ପରଲୋକରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଶୁକଦେବ ସାହୁ

ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଶୁକଦେବ ସାହୁଙ୍କର ପରଲୋକ ହୋଇଯାଇଛି । ଭୁବନେଶ୍ୱର ସିଆରପି ଛକରେ ଥିବା ବାସଭବନରେ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୯୫ବର୍ଷ ବୟସ ହୋଇଥିଲା। ୧୯୨୧ରେ କେନ୍ଦ୍ରାପଡ଼ା ଜିଲ୍ଲା ଚାନ୍ଦୋଳ ବ୍ଲକର କେଶରପୁରରେ ସେ ଜନ୍ମଗ୍ରହଣ କରିଥିଲେ। ୧୯୪୧ ଓ ୧୯୪୨ରେ ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇ ସେ କାରାବରଣ କରିଥିଲେ। ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ୪ପୁଅ ଏବଂ ୩ ଝିଅଙ୍କ ସମେତ ପରିବାରର ଅନ୍ୟ ସଦସ୍ୟ ଉପସ୍ଥିତ […]

bbsr

Rakesh Mallick
  • Published: Wednesday, 29 July 2015
  • , Updated: 29 July 2015, 05:33 PM IST

ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଶୁକଦେବ ସାହୁଙ୍କର ପରଲୋକ ହୋଇଯାଇଛି । ଭୁବନେଶ୍ୱର ସିଆରପି ଛକରେ ଥିବା ବାସଭବନରେ ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୯୫ବର୍ଷ ବୟସ ହୋଇଥିଲା। ୧୯୨୧ରେ କେନ୍ଦ୍ରାପଡ଼ା ଜିଲ୍ଲା ଚାନ୍ଦୋଳ ବ୍ଲକର କେଶରପୁରରେ ସେ ଜନ୍ମଗ୍ରହଣ କରିଥିଲେ। ୧୯୪୧ ଓ ୧୯୪୨ରେ ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇ ସେ କାରାବରଣ କରିଥିଲେ। ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ୪ପୁଅ ଏବଂ ୩ ଝିଅଙ୍କ ସମେତ ପରିବାରର ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ।

Related story