ବୋଦା ଖୋଜା ଚାଲିଛି: ସୁରେଶ ପୂଜାରୀ

ନୟାଗଡ଼(ଓଡ଼ିଶା ରିପୋର୍ଟର):ପରୀକୁ ନ୍ୟାୟ ଦାବିରେ ନୟାଗଡ଼ରେ ବିଜେପି ପକ୍ଷରୁ ଜାରି ରହିଥିବା ଧାରଣା ଆଜି ୧୩ ଦିନରେ ପହଞ୍ଚିଛି। ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଏହି ଗଣଧାରଣାରେ ଆଜି ବରଗଡ଼ ସାଂସଦ ସୁରେଶ ପୂଜାରୀ ଯୋଗ ଦେଇ ଥିଲେ।  ଏହି ଅବସରରେ ସେ କହିଛନ୍ତି ଯେ, ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ତଦନ୍ତ କୋର୍ଟରେ ଗ୍ରହଣୀୟ ହେବ ନାହିଁ । ଅରୁଣ ବୋଥ୍ରାଙ୍କର ପୁଲିସ କ୍ଷମତା ନାହିଁ ବୋଲି ସେ ଦୋହରାଇବା ସହ ତଦନ୍ତକୁ ବାଟବଣା […]

suresh

Tapas Behera
  • Published: Thursday, 17 December 2020
  • , Updated: 17 December 2020, 06:39 PM IST

ନୟାଗଡ଼(ଓଡ଼ିଶା ରିପୋର୍ଟର):ପରୀକୁ ନ୍ୟାୟ ଦାବିରେ ନୟାଗଡ଼ରେ ବିଜେପି ପକ୍ଷରୁ ଜାରି ରହିଥିବା ଧାରଣା ଆଜି ୧୩ ଦିନରେ ପହଞ୍ଚିଛି। ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଏହି ଗଣଧାରଣାରେ ଆଜି ବରଗଡ଼ ସାଂସଦ ସୁରେଶ ପୂଜାରୀ ଯୋଗ ଦେଇ ଥିଲେ।  ଏହି ଅବସରରେ ସେ କହିଛନ୍ତି ଯେ, ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ତଦନ୍ତ କୋର୍ଟରେ ଗ୍ରହଣୀୟ ହେବ ନାହିଁ । ଅରୁଣ ବୋଥ୍ରାଙ୍କର ପୁଲିସ କ୍ଷମତା ନାହିଁ ବୋଲି ସେ ଦୋହରାଇବା ସହ ତଦନ୍ତକୁ ବାଟବଣା କରିବାକୁ ପ୍ରୟାସ ଚାଲିଛି କହିଛନ୍ତି।  ପ୍ରକୃତ ଦୋଷୀକୁ ପଛଦ୍ୱାର ଦେଇ ଚାଲିଯିବାକୁ ବ୍ୟବସ୍ଥା ହେଉଛି। ତଦନ୍ତ ବାଟବଣା ପାଇଁ ବୋଦା ଖୋଜା ଚାଲିଛି ବୋଲି ସୁରେଶ ପୂଜାରୀ କହିଛନ୍ତି।

Related story