ଖୋଲିଲା ପାର୍ସଲ ମୃତ୍ୟୁ ଉପହାର ଗୁମର : ଡିଜି କହିଲେ A-Zର ମାଷ୍ଟର ମାଇଣ୍ଡ ପୁଞ୍ଜିଲାଲ

ବଲାଙ୍ଗିର (ଓଡ଼ିଶା ରିପୋର୍ଟର):ଦୁନିଆକୀ କୋଇ ଜଗା ଇତନୀ ଦୂର୍‌ ନେହିଁ ହୈ ଯାହାଁ ଜୁର୍ମକେ ପାଉଁମେଁ କାନୁନ୍‌ ଅପନୀ ଫୌଲାଡ଼ୀ ଜଞ୍ଜିର୍‌ ନ ପେହେନା ସକେ।  ବଲିଉଡର ସେହେନ୍ସା ଚଳଚ୍ଚିତ୍ରର ଏହି ସଂଳାପଟି ବେଶ ଲୋକ ପ୍ରିୟ। ଏହାର ଅର୍ଥ ହେଉଛି ଦୁନିଆର ଏମିତି କିଛି ଜାଗା ନାହିଁ ଯେଉଁଠି ଅପରାଧକୁ  ଆଇନର ଜଞ୍ଜିର ତା’ର ପାଦକୁ ବାନ୍ଧପାରିବ ନାହିଁ। ପାଟଣାଗଡ ପାର୍ସଲ ବୋମା ଘଟଣା ଷଡ଼ଯନ୍ତ୍ରକାରୀଙ୍କ ପାଇଁ ଏହି ସଂଳାପହିଁ ବେଶ ପ୍ରଯୁଜ୍ୟ ମନେ ହୁଏ। […]

punji

Rakesh Mallick
  • Published: Wednesday, 25 April 2018
  • , Updated: 25 April 2018, 05:12 PM IST

ବଲାଙ୍ଗିର (ଓଡ଼ିଶା ରିପୋର୍ଟର):ଦୁନିଆକୀ କୋଇ ଜଗା ଇତନୀ ଦୂର୍‌ ନେହିଁ ହୈ ଯାହାଁ ଜୁର୍ମକେ ପାଉଁମେଁ କାନୁନ୍‌ ଅପନୀ ଫୌଲାଡ଼ୀ ଜଞ୍ଜିର୍‌ ନ ପେହେନା ସକେ।  ବଲିଉଡର ସେହେନ୍ସା ଚଳଚ୍ଚିତ୍ରର ଏହି ସଂଳାପଟି ବେଶ ଲୋକ ପ୍ରିୟ। ଏହାର ଅର୍ଥ ହେଉଛି ଦୁନିଆର ଏମିତି କିଛି ଜାଗା ନାହିଁ ଯେଉଁଠି ଅପରାଧକୁ  ଆଇନର ଜଞ୍ଜିର ତା’ର ପାଦକୁ ବାନ୍ଧପାରିବ ନାହିଁ। ପାଟଣାଗଡ ପାର୍ସଲ ବୋମା ଘଟଣା ଷଡ଼ଯନ୍ତ୍ରକାରୀଙ୍କ ପାଇଁ ଏହି ସଂଳାପହିଁ ବେଶ ପ୍ରଯୁଜ୍ୟ ମନେ ହୁଏ। ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଅଭିଯୁକ୍ତ ପ୍ରମାଣ ନଷ୍ଟ ପାଇଁ ଯେତେ ପ୍ରକାର ହାଇଟେକ ଫର୍ମୁଲା ଅବଲମ୍ବନ କରିଥିଲେ ମଧ୍ୟ ଶେଷରେ ସବୁ କିଛି ଫେଲ ମାରିଯାଇଛି।  ଆଉ ଆଇନର ପଞ୍ଝାରେ ଫସିଯାଇଛି ଶିକାରୀ।

ଏହି ଘଟଣାରେ ମାଷ୍ଟର ମାଇଣ୍ଡ ନିଜେ ପୁଞ୍ଜିଲାଲ୍ ମେହେର ବୋଲି ଖୋଦ୍ ଡିଜି ଆରକେ ଶର୍ମା ପ୍ରକାଶ କରିଛନ୍ତି। ସେପଟେ ମାରାଥନ ଜେରା ପରେ ପୁଞ୍ଜିଲାଲଙ୍କୁ ପୋଲିସ ଗିରଫ କରିଛି। ଆଉ ଗିରଫ ପରେ ସବୁ ଗୁମର ଫିଟିଛି।  ଅଭିଯୁକ୍ତ ତଥା ଭଇଁଷା  କଲେଜର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲକୁ କ୍ରାଇମବ୍ରାଞ୍ଚ  ଗିରଫ କରିଛି ରାୟପୁରରୁ ପୁଞ୍ଜିଲାଲଙ୍କ ସମ୍ପୃକ୍ତି ନେଇ ପ୍ରମାଣ ମିଳିଥିବା ଡିଜିପି କହିଛନ୍ତି ଘଟଣାରେ ଅଧ୍ୟାପକ ପୁଞ୍ଜିଲାଲ ଏକା ଏକା ହିଁ ସବୁକିଛି କରିଛନ୍ତି।  ଏପରିକି ନିଜେ ବୋମା ପ୍ରସ୍ତୁତ କରିଛନ୍ତି। ପାର୍ସଲ ବି କରାଇଛନ୍ତି ବୋଲି ଡିଜିପି କହିଛନ୍ତି। ଗତକାଲି ଗିରଫ ତାଙ୍କୁ କରାଯାଇଥିବା  ନେଇ ଡିଜିପି କହିଛନ୍ତି।

ପୁଞ୍ଜିଲାଲ ଏହି ଅପରାଧ ପାଇଁ ନିଜେ ଯୋଜନା କରିବା ସହ ତାକୁ କାର୍ଯ୍ୟକାରୀ କରିଥିବା ସେ ସୂଚନା ଦେଇଛନ୍ତି ।  ସେପଟେ ଏହି ମାମଲାରେ ପଚରାଉଚରା ଶେଷରେ ୬ ଜଣଙ୍କୁ  ଅଟକଙ୍କୁ ଛାଡ଼ିଦେଇଛି । କ୍ରାଇମବ୍ରାଞ୍ଚ ଚନ୍ଦ୍ରମଣୀ ମେହେର, ସ୍କାଏ କିଙ୍ଗ କୋରିଅର ମାଲିକ ଦିଲ୍ଲୀପ ଦାସ ଓ ଡେଲିଭରି ବୟ ସୁଶାନ୍ତ ସେଠ ଓ ବୈଭସୂତ ବିନ୍ଧାଣୀଙ୍କୁ ପଚରାଉଚୁରା ପରେ କ୍ରାଇମବ୍ରାଞ୍ଚ ଟିମ୍  ଛାଡି ଦେଇଛି।  ସେହିପରି ଶିବ ପ୍ରସାଦ ସା ଓ ଉମେଶ ମଟାରୀଙ୍କୁ ମଧ୍ୟ ଛାଡ଼ିଦେଇଛି କ୍ରାଇମବ୍ରାଞ୍ଚ।

Related story