରତୀ ନୁହେଁ ଥିଲେ। ତେବେ ସୌମ୍ୟଙ୍କ ଶରୀରରେ କେମିତି ଲାଗିଲା ନିଆଁ, ତାହା ପତ୍ନୀ ବିଦ୍ୟାଭାରତୀ ଜାଣିପାରିଲେ ନାହିଁ। ସ୍ୱାମୀ ମରିବାର ଦୁଇ ଦିନ ପରେ ମଧ୍ୟ ବିଦ୍ୟା ମୁହଁ ଖୋଲୁନଥିଲେ। ଏହାକୁ ନେଇ ସୌମ୍ୟଙ୍କ ପରିବାର ଲୋକେ, ବଦ୍ୟାଙ୍କ ବିରୋଧରେ ଆଣିଥିଲେ ସଙ୍ଗୀନ ଅଭିଯୋଗ। ମାନସିକ ଚାପ ଓ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କ ସହିତ ବିଦ୍ୟା ଅନୈତିକ ସମ୍ପର୍କ ରଖିଥିବା ସୌମ୍ୟଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ପରବର୍ତ୍ତୀ ସମୟରେ ବିଦ୍ୟା ଓ ସଂଗ୍ରାମ ଏହାକୁ ଖଣ୍ଡନ କରିଥିଲେ। ତେବେ ସୌମ୍ୟଙ୍କ ବାପାଙ୍କ ଅଭିଯୋଗ ପରେ ପାରଳାଖେମୁଣ୍ଡି ଥାନା ପୁଲିସ ଓ କ୍ରାଇମବ୍ରାଞ୍ଚ ମିଳିତ ଭାବେ ତଦନ୍ତ କରିଥିଲେ। ଡିଏଫ୍‌ଓ, ବିଦ୍ୟାଭାରତୀ, ରୋଷେୟା, ବଲାଙ୍ଗିର ନେଇଥିବା କାର୍‌ ଚାଳକଙ୍କୁ ଜେରା କରାଯାଇଥିଲା। ଜେରା ପରେ ଡିଏଫ୍‌ଓଙ୍କୁ କ୍ଲିନ୍‌ଚିଟ୍‌ ଦେଇଥିଲେ ପାରଳାଖେମୁଣ୍ଡି ଏସ୍‌ପି। ତେବେ ଏଠି ପ୍ରଶ୍ନ ଉଠୁଛି ସୌମ୍ୟ କେମିତି ପୋଡ଼ି ହେଲେ? ଏହାର ଖିଅ ଖୋଜିବା ପାଇଁ ପାରଳାଖେମୁଣ୍ଡି ପୁଲିସ ବିଦ୍ୟାଙ୍କୁ ମଙ୍ଗଳବାର ପୁଣି ଥରେ ଜେରା କରୁଥିଲା। ବିଦ୍ୟା ଓ ତାଙ୍କ ପରିବାର ଲୋକଙ୍କୁ ୪ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରାଯାଇଥିବା ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos