ବାବୁଲି ନାୟକ ଓ ଡ୍ରାଇଭରଙ୍କୁ ମାରାଥନ ଜେରା

ନୟାଗଡ଼(ଓଡ଼ିଶା ରିପୋର୍ଟର): ନୟାଗଡ଼ର ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ତଦନ୍ତକୁ କ୍ରୀୟାଶିଳ କରିଛି ଏସଆଇଟି। ମନ୍ତ୍ରୀ ଅରୁଣ ସାହୁଙ୍କ ଅନୁଗତ ତଥା ମାମଲାର ଅଭିଯୁକ୍ତ କୁହାଯାଉଥିବା ବାବୁଲି ନାୟକଙ୍କୁ ଦ୍ୱିତୀୟ ଥର ପାଇଁ ଜେରା ହୋଇଛି । ସେହିପରି ବାବୁଲିଙ୍କ ଡ୍ରାଇଭର ବିଜୟ ବେହେରା ବି ସ୍କାନରକୁ ଆସିଛନ୍ତି । ଆଜି ବିଜୟର ଘର ଯାଂଚ ସହ ତାକୁ ଜେରା କରିଛି ଏସ୍ଆଇଟି । ପରି ହତ୍ୟା ପଛରେ ସିଧାସଳଖ ବାବୁଲିର ସଂପୃକ୍ତି ଥିବା ପରିବାର […]

bbl

Tapas Behera
  • Published: Saturday, 05 December 2020
  • , Updated: 05 December 2020, 07:27 PM IST

ନୟାଗଡ଼(ଓଡ଼ିଶା ରିପୋର୍ଟର): ନୟାଗଡ଼ର ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ତଦନ୍ତକୁ କ୍ରୀୟାଶିଳ କରିଛି ଏସଆଇଟି। ମନ୍ତ୍ରୀ ଅରୁଣ ସାହୁଙ୍କ ଅନୁଗତ ତଥା ମାମଲାର ଅଭିଯୁକ୍ତ କୁହାଯାଉଥିବା ବାବୁଲି ନାୟକଙ୍କୁ ଦ୍ୱିତୀୟ ଥର ପାଇଁ ଜେରା ହୋଇଛି । ସେହିପରି ବାବୁଲିଙ୍କ ଡ୍ରାଇଭର ବିଜୟ ବେହେରା ବି ସ୍କାନରକୁ ଆସିଛନ୍ତି । ଆଜି ବିଜୟର ଘର ଯାଂଚ ସହ ତାକୁ ଜେରା କରିଛି ଏସ୍ଆଇଟି । ପରି ହତ୍ୟା ପଛରେ ସିଧାସଳଖ ବାବୁଲିର ସଂପୃକ୍ତି ଥିବା ପରିବାର ଲୋକ ଅଭିଯୋଗ କରିଥିଲେ । ଘଟଣା ଦିନ ବାବୁଲି କେଉଁଠି ଥିଲେ?

ହତ୍ୟା ଘଟଣାରେ ବାବୁଲିର କଣ ସଂପୃକ୍ତି ରହିଛି? ଘଟଣାକୁ ରଫାଦଫା କରିବାରେ ତାର କିଛି ଭୂମିକା ରହିଛି କି? ଏସବୁ ଦିଗକୁ ନେଇ ତନାଘନା କରୁଛି ସ୍ୱତନ୍ତ୍ର ତଦନ୍ତକାରୀ ଦଳ । ସେପଟେ ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରା କହିଛନ୍ତି, ସେ ତଦନ୍ତ ଭାର ହାତକୁ ନେବାର ମାତ୍ର ୫ ଦିନ ହୋଇଛି। ତେଣୁ  ଅନ୍ତତଃ ୨ ସପ୍ତାହ ସମୟ ଦିଆଯାଉ ବୋଲି ସେ କହିଛନ୍ତି। ଅନ୍ୟପଟେ ପରୀ ପ୍ରସଙ୍ଗରେ ରାଜ୍ୟ ରାଜନୀତି ବି ବେଶ୍ ସରଗରମ ରହିଛି । ଆଜି ଉଭୟ ବିଜେପି ଓ କଂଗ୍ରେସ୍ ପ୍ରତିନିଧି ଦଳ ପରୀର ଗାଁ ନୟାଗଡ଼ ଯଦୁପୁରକୁ ଯାଇ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି ।

କଂଗ୍ରେସ୍ ପ୍ରଭାରୀ ଚେଲାକୁମାରଙ୍କ ନେତୃତ୍ୱରେ ରାଜ୍ୟ କଂଗ୍ରେସର ପୁରା ଟିମ୍ ପରୀର ଦେହାବଶେଷ ମିଳିଥିବା ଜାଗାକୁ ଯାଇ ଅନୁଧ୍ୟାନ କରିଥିଲେ। ହତ୍ୟାକାରୀଙ୍କୁ ଫାଶୀ ଦଣ୍ଡାଦେଶ ଦେବାକୁ ଚେଲାକୁମାର ଦାବି କରିଛନ୍ତି । ସେପଟେ ବିଜେପି ନିଜ ଜିଜରେ ଅଟଳ ରହିଛି । ଦଳର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଦଳର ଅନ୍ୟ ନେତାମାନଙ୍କ ସହ  ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତିର ଅନୁଧ୍ୟାନ କରିଥିଲେ । ମନ୍ତ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର ଓ ଘଟଣାର ସିବିଆଇ ତଦନ୍ତ  ପାଇଁ ସେ ଦାବି କରିଛନ୍ତି । ବିଜେଡି କହିଛି ପରୀ ଘଟଣାକୁ ନେଇ ରାଜନୀତି ନହେଉ। ସେପଟେ ତଦନ୍ତ ମାତ୍ର ୪-୫ ଦିନ ହେଲା ଆରମ୍ଭ ହୋଇଛି।  ତେଣୁ ପ୍ରାୟ  ଦୁଇ ସପ୍ତାହ ସମୟ ଦେବାକୁ କହିଛନ୍ତି ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରା । ସେପଟେ ଆଜି ଚେଲ୍ଲାକୁମାରଙ୍କ ନେତୃତ୍ୱରେ କଂଗ୍ରେସ୍ ଓ ସମ୍ବିତ ପାତ୍ରଙ୍କ ସହ ବିଜେପି ପ୍ରତିନିଧି ଦଳ ପରୀର ପରିବାରକୁ ଭେଟିଛନ୍ତି।

Related story