ପରୀକୁ ଦୁଷ୍କର୍ମ ପରେ ହତ୍ୟା !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୟାଗଡ଼ ବହୁ ଚର୍ଚ୍ଚିତ ଶିଶୁ କନ୍ୟା ପରୀ ହତ୍ୟା ମାମଲାକୁ ନେଇ SIT ପକ୍ଷରୁ ଆଜି ବନ୍ଦ ଲଫାପା ଭିତରେ  ଦାଖଲ  ହୋଇଥିବା ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ ଥିବା ସୂଚନା ମିଳିଛି।  ପରୀକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ରିପୋର୍ଟ ଦିଆଯାଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ହତ୍ୟା ପୂର୍ବରୁ ପରୀ ସହ ଦୁଷ୍କର୍ମ କରାଯାଇଥିଲା।  ହତ୍ୟାର ମୂଳ କାରଣ ଦୁଷ୍କର୍ମ ବୋଲି ରିପୋର୍ଟରେ ଉଲ୍ଲେଖ  ଥିବା ସୂଚନା ମିଳିଛି।  ଆଜି ହାଇକୋର୍ଟରେ […]

pari

Niharika Rout
  • Published: Wednesday, 16 December 2020
  • , Updated: 16 December 2020, 02:44 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୟାଗଡ଼ ବହୁ ଚର୍ଚ୍ଚିତ ଶିଶୁ କନ୍ୟା ପରୀ ହତ୍ୟା ମାମଲାକୁ ନେଇ SIT ପକ୍ଷରୁ ଆଜି ବନ୍ଦ ଲଫାପା ଭିତରେ  ଦାଖଲ  ହୋଇଥିବା ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ ଥିବା ସୂଚନା ମିଳିଛି।  ପରୀକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ରିପୋର୍ଟ ଦିଆଯାଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।

ହତ୍ୟା ପୂର୍ବରୁ ପରୀ ସହ ଦୁଷ୍କର୍ମ କରାଯାଇଥିଲା।  ହତ୍ୟାର ମୂଳ କାରଣ ଦୁଷ୍କର୍ମ ବୋଲି ରିପୋର୍ଟରେ ଉଲ୍ଲେଖ  ଥିବା ସୂଚନା ମିଳିଛି।  ଆଜି ହାଇକୋର୍ଟରେ ପରୀ ମୃତ୍ୟୁ ମାମଲା ଷ୍ଟାଟସ୍ ରିପୋର୍ଟ ଦାଖଲ କରିଥିଲା SIT। ତଦନ୍ତ ଅଗ୍ରଗତି ନେଇ ମୁଦ୍ଦା ଲଫାପାରେ SIT ରିପୋର୍ଟ ଦେଇଥିବା ବେଳେ ରିପୋର୍ଟକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ଆସନ୍ତା ୨୪ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ସୂଚନାଯୋଗ୍ୟ, ୪ ମାସ ତଳେ ୫ ବର୍ଷର ଝିଅ ପରୀକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। କିନ୍ତୁ ହତ୍ୟାକାରୀ ଧରା ନପଡ଼ିବାରୁ କିଛିଦିନ ତଳେ ବିଧାନସଭା ଆଗରେ ପରୀର ବାପା-ମା ଆତ୍ମାହୁତି ଉଦ୍ୟମ କରିଥିଲେ। ଯାହା ପରେ ପରୀ ଘଟଣା ସାମ୍ନାକୁ ଆସିଥିଲା। ପରୀର ବାପା-ମା’ ମନ୍ତ୍ରୀ ଅରୁଣ ସାହୁ ଓ ତାଙ୍କ ସହଯୋଗୀ ବାବୁଲିକୁ ଏଥିପାଇଁ ଦାୟୀ କରିଥିଲେ। ମାମଲା ଜୋର୍ ଧରିବା ପରେ ମୁଖ୍ୟମନ୍ତ୍ରୀ ଶେଷରେ କ୍ରାଇମବ୍ରାଞ୍ଚ SIT ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଏହି ଘଟଣାରେ ନୟାଗଡ଼ ଥାନା IIC ରୀତାରାଣୀ ସାହୁଙ୍କୁ ସସ୍‌ପେଣ୍ଡ କରାଯାଇଥିବା ବେଳେ SDPO ନିରଞ୍ଜନ ପାଢ଼ୀଙ୍କୁ କନ୍ଧମାଳ DSP ଭାବେ ବଦଳି କରାଯାଇଛି। ପରୀ ହତ୍ୟା ଘଟଣାକୁ ନେଇ ବିବାଦରେ ଥିଲେ ଉଭୟ ଅଧିକାରୀ। ପରୀ ମାଆକୁ ଆଇଆଇସି ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଦୁର୍ବ୍ୟବହାର ନେଇ ଅଭିଯୋଗ କରିଥିଲେ ପରୀର ମା।

Related story